ମୋ ଘରର ବୋରୱେଲ ବି ଶୁଖିଗଲାଣି : ଡିକେ ଶିବକୁମାର – Kalinga News

[ad_1]
ନୂଆଦିଲ୍ଲୀ : ବେଙ୍ଗାଲୁରୁରେ ଉତ୍କଟ ଜଳ ସଙ୍କଟ ଦେଖାଦେଇଛି। ପାଣି ଟିକେ ପାଇଁ ଲୋକମାନେ ହନ୍ତସନ୍ତ ହେଉଥିବାବେେଳେ ଆଜି କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ପ୍ରତିଜ୍ଞା କରି କହିଛନ୍ତି ଯେ ସରକାର ବେଙ୍ଗାଲୁରୁକୁ ଯେକୌଣସି ଉପାୟରେ ପର୍ଯ୍ୟାପ୍ତ ଜଳ ଯୋଗାଣ କରିବେ। ଗଣମାଧ୍ୟମରେ ସୂଚନା ଦେଇ ଡିକେ ଶିବକୁମାର କହିଛନ୍ତି, ବେଙ୍ଗାଲୁରୁରେ ସମସ୍ତ ଅଞ୍ଚଳରେ ଜଳ ସଙ୍କଟ ଦେଖାଦେଇଚି ଏବଂ ଏପରିକି ମୋ ଘରର ବୋରୱେଲ ବି ଶୁଖିଗଲାଣି। ଆମେ ଅତ୍ୟନ୍ତ ଉତ୍କଟ ଜଳ ସଙ୍କଟ ସାମ୍ନା କରୁଛୁ। କିନ୍ତୁ ସହର ବାସୀଙ୍କୁ ପର୍ଯ୍ୟାପ୍ତ ଜଳ ଯୋଗାଣ କରାଯିବ ବୋଲି ମୁଁ ନିଶ୍ଚିତ କରାଉଛି। ବର୍ଷା ଅଭାବରୁ ବୋରୱେଲ ଶୁଖିଯାଇଥିବାରୁ ବେଙ୍ଗାଲୁରୁରେ ଉତ୍କଟ ଜଳ ସଙ୍କଟ ଦେଖାଦେଇଛି। ଆପାର୍ଟମେଣ୍ଟ୍ ସୋସାଇଟି ଗୁଡ଼ିକ ପ୍ରତି ଘରକୁ ଅତ୍ୟନ୍ତ ଯତ୍ନର ସହ ପାଣି ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। ଜଳ ସଙ୍କଟ ବଢ଼ିଥିବାବେଳେ ଘରୋଇ ପାଣି ଟ୍ୟାଙ୍କର ଗୁଡ଼ିକ ଲୋକଙ୍କୁ ପାଣି ଯୋଗାଇବା ପାଇଁ ମୋଟା ଅଙ୍କଟ ଟଙ୍କା ନେଉଛନ୍ତି। ଉକ୍ତ ପ୍ରସଙ୍ଗରେ ଶିବକୁମାର କହିଛନ୍ତି, କିଛି ୱାଟର ଟ୍ୟାଙ୍କର ଜଳ ଯୋଗାଣ ପାଇଁ ୬୦୦ ଟଙ୍କା ନେଉଥିବାବେଳେ ଆଉ କିଛି ଟ୍ୟାଙ୍କର ୩ ହଜାର ଟଙ୍କା ନେଉଛନ୍ତି। ତେବେ ଏହି ମୂଲ୍ୟରେ ଏକ ତାରତମ୍ୟ ରଖିବାପାଇଁ ଆମେ ସମସ୍ତ ଟ୍ୟାଙ୍କରଙ୍କୁ ପଞ୍ଜିକୃତ ହେବାପାଇଁ କହିଛୁ। ଟ୍ୟାଙ୍କର ନିଆଯାଉଥିବା ସ୍ଥାନର ଦୂରତା ଅନୁଯାୟୀ ମୂଲ୍ୟ ସ୍ଥିର କରାଯିବ ବୋଲି ଶିବକୁମାର କହିଛନ୍ତି।
[ad_2]




