ସ୍ୱାସ୍ଥ୍ୟ

ଗ୍ରୀନ୍‌ ଟି, ବ୍ଲୁ ଟି ପରେ ଏବେ ପିଅନ୍ତୁ ଆପଲ୍‌ ଟି, ଓଜନ ସହ ସୁଗାର ରହିବ କଣ୍ଟ୍ରୋଲ

ନିଜକୁ ଫିଟ୍ ରଖିବା ପାଇଁ ଆପଣମାନେ ଗ୍ରୀନ୍ ଟି ବା ଲେମନ ଟି ପିଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ କେବେ ଆପଣ ସେଓଫଳର ଚା’ ବା ଆପଲ୍ ଟି ପିଇଛନ୍ତି କି ? ଏହି ଫଳରେ ଚା’ ପ୍ରସ୍ତୁତି ଖଥା ଆପଣମାନଙ୍କୁ ନୂଆ ଲାଗିଲେ ମଧ୍ୟ ଏହା ଶରୀର ପାଇଁ ଖୁବ୍ ଲାଭକାରୀ ହୋଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ଚା’ ପିଇଲେ ଶରୀରରେ କେଉଁ ଫାଇଦା ମିଳିଥାଏ ସେହି ବିଷୟରେ ଜଣାଇବାକୁ ଯାଉଛୁ। ପ୍ରତିଦିନ ଏହି ଆପଲ୍ ଚା’ ପିଇବା ଦ୍ୱାରା ଓଜନ କମିବା ସହ ତ୍ୱଚାରେ ଚମକ ଆସିଥାଏ। ଭାରତରେ ଏହି ଚା’ କୁ କମ ବ୍ୟବହାର କରାଯାଉଥିଲେ ମଧ୍ୟ ୟୁରୋପରେ ଲୋକମାନେ ଏହି ଚା’ ଅଧିକ ବ୍ୟବହାର କରିଥାନ୍ତି । ତେବେ ଜାଣନ୍ତୁ ଆପଲ୍ ଚା’ରୁ ଶରୀରରେ କେତେ ଲାଭକାରୀ।

appleଏହି ଚା’ ପ୍ରସ୍ତୁତ କରିବା ପାଇଁ ଗୋଟିଏ ସେଓ,୩କପ ପାଣି,ଗୋଟିଏ ଚାମଚ ଲେମ୍ବୁ ରସ,ଦୁଇଟି ଟି ବ୍ୟାଗ୍ ଏବଂ ଡ଼ାଲଚିନି ପାଉଡ଼ର ନିଅନ୍ତୁ । ଏକ ପାତ୍ରରେ ପାଣି ଏବଂ ଲେମ୍ବୁ ରସକୁ ମିଶାଇ ଗରମ କରନ୍ତୁ । ପରେ ସେଥିରେ ଦୁଇଟି ଟି ବ୍ୟାଗ୍ ପକାଇ କିଛି ସମୟ ଫୁଟାନ୍ତୁ । ଫୁଟିବା ସମୟରେ କଟା ହୋଇଥିବା ସେଓ ଫଳ ସେଥିରେ ପକାନ୍ତୁ । ଏହା ପରେ ସେଥିରେ ଡ଼ାଲଚିନି ପାଉଡ଼ର ପକାନ୍ତୁ । କିଛି ସମୟ ଫୁଟାଇବା ପରେ ଆପଣଙ୍କ ଆପଲ୍ ଚା’ ପ୍ରସ୍ତୁତ ହୋଇଯିବ ।

୧. ଆପଲ୍ ଚା’ ରେ ଭିଟାମିନ୍-ସି ର ପରିମାଣ ଭରପୂର ମାତ୍ରାରେ ରହିଥାଏ । ଏହାକୁ ପ୍ରତିଦିନ ପିଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ଓଜନ ନିୟନ୍ତ୍ରଣ ରହିଥାଏ।

୨. ଆପଲ୍ ଚା’ ରେ ଥିବା ଫାଇବର ଏବଂ ଆଣ୍ଟିଅକ୍ସିଡ଼ାଣ୍ଟ ରକ୍ତରେ କୋଲେଷ୍ଟ୍ରଲର ମାତ୍ରା କମ କରିଥାଏ । ଯାହାଦ୍ୱାରା ଫ୍ୟାଟ୍ ମଧ୍ୟ କମ ହୋଇଥାଏ ।

୩. ଆପଲ୍ ଚା’ ରେ ସଲ୍ୟୁବୁଲ ଫାଇବର ଥିବା ହେତୁ ଏହା ପାଚକ ତନ୍ତ୍ରକୁ ଠିକ୍ ରଖିଥାଏ । ଖାଦ୍ୟ ଠିକ୍ ଭାବରେ ହଜମ ହେବା ସହ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦେଖାଯାଇ ନଥାଏ ।

୪. ଆପଲ୍ ଟି ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ । ଯାହାଦ୍ୱାରା ତ୍ୱଚାରେ ଚମକ ଆସିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button