ଦେଶ- ବିଦେଶ

ଶିଶୁର ପେଟ କାଟୁଥିଲେ, ମା’ମାନେ ପିଅନ୍ତୁ ଏହି ଜିନିଷ

ସାଧାରଣତଃ ଆମେ ସମସ୍ତେ ଜାଣିଥାଉ ନବଜାତ ଶିଶୁ ବହୁତ କୋମଳ ହୋଇଥାଆନ୍ତି। ଏହି ସମୟରେ ସେମାନଙ୍କ ଅତିରିକ୍ତ ଯତ୍ନ ନେବାର ଆବଶ୍ୟକତା ଥାଏ। କେବଳ ଏତିକି ନୁହେଁ, ଯେତେବେଳେ ସେମାନଙ୍କୁ କୌଣସି ପ୍ରକାର ସମସ୍ୟା ହୋଇଥାଏ, ସେତେବେଳେ ସେମାନେ ନିଜେ କିଛି କହିପାରନ୍ତି ନାହିଁ। ତେଣୁ ଏଭଳି ସ୍ଥିତିରେ ବାପା, ମା’ଙ୍କୁ ପିଲାର ସମସ୍ୟା ବୁଝି ତାହାର ଉପାୟ ବାହାର କରିବାକୁ ପଡ଼ିଥାଏ।

ଛୋଟ ପିଲାମାନଙ୍କଠାରେ ସବୁଠାରୁ ଅଧିକ ପେଟ ଯନ୍ତ୍ରଣା ସମସ୍ୟା ଦେଖାଦେଇଥାଏ। ତା’ହେଲେ ଆସନ୍ତୁ ଜାଣିବା, ପିଲାମାନଙ୍କୁ ଏଥିରୁ ମୁକ୍ତି ଦେବା ପାଇଁ ଆପଣ କ’ଣ କରିବା ଉଚିତ। ପ୍ରଥମେ ଆପଣଙ୍କୁ ଏହା ବୁଝିବାକୁ ପଡ଼ିବ ଯେ ପିଲାର ପେଟ ଯନ୍ତ୍ରଣାର ଏକ କାରଣ ମା’ ବି ହୋଇପାରେ। ଛୋଟ ପିଲା ସମ୍ପୂର୍ଣ୍ଣ ମା’ କ୍ଷୀର ଉପରେ ନିର୍ଭର କରିଥାଏ। ତେଣୁ ମା’ର ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ରୂପେ ପିଲା ଉପରେ ପ୍ରଭାବ ପକାଇଥାଏ।

ପିଲାକୁ ଏଥିରୁ ମୁକ୍ତି ଦେବା ପାଇଁ ଜୁଆଣି, ଶତପୁଷ୍ପା ମଞ୍ଜି, ହେଙ୍ଗୁ, କଳା ଲୁଣ, ଶୁଣ୍ଠିକୁ ପାଣିରେ ମିଶାଇ ୫ ମିନିଟ୍‌ ପଯ୍ୟର୍ନ୍ତ ଭଲ ଭାବେ ବତୁରାଇ ଦିଅନ୍ତୁ। ଖାଦ୍ୟ ଖାଇବାର ଅଧଘଣ୍ଟା ପୂର୍ବରୁ ଶିଶୁର ମା’ ଏହାକୁ ପିଇଦିଅନ୍ତୁ। ଏହାଦ୍ୱାରା ମା’ର ମଧ୍ୟ ପାଚନକ୍ରିୟା ଠିକ୍‌ ରହିବ ଏବଂ ପିଲାକୁ ବି ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button