ଦେଶ- ବିଦେଶ

ଚାଷୀଙ୍କୁ ଦେଲେନି; ଜଙ୍ଗଲରେ ଫିଙ୍ଗିଦେଲେ ଡୋଲୋମାଇଟ୍‌!

ର୍ବର ହେବ ଚାଷ ଜମି। ଆଉ ସଶକ୍ତ ହେବେ ଚାଷୀ। ସେଥିପାଇଁ ଚାଷୀଙ୍କୁ ଯୋଗାଇଦେବାକୁ ଆସିଥିଲା ଡୋଲୋମାଇଟ୍। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଡୋଲୋମାଇଟ୍ ଯୋଗାଇ ଦିଆଯାଇଥିଲା। ହେଲେ ସେହି ଡୋଲୋମାଇଟ୍କୁ ଏବେ ଜଙ୍ଗଲରେ ଫିଙ୍ଗି ଦିଆଯାଇଛି। ବସ୍ତେ କି ଦୁଇ ବସ୍ତା ନୁହେଁ, ଶହଶହ ଡୋଲୋମାଇଟ୍ ବସ୍ତା ଜଙ୍ଗଲ ଭିତରେ ପଡ଼ିଥିବା ଦେଖିବାକୁ ମିଳିଛି।

ସୁନ୍ଦରଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଚିତ୍ର।

ବାଲିଶଙ୍କରା ବ୍ଲକ୍ କିଂଜିରକେଲା-ବିରକାଲଡିହି ରାସ୍ତାରେ ଥିବା ଜଙ୍ଗଲ ମଝିରେ ପଡ଼ିଛି ଶହଶହ ବସ୍ତା ଡୋଲୋମାଇଟ୍। ଓଡ଼ିଶା ସରକାରଙ୍କ ଲୋଗୋ ଥିବା ଏହି ବ୍ୟାଗରେ ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ ଲିମିଟେଡ୍ ଲେଖାଯାଇଛି। ଏହା ବିକ୍ରି ପାଇଁ ଉଦ୍ଦିଷ୍ଟ ନୁହେଁ, ଚାଷୀଙ୍କୁ ଯୋଗାଇ ଦେବାକୁ ଆସିଥିବା ଉଲ୍ଲେଖ ରହିଛି। ଡୋଲୋମାଇଟ୍ ମାଗ୍ନେଶିୟମ ଓ କ୍ୟାଲସିୟମ କାର୍ବୋନେଟର ଚୁନ ମାଟିରେ ମିଶିଲେ ମାଟିର ଉର୍ବରତା ବଢ଼ିଥାଏ। ଯାହାଫଳରେ ଚାଷୀଙ୍କ ଅମଳ ବଢିଥାଏ।

ଡୋଲୋମାଇଟ୍ ସାଧାରଣତଃ ଧାନ ଅମଳ ପରେ ପଡ଼ିଆ ପଡୁଥିବା ଜମିର ମାଟି ମିଶା ଯାଇଥାଏ। ପରେ ସେହି ଜମିରେ ମୁଗ, ବିରି, ଖେସାରୀ, ସୋରିଷ ଆଦି ଚାଷ ହୋଇଥାଏ। ମିଳିଥିବା ସୂଚନା ଅନୁସାରେ ୨୦୨୩-୨୪ ଆର୍ଥିକ ବର୍ଷରେ ସିଆର୍ଏଫ୍ଏମ୍ ସ୍କିମ୍ରେ ରାଜ୍ୟ ସରକାର ଚାଷୀଙ୍କୁ ଡୋଲୋମାଇଟ୍ ଯୋଗାଇ ଦେଉଥିଲେ। ହେଲେ ସେହି ଡୋଲୋମାଇଟ୍ ଚାଷୀଙ୍କୁ ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଛି। ଯାହାକୁ ଜଙ୍ଗଲରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। କିଏ ଓ କାହିଁକି ଏହି ଡୋଲୋମାଇଟ୍ ଏଠାରେ ଫିଙ୍ଗିଦେଲା, ତାହା ଜଣାପଡିନାହିଁ।

ତେବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ହରିହର ନାୟକ ଘଟଣାକୁ ଏଡାଇଯାଇଛନ୍ତି। ସିଏ ଓଲଟା ପ୍ରଶ୍ନ ପଚାରିଥିଲେ। ଆମେ କିଭଳି ଜାଣିବୁ ତାହା ଆମ ଜିଲ୍ଲାର ବୋଲି କହିବା ସହ ବାଲିଶଙ୍କରା ବ୍ଲକ୍କୁ ୨୫୦ ମେଟ୍ରିକ୍ ଟନ ଡୋଲୋମାଇଟ ଦିଆଯାଇଥିଲା। ତେବେ ଏଠାରେ କିଭଳି ଭାବରେ ପଡ଼ିଛି ତା’ର ତଦନ୍ତ କରାଯିବ ସେ କହିଛନ୍ତି।ରିପୋର୍ଟ-ସୁନ୍ଦରଗଡ଼ରୁ ଦେବବ୍ରତ ଜେନା

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button