ସ୍ୱାସ୍ଥ୍ୟ

ଶରୀରରେ ୟୁରିକ ଏସିଡ ବଢ଼ିବା ଦ୍ୱାରା ହୋଇଥାଏ ଆର୍ଥରାଇଟିସ୍‌, ଏହି ୩ଟି ଯୋଗ ଦ୍ୱାରା ଏମିତି କରନ୍ତୁ ନିୟନ୍ତ୍ରଣ

ୟୁରିକ୍‌ ଏସିଡ୍‌ ସମୟ ସହିତ ବଢ଼ି ବଢ଼ିଚାଲିଥାଏ। ଶରୀରରେ ଏହି ଏସିଡ୍‌ ବଢ଼ିବା କାରଣରୁ ବ୍ୟକ୍ତି ଆର୍ଥରାଇଟିସ୍‌ ସସମ୍ୟା ହୋଇଥାଏ। ଆର୍ଥରାଇଟିସ୍‌ କାରଣରୁ ଶରୀର ଫୁଲି ଯାଇଥାଏ, ଯେଉଁ କାରଣରୁ ଅସହନୀୟ ଯନ୍ତ୍ରଣା ହୋଇଥାଏ। ଏହି ଯନ୍ତ୍ରଣାର ପ୍ରଭାବ ଶରୀର ଉପରେ ଧିରେ ଧିରେ ଦେଖିବାକୁ ମିଳିଥାଏ। ୟୁରିକ୍‌ ଏସିଡ୍‌ ଦୁର୍ବଳ ମେଟାବଲିଜିମ୍‌ କାରଣରୁ ହୋଇଥାଏ। ୟୁରିକ୍‌ ଏସିଡ୍‌ ରକ୍ତ କୋଶିକାକୁ କ୍ଷତି ପହଁଚାଇବା କାମ କରିଥାଏ। କିନ୍ତୁ ଯୋଗ ଏକ ଏମିତି ସାଧନ ଯେ ଯାହା ଏହି ସମସ୍ୟାକୁ ମୁକ୍ତି ଦେବାରେ ଆପଣଙ୍କୁ ବିଶେଷ ଭାବରେ ସାହାଯ୍ୟ କରିବ। ସେଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି ୩ଟି ଆସନ ବିଷୟରେ ଜଣାଇବୁ ଯାହା ସାହାଯ୍ୟରେ ଆପଣ ୟୁରିକ୍‌ ଏସିଡକୁ ନିୟନ୍ତ୍ରଣରେ ରଖିପାରିବେ।

ବୃକ୍ଷାସନ

brukhysanaଏହି ଯୋଗାଭ୍ୟାସ କେବଳ ଶରୀରର ରୋଗକୁ ଠିକ୍‌ କରିନଥାଏ ବରଂ ଶରୀରରେ ଜମି ରହିଥିବା ଅତିରିକ୍ତ ଚର୍ବୀକୁ ମଧ୍ୟ କମ୍‌ କରିଥାଏ। ଏହି ଆସନ କରିବା ପାଇଁ ବୃକ୍ଷ ଭଳି ଛିଡା ହୋଇଯାନ୍ତୁ। ଶରୀରର ପୂରା ଭାର ବା ଓଜନ ଗୋଡକୁ ଦେଇଦିଅନ୍ତୁ। ଡାହାଣ ଗୋଡକୁ ଆଣ୍ଠୁରେ ବାମ ପାଦକୁ ଲଗାନ୍ତୁ। ଦୁଇ ହାତକୁ ପ୍ରାର୍ଥନା ମୁଦ୍ରାରେ ଲଗାନ୍ତୁ। ନିଜର ଡାହାଣ ପାଦ ତଳକୁ ବାମ ପାଦରେ ଚାପନ୍ତୁ ପାଦକୁ ତଳ ଆଡକୁ ଦବାନ୍ତୁ। ନିଶ୍ୱାସ ନେଇ ନିଜ ହାତକୁ ମୁଣ୍ଡ ଉପରେ ରଖନ୍ତୁ। ମୁଣ୍ଡକୁ ସିଧା ରଖନ୍ତୁ ଏବଂ ସାମ୍ନା ଆଡକୁ ଚାହଁନ୍ତୁ। କିଛି ସମୟ ପାଇଁ ଏହଭିଳି ସ୍ଥିତିରେ ରୁହନ୍ତୁ।

ଉଷ୍ଟ୍ରାସନ

ustrasanaଉଷ୍ଟ୍ରାସନ ଅଭ୍ୟାସରେ ଆମ ପିଠି ଷ୍ଟ୍ରେଚ୍‌ ହୋଇଥାଏ। ଏହି ଆସନରେ ମୁଣ୍ଡ ସମାନ୍ୟ ତଳ ଆଡକୁ ରହିଥାଏ ଏବଂ ପେଟ ଉଠିଲା ଭଳି ରହିଥାଏ। ଏଥିପାଇଁ ଏହି ଆସନ ସାହାଯ୍ୟରେ ପେଟ ଏବଂ ପିଠିର ତଳ ଅଂଶ ପରିମାର୍ଜନ ହୋଇଥାଏ। ଏହି ଆସନ ଆମ ହିପସ୍‌ ଏବଂ ଜଙ୍ଘକୁ ମଜବୁତ୍‌ କରିଥାଏ। ଏହି ଆସନ ଆପଣଙ୍କ ଜଙ୍ଘକୁ ଜମିବାକୁ ଦିଏନାହିଁ। ଏହି ଆସନ ଆପଣଙ୍କ କାନ୍ଧ, ପିଠି ଏବଂ ଜଙ୍ଘକୁ ମଜବୁତ୍‌ କରିଥାଏ, ପେଟ ଏବଂ ବେକକୁ ଟୋନ କରିବାରେ ସହାୟକ ହୋଇଥାଏ।

କପୋତାସନ

kapotasanaଏହି ଆସନ କରିବା ପାଇଁ ସର୍ବପ୍ରଥମେ ବଜ୍ରାସନ ମୁଦ୍ରାରେ ବସିଯାନ୍ତୁ। ଏହାପରେ ଆଣ୍ଠୁ ମାଡି ଶରୀରରକୁ ଉଠାନ୍ତୁ। ଏହା ଧ୍ୟାନ ରଖନ୍ତୁ ଯେ ଆପଣଙ୍କ ପାଦ ଯେମିତି ଉଠିବ ନାହିଁ। ଏବେ ଆପଣ ଦୁଇ ହାତର କମରର ତଳ ଆଡକୁ ଭୂମିକୁ ଛୁଆନ୍ତୁ। ନିଜ ହାତର ସାହାରା ନେଇ ଧିରେ ଧିରେ ପଛ ଆଡକୁ ମୋଡି ପଡନ୍ତୁ। ଏବେ ଆପଣ ନିଜ ଅଣ୍ଟାକୁ ତଳ ଆଡକୁ କରି ମୁଣ୍ଡକୁ ଭୂମିରେ ଲଗାଇବାକୁ ଚେଷ୍ଟା କରନ୍ତୁ। ନିଜର କ୍ଷମତା ଅନୁଯାୟୀ ଆପଣ ଏହି ଅବସ୍ଥାରେ କିଛି ସମୟ ରୁହନ୍ତୁ। ଏହି ଆସନକୁ କରିବା ଦ୍ୱାରା ଜଙ୍ଘ, ଗଣ୍ଠି, ଛାତି ଏବଂ ବେକକୁ ଚାପ ପଡିଥାଏ, ଯାହାଦ୍ୱାରା ଆପଣଙ୍କର ଶରୀରର ତଳ ଭାଗ ଚର୍ବୀ କମିଯିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button