ଦେଶ- ବିଦେଶ

୨୦ ମିନିଟ୍‌ରେ ମୃତ୍ୟୁରୁ ବର୍ତ୍ତିଗଲି: ହସିନା

ଢାକା: ଭାରତରେ ରାଜନୈତିକ ଆଶ୍ରୟ ନେଇଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା କହିଛନ୍ତି ଯେ ତାଙ୍କୁ କ୍ଷମତାଚ୍ୟୁତ କରିବାପରେ ତୁରନ୍ତ ହତ୍ୟା କରିବାକୁ ଯୋଜନା ହୋଇଥିଲା। ‘ରାଜନୈତିକ ପ୍ରତିଦ୍ବନ୍ଦ୍ବୀମାନେ ମୋତେ ଓ ମୋ ଭଉଣୀ ଶେଖ୍‌ ରେହନାଙ୍କୁ ହତ୍ୟା କରିବା ପାଇଁ ଷଡ୍‌ଯନ୍ତ୍ର କାର୍ଯ୍ୟକାରୀ କରିଥିଲେ ମଧ୍ୟ ଆମେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛୁ’ ବୋଲି ହସିନା କହିଛନ୍ତି। ହତ୍ୟା ଷଡ୍‌ଯନ୍ତ୍ର ସଂକ୍ରାନ୍ତରେ ହସିନା ବିସ୍ତୃତ ଭାବେ ପ୍ରକାଶ କରିଛନ୍ତି।

ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ମୋତେ ହତ୍ୟା କରିବାପାଇଁ ଯୋଜନା କରିଥିଲେ

ବାଂଲାଦେଶ ଅୱାମୀ ଲିଗ୍‌ର ଫେସବୁକ୍‌ ପେଜ୍‌ରେ ହସିନାଙ୍କର ଏକ ଅଡିଓ ବାର୍ତ୍ତା ପୋଷ୍ଟ୍‌ ହୋଇଛି ଯେଉଁଥିରେ ହସିନା କହୁଛନ୍ତି, ରେହନା ଏବଂ ମୁଁ ମାତ୍ର ୨୦ ମିନିଟ୍‌ରେ ମୃତ୍ୟୁ କବଳରୁ ବର୍ତ୍ତିଗଲୁ। ଅଡିଓ ବାର୍ତ୍ତାରେ ଶୁଣିବାକୁ ମିଳିଛି ଯେ ହସିନା ଅତ୍ୟନ୍ତ କୋହଭରା କଣ୍ଠରେ ଆଲ୍ଲାଙ୍କୁ ପ୍ରଶଂସା କରୁଛନ୍ତି। ଆଲ୍ଲାଙ୍କ କୃପା ହିଁ ସେମାନଙ୍କୁ ନିଶ୍ଚିତ ମୃତ୍ୟୁରୁ ରକ୍ଷା କରି ନୂଆ ଜୀବନ ଦେଇଛି ବୋଲି ସେ କହିଛନ୍ତି। ହସିନା କହିଛନ୍ତି, ଅଗଷ୍ଟ ୨୧ରେ କୋଟାଲିପଡ଼ାରେ ବୋମା ବିସ୍ଫୋରଣ କବଳରୁ ହେଉ କିମ୍ବା ୨୦୨୪ ଅଗଷ୍ଟ ୫ ତାରିଖ ଆକ୍ରମଣ କବଳରୁ ବଞ୍ଚିବା କାରଣ ପଛରେ ଆଲ୍ଲାଙ୍କର ଇଚ୍ଛା ରହିଛି। ଅନ୍ୟଥ ଏଭଳି ଭାବେ ମୃତ୍ୟୁ ମୁହଁରୁ ବତ୍ତିର୍ବା ସହଜ ନୁହେଁ। ଏବେ ମୁଁ ମୋ ଦେଶ ଏବଂ ଘର ହରାଇ ବହୁତ ପୀଡ଼ାରେ ରହିଛି ବୋଲି ସେ କହିଛନ୍ତି।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button