ଦେଶ- ବିଦେଶ

ଆଫଗାନିସ୍ତାନରେ ବରଫ ଅତଡ଼ା ଧସି ୨୫ ଜଣଙ୍କର ମୃତ୍ୟୁ – Kalinga News

[ad_1]

କାବୁଲ୍: ଆଫଗାନିସ୍ତାନରେ ବରଫ ଅତଡ଼ା ଧସି ୨୫ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ୮ ଜଣ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ପାକିସ୍ତାନ ସୀମାବର୍ତୀ ନୁରିସ୍ତାନର ଟାଟିନ୍ ଉପତ୍ୟାକାର ନାକ୍ରେ ଗାଁରେ ବରଫ ଅତଡ଼ା ଧସିଛି। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖପାତ୍ର ଜନନ ସୟେଦ୍ ଏନେଇ ସୂଚନା ଦେଇଛନ୍ତି। ବରଫ ଅତଡ଼ା ଧସିବା ଯୋଗୁଁ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ଜଣ ଗୁରୁତର ଆହତ ହୋଇଛନ୍ତି। ୨୦ଟି ଘର ସଂପୂର୍ଣ୍ଣ ଧ୍ବସ୍ତ ହୋଇଯାଇଛି। ମୃତକଙ୍କ ସଂଖ୍ୟା ଆଗକୁ ବଢ଼ିବ ବୋଲି କୁହାଯାଉଛି। ତେବେ ପ୍ରବଳ ବରଫପାତ ଯୋଗୁଁ ସେଠାରେ ହେଲିକପ୍ଟର ପହଞ୍ଚିପାରୁନଥିବାରୁ ଆଶା ମୁତାବକ ଉଦ୍ଧାର କାର୍ଯ୍ୟ ମଧ୍ୟ ଆଗେଇ ପାରୁନାହିଁ। ଅଞ୍ଚଳକୁ ଯୋଗାଯୋଗ କରୁଥିବା ସମସ୍ତ ରାସ୍ତା ବରଫ ଯୋଗୁଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button