ରାଜ୍ୟ

ଜମା ବି ଫିଙ୍ଗନ୍ତୁନି ରସୁଣ ଚୋପା, ଏଥିରୁ ମିଳିବ ଆଶ୍ଚର୍ଯ୍ୟଜନକ ଫାଇଦା

ସାଧାରଣତଃ ଲୋକେ ପରିବା ଚୋପାକୁ ଫିଙ୍ଗିଦିଅନ୍ତି। କିନ୍ତୁ ଆପଣ ଜାଣିରଖନ୍ତୁ, ପରିବା ଚୋପାରେ ହିଁ ରହିଥାଏ ପ୍ରମୁଖ ପୋଷକ ତତ୍ତ୍ୱ। ତେଣୁ କେବେ ବି ପରିବା ଚୋପା ଫିଙ୍ଗିବାର ଭୁଲ୍‌ କରନ୍ତୁ ନାହିଁ। ଆଜି ଆମେ ଆପଣଙ୍କୁ ରସୁଣ ଚୋପାର ଫାଇଦା ବିଷୟରେ କହିବାକୁ ଯାଉଛୁ। ଏଥିରେ ଥିବା ଫେନାଇଲ୍‌ପ୍ରୋପାନଏଡ୍‌ ଆଣ୍ଟିଅକ୍ସିଡେଣ୍ଟ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହା ଏଜିଙ୍ଗ୍‌ ପ୍ରକ୍ରିୟାକୁ ଧିମା କରିବା, କୋଲେଷ୍ଟ୍ରୋଲ୍‌କୁ କମ୍‌ କରିବା, ଇମ୍ୟୁନିଟ୍‌ ବଢ଼ାଇବା ଏବଂ କାର୍ଡିଓଭସ୍କୁଲାର୍‌ ସ୍ୱାସ୍ଥ୍ୟରେ ସୁଧାର ଆଣିଥାଏ। ଆସନ୍ତୁ ଜାଣିବା, ରସୁଣ ଚୋପାକୁ କେଉଁ ଉପାୟରେ ଆପଣ ବ୍ୟବହାର କରିପାରିବେ।

rasuna1

-ରସୁଣ ଚୋପା ନ ଛଡ଼ାଇ ଚାଉଳରେ ବ୍ୟବହାର କରନ୍ତୁ। ଏହାଦ୍ୱାରା ଚାଉଳରେ ପୋଷକ ତତ୍ତ୍ୱର ମାତ୍ରା ଅଧିକ ବଢ଼ିଯାଇଥାଏ। କାରଣ, ଏହି ଚୋପାରେ ସମାନ ମାତ୍ରାରେ ଭିଟାମିନ୍‌ ଏବଂ ପୋଷକ ତତ୍ତ୍ୱ ରହିଥାଏ। ଯଦି ଆପଣ ଏହି ଚୋପାକୁ ଖାଇବାକୁ ଚାହୁଁନାହାନ୍ତି, ତା’ହେଲେ ରାନ୍ଧିବା ପରେ ଏବଂ ଖାଇବା ପୂର୍ବରୁ ଏହାକୁ ବାହାର କରିଦିଅନ୍ତୁ। ଏହାଦ୍ୱାରା ଚାଉଳର ଫ୍ଲେଭର ବଢ଼ିଯିବ। ଏହି ଚୋପାକୁ ଆପଣ ସୁପ କିମ୍ବା ମାଂସ ରସରେ ପକାଇ ପାରିବେ। ସୁପ ରାନ୍ଧିବା ସମୟରେ ରସୁଣ ଚୋପା ପକାନ୍ତୁ ଏବଂ ଏହାକୁ ଛାଣି ସୁପ ପିଅନ୍ତୁ। ଏହିପରି ଭାବେ ଚୋପାର ପୋଷକ ତତ୍ତ୍ୱ ନଷ୍ଟ ହୋଇ ନ ଥାଏ।

-ରସୁଣ ଚୋପାକୁ ଭାଜିକି ଗ୍ରାଇଣ୍ଡ କରିଦିଅନ୍ତୁ। ଏହି ପାଉଡରକୁ ଖାଦ୍ୟରେ ବ୍ୟବହାର କଲେ, ସ୍ୱାଦ ଆହୁରି ବଢ଼ିଯିବ। ଏଥିରେ ଖାଦ୍ୟରେ ହାଲ୍‌କା ଫ୍ଲେଭର ଆସିଯାଇଥାଏ। ରସୁଣ ଚୋପାରେ ସ୍ୱାସ୍ଥ୍ୟବର୍ଦ୍ଧକ ଲାଭ ମିଳିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button