ରାଜ୍ୟ

ବଲେ ବଲେ ଢାବାରେ ପଡ଼ିଲା ତାଲା

ସିଲ ହେଲା ବଲେ ବଲେ ଢାବା । ସିଲ କଲା ବ୍ଲକ ପ୍ରଶାସନ । ୩ଦିନ ପୂର୍ବରୁ ଜାରି ହୋଇଥିଲା ଲଟକା । ରାତିରେ ପୂରା ଢାବା ଖାଲି କରାଗଲା । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ନେଉଳପୁର ଠାରେ ଥିବା ବଲ୍ଲେ ବଲ୍ଲେ ହୋଟେଲକୁ ନେଇ ଚର୍ଚ୍ଚା ଥମୁ ନଥିବା ବେଳେ ଗତକାଲି ରାତିରେ ଏଠାରୁ ସମସ୍ତ ଆସବାବ ପତ୍ର ଖୋଲି ନିଆଯାଇଛି। ଆଜି ଏହି ଫୁଡ୍ କୋର୍ଟକୁ ସିଲ୍ କରାଯିବ ବୋଲି ଗତକାଲି ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ସୂଚନା ଦେଇଥିଲେ।

ତେବେ ଏସବୁ କିଏ ଖୋଲି କି ନେଲା ? ପ୍ରଥମରୁ ବିଡିଓ ଏହି ବେଆଇନ ଢ଼ାବା କୁ ସିଲ୍ କଲେ ନାହିଁ କାହିଁକି ? ସରକାରୀ ଖାତା ରେ ଅସମ୍ପୂର୍ଣ୍ଣ ଥିବା ଏହି ଘରଟି ଜଣେ କନିଷ୍ଠ ଯନ୍ତ୍ରୀ ଙ୍କ ଦାୟିତ୍ଵ ରେ ରହିଥିବା ବେଳେ ବିଡିଓ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଙ୍କ ନାମ କାହିଁକି କହୁ ନାହାନ୍ତି ? ସରକାରୀ ଅର୍ଥରେ ନିର୍ମିତ ଗୋଟିଏ ଘରକୁ ଘରୋଇ ଲୋକଙ୍କ ହାତରେ ଟେକି ଦେବାକୁ କିଏ ନିର୍ଦ୍ଦେଶ ଦେଇଥିଲା ଏସବୁ ପ୍ରଶ୍ନ ଧର୍ମଶାଳା ବିଡିଓଙ୍କ ବିବାଦୀୟ ଭୂମିକା ନଜରକୁ ଆସିଛି। ବେଆଇନ ଭାବେ ଦଖଲ ହୋଇଥିବ ଘରଟି ବ୍ଲକ ପକ୍ଷରୁ ଆମ ଗାଁ ଆମ ବିକାଶ ପାଣ୍ଠି ଏବଂ ଜି ଆଇ ଏ ପାଣ୍ଠି ରୁ ତିଆରି କରଯାଇଛି ବୋଲି ବିଡିଓ ସ୍ବୀକାର କରିଛନ୍ତି। ଚାଳିଶ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଫୁଡ୍ କୋର୍ଟ ଘରଟି ଧର୍ମଶାଳା ବ୍ଲକର ରତ୍ନାକର ସାହୁ ନାମକ କନିଷ୍ଠ ଯନ୍ତ୍ରୀଙ୍କ ଦାୟିତ୍ଵରେ ଥିଲା। ବିଡିଓଙ୍କ ସୂଚନା ଅନୁଯାୟୀ ଏହାର ସମସ୍ତ ବିଲ୍ କରାଯାଇ ନାହିଁ।

ଏପରି ସ୍ଥଳେ କନିଷ୍ଠ ଯନ୍ତ୍ରୀ ଜଣକ ଘରୋଇ ଲୋକଙ୍କୁ କିପରି ହୋଟେଲ ଚଳାଇବାକୁ ଦେଲେ ତାହା ତଦନ୍ତ ସାପେକ୍ଷ। ତେବେ ଗତ ଦୁଇ ଦିନ ତଳେ ବ୍ଲକ ପକ୍ଷରୁ ଏହି ବଲ୍ଲେ ବଲ୍ଲେ ହୋଟେଲକୁ ଖାଲି କରିବାକୁ ନୋଟିସ ଜାରି କରିଥିଲେ। କିଏ ଚଳାଉଥିଲା ଢାବା? ଅଭିନେତ୍ରୀ ଏଲିନା ଦାସଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏଲିନାଙ୍କ ନିଦେ୍ର୍ଦଶରେ ଢାବା ଚାଲିଥିବା ଅଭିଯୋଗ ହେଉଥିବା ବେଳେ କାହାକୁ ଦିଆଯାଇଥିଲା ଲିଜ କାହିଁକି ଲୁଚାଉଛନ୍ତି ବିଡିଓ ବୋଲି ଚର୍ଚ୍ଚା ଜୋର ଧରିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button