ରାଜ୍ୟ

ନିୟମିତ ଖାଆନ୍ତୁ ଚଣା ଆଉ ଗୁଡ, ଫରକ୍‌ ନିଜେ ହିଁ ଅନୁଭବ କରନ୍ତୁ

ଗୁଡ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହାକୁ ଖାଇଲେ ରକ୍ତ ସଫା ହୋଇଥାଏ ଏବଂ ଶରୀର ସୁସ୍ଥ ରହିଥାଏ। କିନ୍ତୁ ଯଦି ଆପଣ ଗୁଡକୁ ଚଣା ସହିତ ଖାଇବେ, ତା’ହେଲେ ଏଥିରୁ ଅନେକ ଫାଇଦା ପାଇପାରିବେ। ଆସନ୍ତୁ ଜାଣିବା ଗୁଡ ଏବଂ ଚଣା ଖାଇବାରେ କ’ଣ ଲାଭ ମିଳିଥାଏ।

-ଆପଣଙ୍କ ମସ୍ତିଷ୍କକୁ ଚଞ୍ଚଳ କରିବାରେ ଚଣା ଏବଂ ଗୁଡ ବହୁତ ଉପଯୋଗୀ ହୋଇଥାଏ। ଏଥିରେ ଭିଟାମିନ୍‌ ସି ଅତ୍ୟଧିକ ମାତ୍ରାରେ ରହିଛି।

-ଏହା ଦାନ୍ତକୁ ମଜଭୁତ୍‌ କରିଥାଏ। ଏଥିରେ ଫସ୍‌ଫରସ୍‌ ଥିବା ଯୋଗୁ ଦାନ୍ତ ଭାଙ୍ଗି ନ ଥାଏ। ତେଣୁ ସବୁ ବୟସରେ ଚଣା ଏବଂ ଗୁଡ ସେବନ କରିବା ସ୍ୱାସ୍ଥ୍ୟପ୍ରଦ ହୋଇଥାଏ।

-ଚଣା ଏବଂ ଗୁଡ ଏକସାଙ୍ଗେ ଖାଇଲେ ଆପଣଙ୍କ ସୌନ୍ଦର୍ଯ୍ୟ ବଢ଼ିଥାଏ। ଯଦି ଆପଣ ନିୟମିତ ରୂପରେ ଏହାକୁ ସେବନ କରିବେ, ତା’ହେଲେ ଏହା ତ୍ୱଚାକୁ ଅଦ୍ଭୁତ ପ୍ରକାର ଫାଇଦା ଦେବ। ଏଥିରେ ଜିଙ୍କ୍‌ ଭରପୂର ମାତ୍ରାରେ ରହିଛି, ଯଦ୍ଦ୍ଵାରା ଆପଣଙ୍କ ତ୍ୱଚା ଚମକି ଉଠିବ। ଏହାଛଡ଼ା ଖରା ଦାଉରୁ ମଧ୍ୟ ରକ୍ଷା କରିବ।

-ଆପଣଙ୍କ ଶରୀରର ହାଡ଼କୁ ମଜଭୁତ୍‌ କରିବା ପାଇଁ ଚଣା ଏବଂ ଗୁଡ଼ ଖାଆନ୍ତୁ। ଏଥିରେ କ୍ୟାଲସିୟମ୍‌ ଅଧିକ ମାତ୍ରାରେ ରହିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button