ମନୋରଞ୍ଜନ

ଘରେ ଏମିତି ବନାନ୍ତୁ ‘ପନୀର ଗାର୍ଲିକ କବାବ’, ପାଇବେ ବହୁତ ସୁନ୍ଦର ସ୍ୱାଦ

ଆପଣ ପନୀରର ସ୍ୱାଦକୁ ବହୁତ ଭଲ ଭାବରେ ଜାଣିଥିବେ। ଘରେ ଏହାର ସ୍ୱାଦ ଆହୁରି ଅଧିକ ବଢ଼ିଯାଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ପନୀରର ଏମିତି ସ୍ପେଶାଲ ରେସିପି ବିଷୟରେ ଜଣାଇବାକୁ ଯାଉଛୁ ଯାହାର ସ୍ୱାଦ ଆପଣ ପୂର୍ବରୁ କେବେବି ଚାଖିନଥିବେ। ଆମେ ଆଜି ଆପଣଙ୍କୁ ଜଣାଇବୁ ‘ପନୀର ଗାର୍ଲିକ କବାବ’ ବିଷୟରେ , ଯାହାକୁ ଆପଣ ସ୍ନାକସରେ ଖାଇପାରିବେ। ତେବେ ଆସନ୍ତୁ ଜାଣିବା ଏହାକୁ ବନାଇବାର ପ୍ରସ୍ତୁତି ସମ୍ପର୍କରେ।

ଆବଶ୍ୟକୀୟ ସାମଗ୍ରୀ

-୧ କପ୍ ପନୀର

-ଅଧା କପ୍ କର୍ଣ୍ଣ

-୨,୩ ବଡ ଚାମଚ ବେସନ

-୧ ବଡ ଚାମଚ ପୋହାର ଚୁରା

-୧ ବଡ ଚାମଚ ଅଦା ରସୁଣ ପେଷ୍ଟ

-୨ଟି କଞ୍ଚା ଲଙ୍କା

-୧ ଛୋଟ ଚାମଚ ଚାଟ୍ ମସଲା

-ଲୁଣ ସ୍ୱାଦାନୁସାରେ

-ତେଲ (ଆବଶ୍ୟକ ଅନୁସାରେ)

ପ୍ରସ୍ତୁତି ପ୍ରଣାଳୀ

ପନୀର ଗାର୍ଲିକ କବାବ ପ୍ରସ୍ତୁତ କରିବା ପାଇଁ ସର୍ବ ପ୍ରଥମେ ଗୋଟିଏ ପାତ୍ରରେ ପନୀର, କର୍ଣ୍ଣ ଏବଂ ପିଆଜ ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ। ଏବେ ଏଥିରେ ବେସନ, ଅଦା ରସୁଣ ପେଷ୍ଟ, କଞ୍ଚା ଲଙ୍କା, ଜୀରା ପାଉଡର, ଚାଟ ମସଲା, ଲୁଣ ମିଶାଇ ୪ ରୁ ୫ ମିନିଟ ରଖିଦିଅନ୍ତୁ। ଏହାପରେ ପୋହାର ଚୂରାକୁ ମିଶାଇ ଭଲଭାବେ ମିଶାଇ ଦିଅନ୍ତୁ। ଚକଟା ମିଶ୍ରଣକୁ ହାଲୁକା ହାତରେ ଦବାଇ କବାବର ଆକାର ଦିଅନ୍ତୁ। ମିଡିୟମ ଆଞ୍ଚରେ ଏକ ପାତ୍ରରେ ତେଲ ଗରମ କରି ପ୍ୟାନରେ କବାବକୁ ପକାଇ ଦିଅନ୍ତୁ। ସୁନେଲୀ ରଙ୍ଗ ହୋଇଗଲା ପରେ ଆଞ୍ଚ ବନ୍ଦ କରିଦିଅନ୍ତୁ। ପନୀର ଗାର୍ଲିକ କବାବ୍ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button