ରାଜ୍ୟ

ବଢୁଛି ପିଆଜ ଦର, ମନ୍ତ୍ରୀ କହିଲେ-ଆମର ନାହିଁ ଉତ୍ପାଦନ

ବଢିଚାଲିଛି ପିଆଜ ଦର। ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ପିଆଜ ମୂଲ୍ୟ ବୃଦ୍ଧି ପାଇଛି। ଖୁଚୁରା ଦୋକାନରେ ପିଆଜ କିଲୋଗ୍ରାମ ପ୍ରତି ୭୦ରୁ ୮୦ ଟଙ୍କାରେ ବିକ୍ରି ହେଉଛି। ମୂଲ୍ୟ ବୃଦ୍ଧି ହେତୁ ଅନେକ ହୋଟେଲ ଏବଂ ରେଷ୍ଟୁରାଣଅଟ ସମେତ ମଧ୍ୟବିତ୍ତ ପରିବାରର ରୋଷେଇ ଘରୁ ପିଆଜ ଅଦୃଶ୍ୟ ହୋଇଯାଇଛି। କେବଳ ସେତିକି ନୁହେଁ, ଟମାଟୋ ଏବଂ ଆଳୁ ମୂଲ୍ୟ ବୃଦ୍ଧି ପାଇବା କାରଣରୁ ଖାଉଟିଙ୍କୁ ଚିନ୍ତା ଘାରିଛି।

ପିଆଜ ଦରବୃଦ୍ଧି ନେଇ ଯୋଗାଣ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, ନାସିକରେ ମଧ୍ୟ ପିଆଜ ଦର ଅଧିକ ରହିଛି। ୪୫ ଟଙ୍କା କେଜି ବିକ୍ରି ହେଉଛି ସେଠୁ ଆସିଲେ ଏଠି ବିକ୍ରି ହେବ। ଆମର ଉତ୍ପାଦନ ଯେହେତୁ ନାହିଁ ଦର ଅଧିକ ଅଛି। ନାଫେଡ ଜରିଆରେ ୩୦ ଟଙ୍କାରେ ବିକିବାକୁ କୁହାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button