ମନୋରଞ୍ଜନ

କାର୍ତ୍ତିକ ମାସରେ ଘରେ ପ୍ରସ୍ତୁତ କରନ୍ତୁ ସ୍ପଞ୍ଜି ଭେଜ୍‌ କେକ୍‌

କାର୍ତ୍ତିକକୁ ଧର୍ମମାସ କୁହାଯାଏ। ବିଶ୍ୱାସ ରହିଛି ଯେ ଏହି ମାସରେ ଆମିଷ ଭୋଜନ ପରିହାର କରି ନିରାମିଷ ଆହାର ଗ୍ରହଣ କରିବା ଦ୍ୱାରା ପୁଣ୍ୟଲାଭ ହୋଇଥାଏ। ତେଣୁ କାର୍ତ୍ତିକରେ ଘରେ ଘରେ ଅରୁଆ ଭୋଜନ କରାଯାଏ। ତେବେ କାର୍ତ୍ତିକରେ ଭେଜ୍‌ରେ ମଧ୍ୟ ଆପଣ ବହୁତ ଟେଷ୍ଟି ଖାଇବା ତିଆରି କରିପାରିବେ। କାର୍ତ୍ତିକ ମାସରେ ଆପଣ ଚାହିଁଲେ ସ୍ପଞ୍ଜି ଭେଜ୍‌ କେକ୍‌ ତିଆରି କରି ନିଜେ ଖାଇବା ସହ ପରିବାର ଲୋକଙ୍କୁ ମଧ୍ୟ ଖୁଆଇପାରିବେ। ଏହାକୁ ବନାଇବା ମଧ୍ୟ ଖୁବ୍‌ ସହଜ। ଆସନ୍ତୁ ଜାଣିବା ସ୍ପଞ୍ଜି ଭେଜ୍‌ କେକ୍‌ ପ୍ରସ୍ତୁତି ବିଧି:

ଆବଶ୍ୟକୀୟ ସାମଗ୍ରୀ:

ମଇଦା-୨୦୦ ଗ୍ରାମ୍‌
ବେକିଂ ପାଉଡର-ଅଧ ଚାମଚ
ଲହୁଣୀ-୧୧୫ ଗ୍ରାମ୍‌
ଭାନିଲା ଏସେନ୍ସ-୧ ଚାମଚ
ଚିନି-୨୦୦ ଗ୍ରାମ୍‌
ଲୁଣ-ଅଧ ଚାମଚ
କ୍ଷୀର-୧୨୫ ମିଲି

 

ପ୍ରସ୍ତୁତି ପ୍ରଣାଳୀ:

ଏକ ବଡ଼ ପାତ୍ରରେ ମଇଦା ଓ ଲହୁଣୀକୁ ନେଇ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ଏଥିରେ ବେକିଂ ପାଉଡର, ଭାନିଲା ଏସେନ୍ସ, ଚିନି, ଲୁଣ ଓ କ୍ଷୀର ପକାଇ ପୁଣି ଥରେ ଗୋଳାନ୍ତୁ। ବ୍ୟାଟର ନରମ ହେବା ପର୍ଯ୍ୟନ୍ତ ଚାମଚରେ ଫେଣ୍ଟନ୍ତୁ।

ଏବେ ଓଭାନ ଅନ୍‌ କରି ୩୫୦ ଡିଗ୍ରୀ ତାପମାତ୍ରାରେ ପ୍ରି-ହିଟ୍‌ କରନ୍ତୁ। ବର୍ତ୍ତମାନ କେକ୍‌ ପ୍ୟାନ୍‌ର ଚାରିପଟେ ଭଲଭାବେ ଘିଅ ଲଗାଇ ସେଥିରେ ବ୍ୟାଟର ରଖି ଓଭାନ୍‌ରେ ୩୦ରୁ ୩୫ ମିନିଟ୍‌ ଯାଏଁ ବେକ୍‌ କରନ୍ତୁ। ସାଧାରଣ ତାପମାତ୍ରାକୁ ଆସିଗଲେ କେକ୍‌କୁ କ୍ରିମ୍‌ ଓ ଜାମ୍‌ରେ ସଜାଇ ସର୍ଭ କରନ୍ତୁ ସ୍ପଞ୍ଜି ଭେଜ୍‌ କେକ୍‌। ଏହା ଖୁବ୍‌ ନରମ ହୋଇଥିବାରୁ ଉଭୟ ପିଲା ଓ ବୟସ୍କ କେକ୍‌କୁ ଆରାମରେ ଖାଇପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button