ସ୍ୱାସ୍ଥ୍ୟ

ଆପଣଙ୍କ ରୁକ୍ଷ ତ୍ୱଚା ପାଇଁ ସାଙ୍ଗ ଆଗରେ ଲାଜ ଲାଗୁଛି କି? ଚିନ୍ତା ନ କରି ଆପଣାନ୍ତୁ ଏହି ୩ଟି ଜିନିଷ

ଧୀରେ ଧୀରେ ପାଗ ପରିବର୍ତ୍ତନ ହେବାରେ ଲାଗିଛି। କିନ୍ତୁ ମନେ ରଖନ୍ତୁ, ଋତୁ ଯାହାବି ହେଉ, ତ୍ୱଚାର ଯତ୍ନ ନେବା ବହୁତ ଜରୁରୀ ହୋଇଥାଏ। କାରଣ, ସବୁ ଋତୁରେ ତ୍ୱଚାର ଅଲଗା ଅଲଗା ସମସ୍ୟା ଦେଖାଦେଇଥାଏ। କିଛି ଲୋକଙ୍କଠାରେ ଗରମ ଏବଂ ଶୀତ ଦିନେ ତ୍ୱଚାରେ ରୁକ୍ଷପଣ ଆସିଥାଏ। ଯଦି ଆପଣ ଏହି ପ୍ରକାର ସମସ୍ୟାକୁ ଦୂର କରିବାକୁ ଚାହାଁନ୍ତି, ତା’ହେଲେ ଆପଣଙ୍କୁ କେବଳ ଏହି ୩ଟି ଜିନିଷ ଉପଯୋଗ କରିବାକୁ ପଡ଼ିବ। ଏହାକୁ ବ୍ୟବହାର କଲେ, ତ୍ୱଚା କେବଳ ଶୀତ ନୁହେଁ, ବରଂ ସବୁ ଋତୁରେ ସୁସ୍ଥ ଏବଂ ସତେଜ ରହିପାରିବ। ଆଉ ଆପଣ ଡେଡ୍ ସ୍କିନ୍ ସେଲ୍ସର ସମସ୍ୟାରୁ ମଧ୍ୟ ମୁକୁଳି ପାରିବେ।

ଆପଣଙ୍କ ତ୍ୱଚାରୁ ରୁକ୍ଷପଣ ଦୂର କରିବା ପାଇଁ ପୁଦିନା ପତ୍ର, ଗ୍ଲିସରିନ୍ ଏବଂ ଗୋଲାପ ଜଳ ବହୁତ ଜରୁରୀ ହୋଇଥାଏ। ଯଦି ଆପଣ ଗ୍ଲୋଇଙ୍ଗ୍ ସ୍କିନ୍ ଚାହୁଁଛନ୍ତି, ତା’ହେଲେ ପ୍ରଥମେ ପୁଦିନା ପତ୍ରକୁ ବାଟିଦିଅନ୍ତୁ। ଏହି ବଟାରେ ଗୋଲାପ ଜଳ ମିଶାନ୍ତୁ। ଏବେ ଏଥିରେ ଦୁଇ ବୁନ୍ଦା ଗ୍ଲିସରିନ୍ ମିଶାନ୍ତୁ। ଏହି ପେଷ୍ଟକୁ ଚେହେରାରେ ଲଗାନ୍ତୁ ଏବଂ ୩୦ ମିନିଟ୍ ପରେ ଧୋଇ ଦିଅନ୍ତୁ। ଯଦି ଆପଣ ନିୟମିତ ରୂପରେ ଏହି ଫେସ୍ ପ୍ୟାକ୍‌କୁ ଉପଯୋଗ କରିବେ, ତା’ହେଲେ ମୁଖରେ ନାଲି ବ୍ରଣ ସମସ୍ୟା, ମୃତ କୋଷିକା ଏବଂ ରୁକ୍ଷ ତ୍ୱଚା ସମସ୍ୟା ଚୁଟ୍‌କିରେ ଦୂର ହୋଇଯିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button