କୋଟିପତି ହୋଇ ବି ଏହି ସାଧାରଣ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ଶାହରୁଖ ଖାନ୍ – Kalinga News

[ad_1]
ମୁମ୍ବାଇ: ଡିସେମ୍ବର ୨୧, ୨୦୨୩ରେ ମୁକ୍ତିଲାଭ କରିଥିଲା ବାଦଶାହ ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଡଙ୍କି’। ଫିଲ୍ମର ଟିଜର ଓ ଟ୍ରେଲର ଦର୍ଶକଙ୍କ ଉତ୍ସାହ ବଢ଼ାଇଥିବା ବେଳେ ମୁକ୍ତିଲାଭ ପରେ ଶାହରୁଖଙ୍କ ଫିଲ୍ମକୁ ଦର୍ଶକଙ୍କ ଭଲପାଇବା ମିଳିଥିଲା। ଯଦି ଆମେ ୨୦୨୩ବର୍ଷକୁ ଦେଖିବା, ତେବେ ଶାହରୁଖଙ୍କ ୩ଟି ଫିଲ୍ମ ‘ପଠାନ୍’, ‘ଯବାନ’ ଓ ‘ଡଙ୍କି’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା। ଗତ କିଛି ବର୍ଷ ବ୍ୟବଧାନରେ ଶାହରୁଖ ପରଦାକୁ ଫେରିବା ପରେ ତାଙ୍କୁ ଦର୍ଶକଙ୍କ ଭଲପାଇବା ମିଳିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
୨୦୨୩ରେ ବକ୍ସ ଅଫିସ କିଙ୍ଗ ପାଲଟିଥିବା ଶାହରୁଖଙ୍କ ୬,୩୦୦କୋଟି ଟଙ୍କାର ମାଲିକ ହୋଇଥିଲେ ବି ଅତି ସାଧାରଣ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ତାଙ୍କୁ ଘର ଖାଦ୍ୟ ପସନ୍ଦ ଏବଂ ସେ କଞ୍ଚା ପିଆଜ ସହ ଭାତ ଓ ଡାଲି ଖାଇବାକୁ ଖୁବ ପସନ୍ଦ କରନ୍ତି। ଏହା ସହ ବେଳେ ବେଳେ ସେ ତନ୍ଦୁରୀ ଚିକେନ ମଧ୍ୟ ଖାଇବାକୁ ପସନ୍ଦ କରୁଥିବା କହିଥିଲେ।
ଯଦି ଶାହରୁଖଙ୍କ ବ୍ୟକ୍ତିଗତ ଜୀବନକୁ ଦେଖିବା ତେବେ ତାଙ୍କ ଝିଅ ସୁହାନା ଖାନ୍ ‘ଆର୍ଚିଜ୍’ ମାଧ୍ୟମରେ ଅଭିନୟରେ ଡେବ୍ୟୁ କରିସାରିଥିବା ବେଳେ ପୁଅ ଆରୟନ ଏବେ ଡେବ୍ୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହା ସହ ତାଙ୍କ ସାନ ପୁଅ ଅବରାମ ଖାନ୍ ଏବେ ସ୍କୁଲ ଯାଉଥିବା ଜଣାପଡ଼ିଛି।
[ad_2]




