ଜ୍ୟୋତିଷ

ଭଗବାନଙ୍କୁ ପ୍ରସନ୍ନ କରିବାକୁ ଚାହୁଁଥିଲେ, ଏମିତି ଆକର୍ଷକ ଢଙ୍ଗରେ ଘରେ ସଜାନ୍ତୁ ପୂଜା ଥାଳି

ଯେକୌଣସି ବ୍ରତ ବା ପୂଜାରେ ପୂଜା ଥାଳିର ସ୍ୱତନ୍ତ୍ର ମାହାତ୍ମ୍ୟ ରହିଥାଏ। ଭଗବାନଙ୍କ ନାମ ମନରେ ସ୍ମରଣ କରି ଶ୍ରଦ୍ଧାଳୁ ଏହି ଥାଳିକୁ ଭକ୍ତିପୂତ ଭାବେ ସଜାଡ଼ିଥାନ୍ତି। ଠାକୁରଙ୍କ ପୂଜାରେ ବ୍ୟବହୃତ ହେଉଥିବା ଥାଳିରେ କେତେକ ଜିନିଷ ରହିବା ନିତାନ୍ତ ଆବଶ୍ୟକ ହୋଇଥାଏ। ଯଥା: ଚନ୍ଦନ, ସିନ୍ଦୁର, ଅଗୁରୁ, ଧୂପ, ଦୀପ, ଅରୁଆ ଚାଉଳ, କଞ୍ଚାକ୍ଷୀର। ଏସବୁ ଦ୍ରବ୍ୟ ବିନା ପୂଜା ଥାଳି ଅଧୁରା ଲାଗେ। ଏଣୁ ସବୁ ପୂଜାଥାଳିରେ ଏହି ଦ୍ରବ୍ୟ ରଖିବା ଅନିବାର୍ଯ୍ୟ।

ଆଗକୁ ମହିଳାମାନଙ୍କର କରବା ଚୌଥ ବ୍ରତ ଆସୁଛି। ସ୍ୱାମୀଙ୍କ ଦୀର୍ଘ ଆୟୁଷ କାମନା କରି ସ୍ତ୍ରୀମାନେ ଏହି ଓଷା କରିଥାନ୍ତି। କରବା ଚୌଥରେ ଥାଳିର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ। ଏହି ଓଷା ପାଇଁ ମହିଳାମାନେ ସ୍ୱତନ୍ତ୍ର ଭାବେ ପୂଜା ଥାଳି ସଜାଇଥାନ୍ତି। କେବଳ ପୂଜା ଥାଳି ନୁହେଁ ପୂଜାରେ ବ୍ୟବହୃତ ହେଉଥିବା ଚାଲୁଣୀ ଓ ଢାଳକୁ ମଧ୍ୟ ମହିଳାମାନେ ଖୁବ୍‌ ସୁନ୍ଦର ଭାବେ ସଜାଇଥାନ୍ତି।

ଆପଣ ଚାହିଁଲେ ଘରେ ମଧ୍ୟ ଥାଳିକୁ ସୁନ୍ଦର ଭାବେ ସଜାଇପାରିବେ। ଏଥିପାଇଁ କେବଳ କେତେକ ଘରୋଇ ଜିନିଷ ଆବଶ୍ୟକ। ଲାଲ୍‌ କପଡ଼ା, କୁନ୍ଦନ, ଷ୍ଟୋନ୍‌, ଛୋଟ ଛୋଟ ଆଇନା, ମାଳି ଆଦି ବ୍ୟବହାର କରି ସୁନ୍ଦର ଭାବେ ଆପଣ ନିଜ ଥାଳି ସଜାଇପାରିବେ।

ଥାଳିକୁ ଅଧିକ ଆକର୍ଷକ କରିବାକୁ ଚାହୁଁଥିଲେ ଏଥିରେ ଆପଣ ଲଟକନ୍‌ ମଧ୍ୟ ଲଗାଇପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button