ମନୋରଞ୍ଜନ

ମେହେନ୍ଦି ରଙ୍ଗ ଗାଢ଼ କରିବାକୁ ଚାହୁଁଥିଲେ, ଆପଣାନ୍ତୁ ଏହି ସହଜ ୧୦ଟି ଟିପ୍ସ୍‍

ଝିଅମାନଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ମେହେନ୍ଦି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଖାସ୍‌ କରି ସଧବାଙ୍କ ପ୍ରତୀକ ହୋଇଥାଏ ମେହେନ୍ଦି। ବିବାହ ବ୍ରତ ଭଳି ଉତ୍ସବରେ ମେହେନ୍ଦି ଲଗାଇବାକୁ ଶୁଭ ମନେ କରାଯାଏ। ତେବେ ମେହେନ୍ଦି ଲଗାଇବା ବେଳେ ସମସ୍ତେ ଏହାର ରଙ୍ଗକୁ ଅଧିକ ଗାଢ଼ କରିବାକୁ ଚାହିଁଥାନ୍ତି। ବିଶ୍ୱାସ ରହିଛି ଯେ ମେହେନ୍ଦିର ରଙ୍ଗ ଗାଢ଼ ହେଲେ ସ୍ୱାମୀ ଓ ଶାଶୁଙ୍କ ସହ ଭଲ ପାଇବା ବଢ଼େ। ଆଉ ଏଥିପାଇଁ ଝିଅମାନେ ବିଭିନ୍ନ ଉପାୟ ମଧ୍ୟ ଆପଣାଇଥାନ୍ତି। ଯଦି ଆପଣ ମଧ୍ୟ ମେହେନ୍ଦି ଗାଢ଼ କରିବାକୁ ଚାହୁଁଛନ୍ତି, ତେବେ ଏହି ଟିପ୍ସ ଆପଣାନ୍ତୁ;

୧.ମେହେନ୍ଦି ଲଗାଇବା ପୂର୍ବରୁ ହାତକୁ ଭଲ ଭାବେ ସଫା କରି ପ୍ରଥମେ ମେହେନ୍ଦି ଅଏଲ୍‌ ଲଗାନ୍ତୁ। ଆପଣ ନୀଳଗିରି ତେଲ ମଧ୍ୟ ବ୍ୟବହାର କରିପାରିବେ।
୨.ମେହେନ୍ଦି ଲଗାଇବା ପରେ ଏହା ଶୁଖିଗଲେ, ଏଥିରେ ଲେମ୍ବୁ ଓ ଚିନି ପାଣି ମିଶ୍ରଣ ଲଗାନ୍ତୁ। ଏଭଳି କରିବା ଦ୍ୱାରା ମେହେନ୍ଦିର ରଙ୍ଗ ଗାଢ଼ ହୋଇଥାଏ।

୩.ମେହେନ୍ଦି ଶୁଖିବା ପରେ ପାଣିରେ ଆଦୌ ଧୁଅନ୍ତୁ ନାହିଁ। ଏହା ଦ୍ୱାରା ମେହେନ୍ଦି ଫିକା ପଡ଼ିଯାଏ।
୪.ମେହେନ୍ଦି ଶୁଖିଯିବା ପରେ ଏହା ଉପରେ ସୋରିଷ ତେଲ କିମ୍ବା ଆଚାରରେ ବ୍ୟବହାର କରାଯାଉଥିବା ତେଲ ଲଗାନ୍ତୁ।
୫.୪-୫ଟି ଲବଙ୍ଗକୁ ତାଓ୍ଵାରେ ଗରମ କରନ୍ତୁ, ଏହାର ଧୂଆଁରେ ହାତକୁ ସେକନ୍ତୁ। ଏହା ମେହେନ୍ଦି ରଙ୍ଗକୁ ଗାଢ଼ କରିବାରେ ସାହାଯ୍ୟ କରେ।

୬.ମେହେନ୍ଦି ଉପରେ ଭୁଲ୍‌ରେ ପାଣି ପଡ଼ିଗଲେ, ସେଥିରେ ପେଟ୍ରୋଲିୟମ୍‌ ଜେଲି ଲଗାନ୍ତୁ। ଏହା ଦ୍ୱାରା ମଧ୍ୟ ମେହେନ୍ଦିର ରଙ୍ଗ ଗାଢ଼ ହେବ।
୭.ମେହେନ୍ଦିକୁ ୧୦-୧୨ଘଣ୍ଟା ପର୍ଯ୍ୟନ୍ତ ହାତରେ ରଖିବା ପରେ ସଫା କରିଦିଅନ୍ତୁ। ପରେ ଏଥିରେ ଭିକ୍ସ କିମ୍ବା ଆୟୋଡେକ୍ସ ଲଗାନ୍ତୁ।

୮.ମେହେନ୍ଦି ଟିକେ ଶୁଖିଯିବା ପରେ ଏଥିରେ ଲେମ୍ବୁ ଓ ଚିନିର ଏକ ମିଶ୍ରଣ ପକାଇ ଶୁଖିବାକୁ ଛାଡ଼ିଦିଅନ୍ତୁ।

୯.ମେହେନ୍ଦି ରଙ୍ଗ ଗାଢ଼ କରିବାକୁ ସବୁଠାରୁ ପାରମ୍ପରିକ ଉପାୟ ହେଉଛି ଚୂନ। ଶୁଖିଲା ଚୂନକୁ ମେହେନ୍ଦି ଶୁଖିଯିବା ପରେ ହାତରେ ରଗଡ଼ିବା ଦ୍ୱାରା ରଙ୍ଗ ଗାଢ଼ ହୋଇଥାଏ।

୧୦. ଗରମରେ ମଧ୍ୟ ହାତର ମେହେନ୍ଦି ଅଧିକ ଗାଢ଼ ହୋଇଥାଏ। ଏଣୁ ମେହେନ୍ଦି ଉପରେ ଭିକ୍ସ କିମ୍ବା ଆୟୋଡେକ୍ସ ଲଗାଇ ଗ୍ଲୋବ୍ସ ଲଗାଇ ଦିଅନ୍ତୁ। ଏଭଳି କରିବା ଦ୍ୱାରା ମଧ୍ୟ ମେହେନ୍ଦି ରଙ୍ଗ ଗାଢ଼ ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button