ସ୍ୱାସ୍ଥ୍ୟ

ଜଣ୍ଡିସ୍‌ ରୋଗୀଙ୍କ ପାଇଁ ମହୌଷଧୀ ଅଶ୍ୱତ୍ଥ ପତ୍ର, ଏହାଛଡା ପାକସ୍ଥଳୀ ଜନିତ ଯନ୍ତ୍ରଣା ମଧ୍ୟ ଦୂର କରେ

ଆୟୁର୍ବେଦରେ ଅନୁଯାୟୀ ସବୁ ଗଛରେ ଅନେକ ଔଷଧୀୟ ଗୁଣ ରହିଛି। ଏହା ବିଭିନ୍ନ ଲିଭର ସମସ୍ୟାରୁ ଦୂରେଇ ରଖେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏହି ସବୁ ଗଛ ମଧ୍ୟରେ ଅଶ୍ୱତ୍ଥ ଗଛ ଅନ୍ୟତମ। ଏହି ଗଛ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି। ଯାହା ଶରୀରର ଅନେକ ରୋଗ ଭଲ କରିବାରେ ସହାୟକ ହୋଇଥାଏ।

powder

କେବଳ ଏହି ଗଛର ପତ୍ର ନୁହେଁ ଫଳ ମଧ୍ୟ ଶରୀର ପାଇଁ ଉପକାରୀ। ଏହାର ଫଳ କଫ, ପିତ୍ତ ବାନ୍ତି ଏବଂ ପୋଡିଯାଇଥିବା ଘାକୁ ଠିକ୍‌ କରିଥାଏ। ଯଦି ଆପଣଙ୍କର ପାକସ୍ଥଳୀରେ ଯନ୍ତ୍ରଣାରେ ଅନୁଭବ କରୁଛନ୍ତି ତେବେ ଅଶ୍ୱତ୍ଥ ଗଛର ପତ୍ରକୁ ନେଇ ଗୁଡରେ ବାଟି ଛୋଟ ଛୋଟ ବଟିବା କରିନିଅନ୍ତୁ। ଏହାକୁ ଦିନକୁ ୩ରୁ ୪ଟି ଖାଆନ୍ତୁ। ଏହାକୁ ଖାଇବା ଦ୍ୱାରା ଆରାମ ମିଳେ।

peepal-leaf-1

ଅଶ୍ୱତ୍ଥ ପତ୍ରକୁ ଶୁଖାଇ ସେଥିରେ ଚିନି କିମ୍ବା ମିଶ୍ରି ମିଶାଇ ଗୁଣ୍ଡ କରିବା ପରେ ଏଥିରୁ ଅଧ ଚାମଚେ ଗ୍ଲାସେ ପାଣିରେ ମିଶାଇ ପିଇଲେ ଲିଭର ସ୍ୱାଭାବିକ ଭାବେ କାମ କରିଥାଏ।

ଜଣ୍ଡିସ୍‌ ରୋଗୀଙ୍କ ପାଇଁ ଏହା ମହୌଷଧୀ ସାବ୍ୟସ୍ତ ହୋଇଥାଏ। ଏହା ରକ୍ତ ସଫା କରିବାରେ ସହାୟକ ହୋଇଥାଏ। ଅଶ୍ୱତ୍ଥ ପତ୍ର ଗୁଣ୍ଡକୁ ମହୁରେ ମିଶାଇ ପ୍ରତିଦିନ ଦୁଇଥର ଖାଇଲେ ସମସ୍ତ ରକ୍ତ ବିକାର ନଷ୍ଟ ହୁଏ। ଏହା ରକ୍ତଚାପକୁ ସ୍ୱାଭାବିକ କରିବା ସହିତ କୋଲେଷ୍ଟରଲସ୍ତରକୁ ନିୟନ୍ତ୍ରିତ କରିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।

ଶୀତଦିନେ ତ ପ୍ରାୟତଃ ଲୋକଙ୍କର ଗୋଇଠି ଫାଟିଥାଏ। ଏହି ଫଟା ଜାଗାରେ ଅଶ୍ୱତ୍ଥ ଗଛର କ୍ଷୀରକୁ ଲଗାଇଲେ ଏଥିରୁ ରକ୍ଷା ପାଇପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button