ମନୋରଞ୍ଜନ

ଥରେ ଖାଇଲେ ଆଉ ଥରେ ଖାଇବାକୁ ଇଚ୍ଛା ହେବ ଚଟ୍‌ପଟା କଞ୍ଚାଲଙ୍କା ଆଚାର

ଅଧିକ ରାଗ ଖାଇବାକୁ ଚାହୁଁଥିବା ଲୋକଙ୍କ ପାଇଁ କଞ୍ଚା ଲଙ୍କା ଆଚାର ସବୁଠାରୁ ଭଲ ବିକଳ୍ପ। ଯେକୌଣସି ଖାଦ୍ୟ ସହ ମଧ୍ୟ ଆପଣ ଏହି ଆଚାରକୁ ଖାଇପାରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହାକୁ ଅଧିକ ଦିନ ପର୍ଯ୍ୟନ୍ତ ମଧ୍ୟ ଆପଣ ରଖିପାରିବେ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଲଙ୍କା ଖାଇବା ଦ୍ୱାରା କେତେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ। ରକ୍ତଚାପ, ହୃଦ୍‌ ସମସ୍ୟା, ଚକ୍ଷୁ ସମସ୍ୟା ଆଦି ଦୂର କରିବାରେ ମଧ୍ୟ କଞ୍ଚା ଲଙ୍କା ସାହାଯ୍ୟ କରେ। ତେବେ ଆସନ୍ତୁ ଜାଣିବା କଞ୍ଚା ଲଙ୍କା ଆଚାର ପ୍ରସ୍ତୁତି ପ୍ରଣାଳୀ:

ଆବଶ୍ୟକୀୟ ସାମଗ୍ରୀ:

  • ୧୦ଟି କଟା ହୋଇଥିବା କଞ୍ଚା ଲଙ୍କା
  • ୧ କପ୍‌ ଲୁଣ
  • ଅଧା କପ୍‌ ସୋରିଷ ତେଲ
  • ୧ ଚାମଚ ଲାଲ୍‌ ଲଙ୍କାଗୁଣ୍ଡ
  • ୧ ଚାମଚ ହଳଦୀ ଗୁଣ୍ଡ
  • ୨୦୦ ଗ୍ରାମ ଛୋଟ କଟା ଅଦା
  • ୨୫୦ ଗ୍ରାମ ଛୋଟ କଟା ରସୁଣ
  • ୧୦୦ ଗ୍ରାମ ଜିରା ଗୁଣ୍ଡ
  • ୨୦୦ ଗ୍ରାମ ସୋରିଷ ଗୁଣ୍ଡ
  • ୧ କପ୍‌ ଚିନି
  • ୨୦୦ ଗ୍ରାମ ତେନ୍ତୁଳି
  • ୩ କପ୍‌ ଭିନେଗାର

ପ୍ରସ୍ତୁତି ପ୍ରଣାଳୀ:

  • ଲଙ୍କାକୁ ଲୁଣରେ ଗୋଳାଇ ୨ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ।
  • ଏବେ ଆଉ ଏକ ପାତ୍ରରେ ତେନ୍ତୁଳିକୁ ଭିନେଗାରରେ ପକାଇ ଦୁଇଘଣ୍ଟା ରଖନ୍ତୁ।
  • ବର୍ତ୍ତମାନ ଏକ ବଡ଼ କଡ଼େଇରେ ସୋରିଷ ତେଲକୁ ଗରମ କରି ସେଥିରେ ଲାଲ୍‌ ଲଙ୍କା ଗୁଣ୍ଡ ଓ ହଳଦୀ ଗୁଣ୍ଡ ପକାନ୍ତୁ। ଟିକେ ଭାଜି ହୋଇଗଲେ ସେଥିରେ ଅଦା ଓ ରସୁଣ ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ।
  • ୫ ମିନିଟ୍‌ ଭାଜିବା ପରେ ସେଥିରେ ଜିରା ଓ ସୋରିଷ ଗୁଣ୍ଡ ପକାନ୍ତୁ। ଏବେ ତେନ୍ତୁଳି ଓ ଭିନେଗାର ମିଶ୍ରଣ ପକାଇ ଭଲଭାବେ ଗୋଳାନ୍ତୁ।
  • ମିକଶ୍ଚର ପ୍ରସ୍ତୁତ ହୋଇଯିବା ପରେ ୧ କପ୍‌ ଚିନି ପକାଇ ହାଲ୍‌କା ଆଞ୍ଚରେ ଧୀରେ ଧୀରେ ରାନ୍ଧନ୍ତୁ।
  • ଶେଷରେ କଞ୍ଚା ଲଙ୍କା ପକାଇ ୧୦ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ କମ୍‌ ଆଞ୍ଚରେ ସିଝିବାକୁ ଛାଡ଼ିଦିଅନ୍ତୁ।
  • କଡେଇରୁ ଚିକ୍କଣ ଅଂଶ ଛାଡ଼ିବାକୁ ଲାଗିଲେ ଗ୍ୟାସ ବନ୍ଦ କରି ଏକ ପାତ୍ରରେ କାଢ଼ି ପରଷନ୍ତୁ କଞ୍ଚା ଲଙ୍କା ଆଚାର।
  • ଆପଣ ଏହାକୁ ଭାତ କିମ୍ବା ରୁଟି ସହ ମଧ୍ୟ ଖାଇପାରିବେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button