ମନୋରଞ୍ଜନ

ଦେଶର ଅନେକ ଅଞ୍ଚଳରେ ଜଳାଯାଉଛି ସୋନାକ୍ଷୀ ସିନ୍ହାଙ୍କ କୁଶପୁତ୍ତଳିକା, କାନ୍ଦିକି କହିଲେ – ‘ପ୍ଲୀଜ ମତେ କ୍ଷମା କରି ଦିଅନ୍ତୁ…’ ଜାଣନ୍ତୁ କାହିଁକି

ବଲୀଉଡର ଅଭିନେତ୍ରୀ ସୋନାକ୍ଷୀ ସିନ୍ହା ବର୍ତ୍ତମାନ ସମୟରେ ଏକ ନୂଆ ବିବାଦ ପାଇଁ ଚର୍ଚାରେ ଆସି ଯାଇଛନ୍ତି । ଯେଉଁ କାରଣରୁ ଅନେକ ଜାଗାରେ ତାଙ୍କର କୁଶପୁତ୍ତଳିକା ଜଳାଯାଉଛି । ରବିବାର ଦିନ ଦେଶର କେତେକ ଅଞ୍ଚଳରେ ବାଲ୍ମୀକି ସମାଜର ଲୋକମାନେ ଅଭିନେତ୍ରୀ ସୋନାକ୍ଷୀ ସିନ୍ହାଙ୍କର ଫଟୋକୁ ଜଳାଇ ନିଜର ବିରୋଧ ପ୍ରଦର୍ଶିତ କରିଛନ୍ତି ଓ ଏକ କଡା ଆରୋପ ଲଗାଇଛନ୍ତି କି ସେ ବାଲ୍ମୀକି ସମାଜକୁ ଅପମାନ କରିଛନ୍ତି ।

ବାଲ୍ମୀକି ସମାଜର ଲୋକମାନ ଦ୍ଵାରା ଲଗାଯାଇଥିବା ଏହି ଆରୋପ ପରେ ସୋନାକ୍ଷୀ ସିନ୍ହା ବି ଏକ ଟ୍ୱୀଟ କରିଛନ୍ତି, ଯେଉଁଥିରେ ସେ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ।

ବାଲ୍ମୀକି ସମାଜକୁ କ୍ଷମା ମାଗିଲେ ସୋନାକ୍ଷୀ

ବିବାଦକୁ ବଢୁଥିବାର ଦେଖି ସୋନାକ୍ଷୀ ସିନ୍ହା ଏକ ଟ୍ୱୀଟ କରି ଲାଖିଲେ କି ସିଦ୍ଧାର୍ଥ କନନଙ୍କ ସହିତ ହୋଇଥିବା ମୋର ସାକ୍ଷାତ୍କାରର ସଂଦର୍ଭରେ, ମୁଁ ସୁନିଶ୍ଚିତ କରୁଛି କି ବାଲ୍ମୀକି ସମାଜ ପ୍ରତି ମୋର ଭଲ ପାଇବା ଅଛି । ସମାଜ ତଥା ଦେଶର ଆଜାଦୀ ପ୍ରତି ସେମାନଙ୍କର ଯୋଗଦାନ ଉପରେ ମୁଁ ଗର୍ବିତ ଅଛି । କିନ୍ତୁ ତଥାପି ବି ମୋର ଶବ୍ଦ ଦ୍ଵାରା ତାଙ୍କୁ କୌଣସି ଯଦି ଆଘାତ ଲାଗିଛି, ତେବ ମୁଁ କ୍ଷମା ପ୍ରାର୍ଥନା କରୁଛି । ଏହା ଦ୍ଵାରା ସୋନାକ୍ଷୀ ସିନ୍ହା କହିଦେଲେ କି ତାଙ୍କର ଉଦ୍ଦେଶ୍ୟ କାହର ମନରେ ଆଘାତ ଦେବାର ନ ଥିଲା ।

କେସ ଦାୟର କରାଯାଇଛି

ବାଲ୍ମୀକି ସମାଜର କିଛି ଲୋକମାନେ ଉତ୍ତର ପ୍ରଦେଶର ରାମପୁର ଥାନାରେ ସୋନାକ୍ଷୀ ସିନ୍ହାଙ୍କ ବିରୁଦ୍ଧରେ ଏଫଆଇଆର ଦର୍ଜ କରିଛନ୍ତି । ବାଲ୍ମୀକି ସମାଜର ଆରୋପ ଏହା ଅଟେ କି ସୋନାକ୍ଷୀ ସିନ୍ହା ନିଜର ଇଣ୍ଟରଭିୟୁରେ କିଛି ଏମିତି କଥା କହିଛନ୍ତି, ଯେଉଁଥିରେ ବାଲ୍ମୀକିଙ୍କର ଅପମାନ ହୋଇଛି ଓ ସେଥିପାଇଁ ଆମେ ସମସ୍ତେ ତାଙ୍କ ଉପରେ କାର୍ଯ୍ୟକାରୀ କରିବା ପାଇଁ ଚାହୁଁଛୁ । କହିଦେଉଛୁ ଯେ ଏହି ଇଣ୍ଟରଭିୟୁ ୨୩ ଜୁଲାଇରେ ହୋଇଥିଲା ।

ଏହି ଫିଲ୍ମରେ ନଜର ଆସିବେ ସୋନାକ୍ଷୀ ସିନ୍ହା

ସୋନାକ୍ଷୀ ସିନ୍ହା ନିଜ ଫିଲ୍ମି କ୍ୟାରିୟରରେ ଗୋଟିଏ ବଢି ଗୋଟିଏ ଫିଲ୍ମରେ କାମ କରିଛନ୍ତି । ଯେଉଁଥିରେ ପ୍ରାୟତଃ ଫିଲ୍ମ ହିଟ ହୋଇଛି । ଏହା ମଧ୍ୟରେ ବର୍ତ୍ତମାନ ସୋନାକ୍ଷୀ ସିନ୍ହା ଦବଙ୍ଗ – ୩, ମିସନ ମଙ୍ଗଲ ଓ ଭୁଜରେ ନଜର ଆସିବେ । ଯାହାକୁ ତାଙ୍କର ଫ୍ୟାନମାନେ ବହୁତ ଅପେକ୍ଷା କରିଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button