ମନୋରଞ୍ଜନ

ପଙ୍କଜଙ୍କ ଅଭୁଲା ସିନେଗୀତ – Kalinga News

[ad_1]

ରେଶମୀ କଣ୍ଠର ମିଠାମିଠା ସ୍ବରର ଯାଦୁରେ ଶ୍ରୋତାଙ୍କୁ ବାନ୍ଧି ପାରିଥିଲେ ସେ। ନିଜର ଗାୟକୀରେ ଗଜଲ ଭଳି ଏକ ସମ୍ଭ୍ରାନ୍ତ ଗାୟନ ଶୈଳୀକୁ ସାଧାରଣରେ ଲୋକପ୍ରିୟ କରିଥିଲେ ସେ। ପଙ୍କଜ ଉଧାସ- ଏଇ ଦୁଇଟି ଶବ୍ଦ ହିଁ ତାଙ୍କର ପରିଚୟ ଦେବା ପାଇଁ ଯ‌େଥଷ୍ଟ। ୭୨ ବର୍ଷ ବୟସରେ ସେ ଚିରକାଳ ପାଇଁ ନୀରବି ଯାଇଛନ୍ତି ସତ କିନ୍ତୁ କାଳଜୟୀ ଗୀତଗୁଡ଼ିକ ମାଧ୍ୟମରେ ଶ୍ରୋତାଙ୍କ ହୃଦୟରେ ସେ ସଦା ଜୀବନ୍ତ ରହିବେ। ପଙ୍କଜ ଉଧାସଙ୍କ ‘ଚାନ୍ଦିନୀ ରାତ୍‌ ମେଁ’, ‘ନା କଜ୍‌ରେ କି ଧାର୍‌’, ‘ଔର ଆହିସ୍ତା କିଜିୟେ ବାତେଁ’,  ‘ଏକ ତରଫ୍‌ ଉସକା ଘର’ ଏବଂ ‘ଥୋଡ଼ି ଥୋଡ଼ି ପିୟା କରୋ’ ଆଦି ଗଜଲ ଭାରତୀୟ ସଂଗୀତର ଚିରସବୁଜ ଗୀତ ଭାବେ ଗୃହୀତ। ତେବେ ‘ଚିଠି ଆଇ ହୈ’ ଭଳି ଲୋକପ୍ରିୟ ହିନ୍ଦୀ ଚଳଚ୍ଚିତ୍ର ଗୀତ ପାଇଁ ଶ୍ରୋତାଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ସାଇତା ହୋଇଛି।

୧୯୮୬ ମସିହାରେ ମହେଶ ଭଟ୍ଟଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ନାମ୍‌’ ର ଏହି ଗୀତ ଜରିଆରେ ସେ କୋଟି କୋଟି ଶ୍ରୋତାଙ୍କ ମନରେ ଘର କରିପାରିଥିଲେ।
ସେହିପରି ୧୯୮୮ ମସିହାରେ ‘ଚାନ୍ଦୀ ଜୈସେ ରୂପ ହେ ତେରା’ ଗୀତ ଗାଇ ଶ୍ରେ‌ାତାଙ୍କ ମନକୁ ଛୁଇଁ ପାରିଥିଲେ ପଙ୍କଜ। ରାଜ୍‌ କିରଣ ଓ ଦିବ୍ୟା ରାଣାଙ୍କ ଅଭିନୀତ ‘ଏକ୍‌ ହି ମକ୍ସଦ୍’ ଚଳଚ୍ଚିତ୍ରର ଏହି ଗୀତଟି ପାଇଁ ପଙ୍କଜ ଅନେକ ଭଲପାଇବା ପାଇଥିଲେ। ବିନୋଦ କୁମାର ଓ ମାଧୁରୀ ଦୀକ୍ଷିତଙ୍କ ଅଭିନୀତ ୧୯୮୮ ମସିହାର ସିନେମା ‘ଦୟାବାନ୍‌’ର ପଙ୍କଜ ଗାଇଥିବା ‘ଆଜ୍‌ ଫିର୍‌ ତୁମ୍‌ପେ ପ୍ୟାର୍‌ ଆୟା ହୈ’ ଗୀତ ଅନେକଙ୍କ ହୃଦୟକୁ ଛୁଇଁ ଯାଇଥିଲା। ଅନୁରାଧ ପୌଡ଼ୱାଲ୍‌ଙ୍କ ସହ ଗାଇଥିବା ଏହି ଡୁଏଟ୍‌ଟି ଆଜି ବି ଶୁଣିଲେ ନୂଆ ନୂଆ ଲାଗେ। ୧୯୯୪ ମସିହାରେ ମୁକ୍ତିଲାଭ କରିଥିବା ‘ମୋହରା’ ସିନେମାର ସୁନୀଲ ସେଟ୍ଟୀ ଓ ପୁନମ୍‌ ଝୱେର୍‌ଙ୍କ ଗୀତ ‘ନା କଜ୍‌ରେ କି ଧାର୍‌’ ଗୀତ ଶୁଣିଲେ ଯେ କେହି ବି ପ୍ରେମର ସେହି ମାଦକତାକୁ ଅନୁଭବ କରିପାରିବେ। ଯଦିଓ ପଙ୍କଜ ଉଧାସ ବଲିଉଡ୍ ସିନେମାରେ ହାତଗଣତି ଛବିରେ ଅଭିନୟ କରିଛନ୍ତି, କିନ୍ତୁ ଅଧିକାଂଶ ଗୀତ ଲୋକପ୍ରିୟ ହୋଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button