ସ୍ୱାସ୍ଥ୍ୟ

ଅଧିକ ଦିନ ପର୍ଯ୍ୟନ୍ତ ଫ୍ରିଜରେ ମାଛ ରଖି ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ ଯିବାକୁ ପଡିପାରେ ଡାକ୍ତରଖାନା

ମାଛ ଖାଇବାକୁ ପ୍ରାୟତଃ ସମସ୍ତଙ୍କୁ ଭଲ ଲାଗିଥାଏ। ମାଛ ଖାଇବା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଉପଯୋଗୀ। ନଦୀ କିମ୍ବା ପୋଖରୀ ମାଛ ଧରି ଆଣି ଖାଇବା ସ୍ୱାସ୍ଥ୍ୟପକ୍ଷେ ଭଲ ହୋଇଥିବା ବେଳେ ଫ୍ରିଜରେ ରଖିଥିବା ମାଛ ଆପଣଙ୍କ ପାଇଁ ହାନିକାରକ ହୋଇପାରେ। ଫ୍ରିଜରେ ଥିବା ମାଛ ଖାଇବା ଦ୍ୱାରା ଆପଣ ଡାକ୍ତରଖାନା ଯାଇପାରନ୍ତି। ଯଦି ଆପଣ ବଜାରରୁ ମାଛ କିଣି ଆଣିବା ପରେ ସଙ୍ଗେ ସଙ୍ଗେ ନ କରି ରଖିବାକୁ ଚାହୁଛନ୍ତି ତେବେ ତାକୁ ପ୍ଲାଷ୍ଟିକ ଥଳିରୁ ବାହାର କରି ଫ୍ରିଜରେ କୌଣସି ବାସନରେ ରଖିଦିଅନ୍ତୁ।

fish in fridge

ମାଗ୍ନେସିୟମ, କ୍ୟାଲସିୟମ, ସେଲେନିୟମ, ଜିଙ୍କ, ଆୟୋଡିନ ଏବଂ ଆଇରନରେ ଭରପୂର ମାଛ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ, ତାହା ଆପଣ ବୁଝିସାରିଥିବେ। ମାଛରେ ପ୍ରୋଟିନ ଏବଂ ଓମେଗା ୩ ଫଟି ଏସିଡ ମଧ୍ୟ ରହିଛି, ଯାହାକି ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ। କିନ୍ତୁ ଏହି ମାଛ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଭଲ ହୋଇଥିବା ବେଳେ ଫ୍ରିଜରେ ରଖିଥିବା ମାଛ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ଧ୍ୟାନ ରଖନ୍ତୁ, ଫ୍ରିଜରେ କେବଳ ଆପଣ ଦୁଇଦିନ ପର୍ଯ୍ୟନ୍ତ ମାଛ ରଖିପାରିବେ। ଫିସ୍‌ ଡେଭଲୋପମେଣ୍ଟଆସୋସିଏସନ (FDA) କହିବା ଅନୁଯାୟୀ ଦୁଇ ଦିନରୁ ଅଧିକ ଦିନ ପର୍ଯ୍ୟନ୍ତ ମାଛ କିମ୍ବା ମାଛରେ ତିଆରି ବ୍ୟଞ୍ଜନ ଫ୍ରିଜ୍‌ରେ ରଖିବା ଉଚିତ ନୁହେଁ। ସବୁବେଳେ ସତେଜ ମାଛ ହିଁ ଖାଆନ୍ତୁ।

ff

ମାଛର ଅଲଗା ଅଲଗା ପ୍ରଜାତି ରହିଛି। କେଉଁ ମାଛ ତିନି ଦିନ ପର୍ଯ୍ୟନ୍ତ ସତେଜ ରହୁଥିବା ବେଳେ ଆଉ କିଏ ୫ ଦିନ ପର୍ଯ୍ୟନ୍ତ ସତେଜ ରହିଥାଏ। ପାଞ୍ଚଦିନରୁ ଅଧିକ ଦିନ ପର୍ଯ୍ୟନ୍ତ କୌଣସି ମାଛ ସତେଜ ରହିପାରେ ନାହିଁ। ଅଧିକ ଦିନ ପର୍ଯ୍ୟନ୍ତ ମାଛ ରଖି ଖାଇବା ଦ୍ୱାରା ଆପଣଙ୍କ ଶରୀର ଫୁଡ ପଏଜିଂର ଶିକାର ହେବା ସହ ବାନ୍ତି, ଝାଡା ପ୍ରମୁଖ ରୋଗ ହୋଇପାରେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button