ମନୋରଞ୍ଜନ

ଜମୁଛି ନୂଆ ନାଟକର ରିହର୍ସାଲ୍‌: ଯାତ୍ରା ଆଖଡ଼ା ଚଳଚଞ୍ଚଳ – Kalinga News

[ad_1]

ଯାତ୍ରାର ନୂଆବର୍ଷ ଆରମ୍ଭ ହୁଏ ଜୁନ୍ ୨୦ ତାରିଖରୁ। ସବୁଥର ପରି ଏ ବର୍ଷ ବି ଓଡ଼ିଶାର ଯାଜପୁର, ବାଲେଶ୍ୱର ଓ ଭୁବନେଶ୍ୱରରେ ଥିବା ବିଭିନ୍ନ ଯାତ୍ରାପାର୍ଟିର ଆଖଡ଼ା ଘରେ ଆରମ୍ଭ ହୋଇଛି ନୂଆ ଋତୁର ନୂଆ ନାଟକର ଅଭ୍ୟାସ। ସେହି କ୍ରମରେ ଯାତ୍ରା ବିଶ୍ୱଦରବାର ତା’ର ପ୍ରଥମ ନାଟକ ଅଜୟ ସ ଲିଖିତ ତଥା ତାପସ ସ୍ୱାଇଁ ନିର୍ଦ୍ଦେଶିତ ‘କହିବାକୁ ଲାଜ ଶୁଣିବାକୁ ପାପ’ର ରିହର୍ସାଲ୍ ଆରମ୍ଭ କରିଛି। ଏହି ବର୍ଷ ନୂଆ କରି ଆତ୍ମପ୍ରକାଶ କରୁଥିବା ଯାତ୍ରା ସିଂହବାହିନୀ ଆଖଡ଼ାରେ ଦୀପକ ଜେନାଙ୍କ ରଚିତ ତଥା ଦିନେଶ ଦାସଙ୍କ ନିର୍ଦ୍ଦେଶିତ ‘ବଡ଼ ବେଦରଦୀ କଳା ସାଆନ୍ତ’ର ଅଭ୍ୟାସ ଚାଲିଛି। ଶିବାନୀ ଗଣନାଟ୍ୟରେ ବି ଦୀପକ ଜେନାଙ୍କ ନାଟକ ‘ଦୁଇ କେ ଦୁଇ, ଦୁଇ ଦୁ ଗୁଣେ ଛଅ’ର ଅଭ୍ୟାସ କରାଉଛନ୍ତି ନିର୍ଦ୍ଦେଶକ ବିନୋଦ ରାଉତ। ରଙ୍ଗମହଲରେ ନାଟ୍ୟକାର ଅରୁଣ ବାରିକଙ୍କ ରଚିତ ‘ଧନ ମରିଯିବି ତୋ ବିନା’କୁ ନିର୍ଦ୍ଦେଶକ ସାରଦା ରଣା ଅଭ୍ୟାସ କରାଉଛନ୍ତି। ତେଣେ ଯାତ୍ରା ସ୍ୱର୍ଣ୍ଣମହଲରେ ଚାଲିଛି ଗଣେଶ ରାଉତଙ୍କ ନାଟକ ‘ସ୍ୱାମୀ ପାଇଁ ପଛେ ନର୍କକୁ ଯିବି’। ଗୁରୁ ମିଶ୍ର ଏହାର ନିର୍ଦ୍ଦେଶକ। ସ୍ୱପ୍ନମହଲରେ ସିପୁ ପଣ୍ଡାଙ୍କ ନିର୍ଦ୍ଦେଶନାରେ ଦୀପକ ଜେନାଙ୍କ ନାଟକ ‘ଜବାବ୍ ମାଗୁଛି ଉଦଣ୍ଡି ସୀତା’ର ଅଭ୍ୟାସ ଚାଲିଛି। ଧଉଳି ଗଣନାଟ୍ୟରେ ବି ସେଇ ଦୀପକ ଜେନାଙ୍କ ନାଟକ ‘କିଏ କାନ୍ଦି ନାହଁ ହାତ ଟେକ’ର ରିହର୍ସାଲ୍‌ ଚଲାଇଛନ୍ତି ନିର୍ଦ୍ଦେଶକ ମହେଶ ହାଜରା।

ଏ ବର୍ଷ ନୂଆ କରି ଆସୁଥିବା ଯାତ୍ରା ଯାଜ୍ଞସେନୀର ନାଟ୍ୟକାର-ନିର୍ଦ୍ଦେଶକ ହର ବାରିକଙ୍କ ନାଟକ ‘କାହାର କ’ଣ ହଜିଛି’କୁ ଅଭ୍ୟାସ କରୁଛି। ତେଣେ କଳିଙ୍ଗ ଗଣନାଟ୍ୟ ଆଖଡ଼ା ଘରେ ନିହାର ମହାନ୍ତିଙ୍କ ନାଟକ ‘ହସରେ ତୁମେ ନା ଲୁହରେ ତୁମେ’କୁ ନିର୍ଦ୍ଦେଶକ ସୁଶାନ୍ତ ଦାସ ଅଭ୍ୟାସ କରାଉଛନ୍ତି। ଦୁର୍ଗା ମନ୍ଦିରରେ ଚାଲିଛି ନବଘନ ରାଉଳଙ୍କ ନାଟକ ‘ସ୍ୱାମୀ ଖୋଜିବାକୁ ସ୍ୱର୍ଗକୁ ଯିବି’। ଏହାର ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ଅଶ୍ରୁମୋଚନ ମହାନ୍ତି। ଯାତ୍ରା ଇନ୍ଦ୍ରଭୁବନ ଆଖଡ଼ାରେ ଚାଲିଛି ଜଗନ୍ନାଥ ରାଉତଙ୍କ ନାଟକ ‘ଏତେ ଭଲ ପାଅନାହିଁ’। ସେହିପରି ସୂର୍ଯ୍ୟମନ୍ଦିର ଆଖଡ଼ାରେ ଅଭ୍ୟାସ ହେଉଛି ପ୍ରକାଶ ନାୟକଙ୍କ ନିର୍ଦ୍ଦେଶିତ ନିହାର ମହାନ୍ତିଙ୍କ ନାଟକ ‘ତୋତେ ଲାଗିଯାଉ ମୋ ଆୟୁଷ’। ସେହିପରି କୋଣାର୍କ ଗଣନାଟ୍ୟ ଆଶୁତୋଷ ମହାପାତ୍ରଙ୍କ ରଚନା-ନିର୍ଦ୍ଦେଶନାରେ ‘ଜଗା ହାତରେ ଜୀବନ ପଘା’କୁ ନେଇ ଆଗକୁ ବଢୁଛି।
– ନାରାୟଣ କୁମାର ରାଉତରାୟ



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button