ଟ୍ରାଫିକ ପାଇଁ ଶୀଘ୍ର ବିବାହ ମଣ୍ଡପରେ ପହଞ୍ଚିବାକୁ ଏହି ବାଟ ଆପଣାଇଲେ ମହିଳା – Kalinga News
[ad_1]
ମୁମ୍ବାଇ: ଆମେ ପ୍ରତିଦିନ ଟ୍ରାଫିକ୍ ସମସ୍ୟାର ସମ୍ମୁଖୀନ ହେଉ, କିନ୍ତୁ ଯଦି ଜୀବନର ସବୁଠୁ ଗୁରୁତ୍ବପୂର୍ଣ୍ଣ ଦିନରେ ଆପଣ ଟ୍ରାଫିକରେ ଅଟକି ଯାଆନ୍ତି, ତେବେ ସବୁ କିଛି ଖରାପ ହେଲା ଭଳି ଲାଗେ। ଏଥି ସହିତ, ଯଦି ଏହା ଜୀବନର ସବୁଠାରୁ ବିଶେଷ ଦିନ ଅର୍ଥାତ୍ ଆପଣଙ୍କ ବିବାହର ଦିନ ହୋଇଥାଏ, ତେବେ ଆପଣ କେବେ ବି ଟ୍ରାଫିକରେ ଅଟକିବାକୁ ଚାହିବେ ନାହିଁ। ହେଲେ ଯଦି ଆପଣ ବେଙ୍ଗାଲୁରୁ ଭଳି ସହରରେ ରହୁଛନ୍ତି, ତେବେ ନଚାହୁଥିଲେ ବି ଆପଣଙ୍କୁ ଟ୍ରାଫିକରେ ଅଟକିବାକୁ ହେବ। କାରଣ ବେଙ୍ଗାଲୁରୁରେ ଟ୍ରାଫିକ ସମସ୍ୟା ବହୁତ ଥିବା ବେଳେ ପ୍ରତିଦିନ ଭିନ୍ନ ଭିନ୍ନ କାହାଣୀ ସେୟାର କରନ୍ତି ଲୋକେ। କାହାର ଅଫିସରେ ପହଞ୍ଚିବାକୁ ବିଳମ୍ବ ହୁଏ ତ କିଏ ଠିକ ସମୟରେ ବିମାନବନ୍ଦରରେ ପହଞ୍ଚିପାରେ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
Whatte STAR!! Stuck in Heavy Traffic, Smart Bengaluru Bride ditches her Car, & takes Metro to reach Wedding Hall just before her marriage muhoortha time!! @peakbengaluru moment 🔥🔥🔥 pic.twitter.com/LsZ3ROV86H
— Forever Bengaluru 💛❤️ (@ForeverBLRU) January 16, 2023
ଏବେ ଜଣେ ମହିଳା ନିଜ ବିବାହ ଦିନ ଟ୍ରାଫିକରେ ଫସିବାର କାହାଣୀ ସମସ୍ତଙ୍କୁ ଜଣାଇଛନ୍ତି। ହେଲେ ଟ୍ରାଫିକ ପାଇଁ ସେ ରାସ୍ତାରେ ନଯାଇ ମେଟ୍ରୋରେ ଯାତ୍ରା କରିଥିବା ଭାଇରାଲ ଭିଡିଓରେ ଦେଖାଯାଇଛି। ‘ଫରଏଭର ବେଙ୍ଗାଲୁରୁ’ ନାମକ ଏକ୍ସ ଆକଉଣ୍ଟରେ ଏକ ଭିଡିଓ ସେୟାର କରାଯାଇଛି, ଯେଉଁଥିରେ ଜଣେ ମହିଳା କନ୍ୟା ବେଶରେ ମେଟ୍ରୋରେ ଯାତ୍ରା କରୁଥିବା ଦେଖିବାକୁ ମିଳିଛି। ତାଙ୍କ ସହ ତାଙ୍କ ପରିବାର ଲୋକ ମଧ୍ୟ ଥିବା ଦେଖାଯାଇଛି।
[ad_2]