ରାଜ୍ୟ

ଋତୁ ପରିବର୍ତ୍ତନ ଯୋଗୁ ଥଣ୍ଡା, କାଶରେ ପୀଡିତ କି? ଆପଣାନ୍ତୁ ଏହି ଘରୋଇ ଉପଚାର…

ଋତୁ ବଦଳିଲେ ଥଣ୍ଡା, ଜର, କାଶ ସମସ୍ୟା ଦେଖାଯିବା ଏକ ସାଧାରଣ କଥା। ଏଥିରୁ ରକ୍ଷା ପାଇବା ପାଇଁ ଆମେ ବିଭିନ୍ନ ପ୍ରକାର ଔଷଧ ବ୍ୟବହାର କରିଥାଉ। କିନ୍ତୁ ବିନା ଔଷଧରେ ମଧ୍ୟ ଏହି ରୋଗ ସବୁକୁ ଭଲ କରାଯାଇପାରିବ। ଘରୋଇ ଉପାୟରେ ମଧ୍ୟ ଥଣ୍ଡା କାଶର ଚିକିତ୍ସା ସମ୍ଭବ। କେବଳ ସପୁରୀ ରସରେ ଏତେ ପରିମାଣରେ ଔଷଧୀୟ ଗୁଣ ରହିଛି ଯାହା ଥଣ୍ତା ରୋଗକୁ ମାତ ଦେଇପାରିବ।

  • ସପୁରୀ ରସରେ ପ୍ରଚୁର ପରିମାଣରେ ‘ବ୍ରୋମେଲାଇନ୍‌’ ନାମକ ଆଣ୍ଟି-ଇନ୍‌ଫ୍ଲାମେଣ୍ଟୋରୀ ଏନଜାଇମ୍‌ ରହିଛି। ଯାହା ଆଲର୍ଜି ଓ ଆଜମା ପରି ଶ୍ୱାସଜନିତ ସମସ୍ୟାକୁ ଭଲ କରିବାରେ ସାହାଯ୍ୟ କରେ।
  • ଗଳାରେ ହେଉଥିବା ବିଭିନ୍ନ ରୋଗ ପାଇଁ ମଧ୍ୟ ଏହା ରାମବାଣ ଭଳି କାମ କରିଥାଏ।
  • ସପୁରୀରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଖାଦ୍ୟକୁ ହଜମ କରିବା ସହିତ ଶକ୍ତି ବୃଦ୍ଧି କରିଥାଏ।

ଆସନ୍ତୁ ଜାଣିବା ଥଣ୍ଡା ରୋଗର ଉପଚାର ପାଇଁ ସପୁରୀ ରସକୁ କିପରି ବ୍ୟବହାର କରିବେ:

  • ପ୍ରଥମେ ସପୁରୀକୁ ଛୋଟ ଛୋଟ ଖଣ୍ଡରେ କାଟି ଗ୍ରାଇଣ୍ଡିଙ୍ଗ କରି ରସ ବାହାର କରିଦିଅନ୍ତୁ। ଏବେ ଏହାକୁ ଉଷୁମ କରି ଅଧ କପ ରସରେ ଗୋଟିଏ ଚାମଚ ମହୁ ମିଶାନ୍ତୁ। ଉଷୁମ ଥିବା ଅବସ୍ଥାରେ ଏହି ରସକୁ ପିଇବା ଦ୍ୱାରା ଥଣ୍ଡା ଭଲ ହୁଏ।
  • ଗୋଟିଏ କପ୍‌ ସପୁରୀ ରସରେ ଅଧା ଚାମଚ ମହୁ, ଲୁଣ ଓ ଅଳ୍ପ ଗୋଲମରିଚ ମିଶାନ୍ତୁ। ଏହି ମିଶ୍ରଣକୁ ଦିନକୁ ତିନିଥର ପିଇବା ଦ୍ୱାରା କାଶରୁ ମୁକ୍ତି ପାଇବେ।
  • ଏକ କପ୍‌ ସପୁରୀ ରସରେ ଚାମଚେ ମହୁ, ଗୋଟିଏ ଚାମଚ କଟା ଅଦା, ଅଳ୍ପ ଲୁଣ ଓ ଗୋଲମରିଚ ମିଶାଇ ଗ୍ରାଇଣ୍ଡିଂ କରନ୍ତୁ। ଏହି ମିଶ୍ରଣକୁ ଦିନକୁ ତିନିଥର ପିଅନ୍ତୁ। ଏହା ଦ୍ୱାରା କଫ ସମସ୍ୟାରୁ ମୁକ୍ତି ମିଳିବ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button