ରାଜ୍ୟ

ଶ୍ରାବଣ ମାସରେ କରନ୍ତୁ ନାହିଁ ଏହି ଭୁଲ, ଘର ହୋଇଯିବ ବରବାଦ

ବନ୍ଧୁଗଣ ଶ୍ରାବଣ ମାସ ଟି ଶିବ ଭକ୍ତଙ୍କ ପାଇଁ ସୌଭାଗ୍ୟ ନେଇକି ଆସିଥାଏ । ଏହା ସେହି ମାସ ଯାହା ଅତ୍ୟନ୍ତ ପବିତ୍ର ମାସ ହୋଇଥାଏ । ଏହି ମାସରେ ମହାଦେବ ପୃଥିବୀକୁ ଆସିଥାନ୍ତି । ଭକ୍ତଙ୍କ ସଚ୍ଚା ଭକ୍ତିରେ ପ୍ରସନ୍ନ ହୋଇ ମହାଦେବ ଆଶୀର୍ବାଦ କରିଥାନ୍ତି । ଏହି ମାସର ପ୍ରତେକ ଦିନ ପବିତ୍ର ଅଟେ । ଭଗବାନ ଶିବଙ୍କର ବିଶେଷ ଭାବେ ଏହି ମାସରେ ପୂଜା କରାଯାଏ । ଏହି ମାସର ସୋମବାର ଅତ୍ୟନ୍ତ ଖାସ ହୋଇଥାଏ । ସୋମବାର ବ୍ରତ ରଖିଲେ ଶୁଭ ଫଳ ମିଳିଥାଏ । ଏହି ବର୍ଷ ଯୋଡା ଶ୍ରାବଣ ପଡୁଛି । ଆଜି ଆମେ ଜାଣିବା ଏହି ମାସରେ କେଉଁ କେଉଁ ଭୁଲ କରିବା ଅନୁଚିତ ।

1- ଶ୍ରାବଣ ବ୍ରତ ହେଉ ବା ଅନ୍ୟ କୌଣସି ବ୍ରତ କାହା ଠାରୁ ଉଧାର କରି ଫଳ ଖାଇବା ଉଚିତ ନୁହେଁ । ଏହାଦ୍ବାରା ବ୍ରତ ଅଧା ରହିଯାଏ । ଏହି ସମୟରେ କରଜ ନେବେ ନାହିଁ, ମିଛ କହିବେ ନାହିଁ, ଉଧାର ମାଗିକି ଖାଇବା ଉଚିତ ନୁହେଁ ।

2- ସୋମବାର ବ୍ରତ ହେଉ ବା ଅନ୍ୟ କୌଣସି ବ୍ରତ ନାସ୍ପାତି କେବେ ବି ଖାଇବା ଉଚିତ ନୁହେଁ । ଏହା ନାଶର କାରଣ ହୋଇଥାଏ । ବ୍ରତ ଆଦିକୁ ଛାଡି ଅନ୍ୟ କେଉଁ ଦିନ ଖାଇପାରିବେ ।

3- ଶ୍ରାବଣ ବ୍ରତରେ ବହୁତ ଆଗରୁ ଥିବା ଅଟା ଆକୁ ଖାଇଲେ ବ୍ରତ ଭାଙ୍ଗି ଯାଇଥାଏ । ଏହି ଅଟା ଖାଇଲେ ମାଂସର ସେବନ କରିବା ସମାନ ହୋଇଥାଏ । ଏହାଦ୍ଵାରା ଘୋର ପାପ ଲାଗିଥାଏ ।

ଏବେ ଆସନ୍ତୁ ଜାଣିବା ମହାଦେବଙ୍କ ନିକଟରେ କଣ କଣ ରଖିବା ଉଚିତ ନୁହେଁ ।

1- ଯେଉଁଠି ମହାଦେବଙ୍କ ମୂର୍ତ୍ତି ବା ପ୍ରତିମା ରହିଛି ସେଠାକୁ ଜୋତା କି ଚପଲ ପିନ୍ଧିକି ଯାଆନ୍ତୁ ନାହିଁ । ଖାଲି ପାଦ ରେ ମନ୍ଦିରକୁ ପ୍ରବେଶ କରନ୍ତୁ ।

2- ମହିଳା ମାନେ ମାସିକ ଧର୍ମ ସମୟରେ ଶିବ ମନ୍ଦିର କୁ ଯିବା ଉଚିତ ନୁହେଁ । ଏହାଦ୍ବାରା ଘୋର ପାପ ଲାଗିଥାଏ । ଏମିତି ସମୟରେ ଶିବଲିଙ୍ଗ କୁ ସ୍ପର୍ଶ କରିବା ପାପ ହୋଇଥାଏ ।

3- ଶାସ୍ତ୍ରରେ କୁହାଯାଇଛି ଶିବଲିଙ୍ଗ ଥିବା ସ୍ଥାନରେ ସବୁ ଶକ୍ତି ସଂଚାର ହୋଇଥାଏ । ଆଦି ଘରେ ଶିବଲିଙ୍ଗ ଥାଏ ତେବେ ସବୁବେଳେ ଜଳଧାରା ପ୍ରଭାବିତ କରିବା ଉଚିତ । ଏହା ଶିବ ଭଗବାନଙ୍କୁ ଶାନ୍ତ ରଖିଥାଏ ।

4- ତୁଳସୀ ଓ ମହାଦେବଙ୍କୁ ଏକା ସହ ରଖାଯାଏ ନାହିଁ । ଏହାଦ୍ବାରା ଘରେ ସମସ୍ଯା ଆସିବାକୁ ଲାଗିଥାଏ । ତେଣୁ ଶିବଲିଙ୍ଗରେ କେବେ ବି ତୁଳସୀ ଚଢାଇବା ଉଚିତ ନୁହେଁ ।

5- ଘରେ ବା ବାହାରେ ଏମିତି ବ୍ୟକ୍ତିଙ୍କୁ ପ୍ରବେଶ କରାଇବେ ନାହିଁ ଯିଏ ଆମିଷ ଖାଇଥିବେ । ମହାଦେବ ଙ୍କୁ ବେଲପତ୍ର ଅତ୍ୟନ୍ତ ପ୍ରିୟ ହୋଇଥାଏ । ତେଣୁ ଶ୍ରାବଣ ମାସରେ ଖଣ୍ଡିତ ବେଲପତ୍ର ମହାଦେବଙ୍କୁ ଚଢାଇବେ ନାହିଁ । ଅଷ୍ଟମୀ, ଅମାବାସ୍ୟା, ନବମୀ, ଚତୁର୍ଦ୍ଦଶୀ, ସଙ୍କ୍ରାନ୍ତି ଓ ସୋମବାର ଦିନ ବେଲପତ୍ର ତୋଳିବା ଉଚିତ ନୁହେଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button