ରାଜ୍ୟ

ସରୁନି ୧୪୩ ନଂ ଜାତୀୟ ରାଜପଥ ସମ୍ପ୍ରସାରଣ କାମ: ଏବେ ବି ୨୫% ବାକି

ରାଉରକେଲା: ବୀରମିତ୍ରପୁର-ବାରକୋଟ ୧୪୩ ନଂ ଜାତୀୟ ରାଜପଥ କାମ ୬ ବର୍ଷ ପରେ ମଧ୍ୟ ସରୁନି। ନିମ୍ନମାନର କଚ୍ଛପଗତି କାମ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ଠିକାସଂସ୍ଥା ଗାୟତ୍ରୀ କନ୍‌ଷ୍ଟ୍ରକ୍ସନ ପ୍ରାଇଭେଟ୍‌ ଲିମିଟେଡକୁ ବିଦା କରିଛି। କାମକୁ ନିର୍ଦ୍ଧାରିତ ସମୟରେ ସାରିବାକୁ ଏଆର୍‌ଏସ୍‌ ନାମକ ଅନ୍ୟ ଏକ ନିର୍ମାଣ ସଂସ୍ଥାକୁ ଦିଆଯାଇଛି। କିନ୍ତୁ ପ୍ରାୟ ବର୍ଷେ ବିତି ସାରିଥିଲେ ବି ବାକିଥିବା ୩୫% କାମରୁ ଅଦ୍ୟାବଧି ୧୦% ସରିଛି। ଆହୁରି ପ୍ରାୟ ୨୫% କାମ ବାକି ରହିଛି। ଯଦି ୧୦ % କାମ ସାରିବାକୁ ବର୍ଷେ ଲାଗୁଛି। ତେବେ ଅବଶିଷ୍ଟ ୨୫% କାମ ଶେଷ ହେବାକୁ ଆଉ କେତେ ସମୟ ଲାଗିବ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ଯେମିତି କାମ ଚାଲିଛି ଆସନ୍ତା ୨୦୨୫ ସୁଦ୍ଧା ସରିବ‌ା ନେଇ ସଂଦେହ ରହିଛି।

୨୦୨୨ ସୁଦ୍ଧା‌ ରାସ୍ତା ଓ ବ୍ରାହ୍ମଣୀ ପୋଲ କାମ ସାରିବାକୁ ଦୁଇ ଠିକାସଂସ୍ଥା ଆର୍‌କେଡି ଓ ଗାୟତ୍ରୀ କନ୍‌ଷ୍ଟ୍ରକ୍ସନକୁ ତାଗିଦ କରାଯାଇଥିଲା। ଆର୍‌କେଡି ବୀରମିତ୍ରପୁରରୁ-ରାଜାମୁଣ୍ଡା ପର୍ଯ୍ୟନ୍ତ ୭୬ କିମି ପର୍ଯ୍ୟନ୍ତ କାମ ସାରିଦେଇଥିଲା। ରାଜାମୁଣ୍ଡାରୁ ବାରକୋଟ ପର୍ଯ୍ୟନ୍ତ ୫୦ କିମି କାମ ଗାୟତ୍ରୀ ସାରିପାରି ନଥିଲା।

ବୀରମିତ୍ରପୁରରୁ ବାରକୋଟ ପର୍ଯ୍ୟନ୍ତ ୧୨୬ କିମି ରାସ୍ତାରୁ ରାଜାମୁଣ୍ଡା ପର୍ଯ୍ୟନ୍ତ ଶେଷ ହୋଇଛି। ରାଜାମୁଣ୍ଡାରୁ ବଣାଇ ନରେନ୍ଦ୍ର ଛକ ପର୍ଯ୍ୟନ୍ତ କାମ ସରିଥିଲେ ହେଁ, ନରେନ୍ଦ୍ର ପୋଲ କାମ ସରିନି। ସେମିତି ନରେନ୍ଦ୍ର ଛକରୁ ଭୀମଘାଟ ପର୍ଯ୍ୟନ୍ତ ପ୍ରାୟ ୨୦  କିମି କାମ ସରିଛି। କିନ୍ତୁ ଭୀମଘାଟରୁ ବାରକାଟ ପର୍ଯ୍ୟନ୍ତ ପ୍ରାୟ ୨୫ କିମି ରାସ୍ତା କାମ ଆଦୌ କରାଯାଇ ନାହିଁ। ଭୀମଘାଟ ନିକଟରେ ପୋଲ କାର୍ଯ୍ୟ ସରୁ ନଥିବାରୁ ଆଗକୁ କାମ ବଢ଼ିପାରୁ ନଥିବା କୁହାଯାଉଛି। ଏଆର୍‌ଏସ୍‌ ମଧ୍ୟ ପୂର୍ବରୁ ଥିବା ଗାୟତ୍ରୀ କନଷ୍ଟ୍ରକ୍‌ସନ୍ ଭଳି କାମ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏଭଳି ସମସ୍ୟା ପାଇଁ ସ୍ଥାନୀୟ ବାସିନ୍ଦା ଏନ୍‌ଏଚ୍‌ଏଆଇର ବିଭାଗୀୟ ଅଧିକାରୀଙ୍କୁ ଦାୟୀ କରିଛନ୍ତି। ସେପଟେ ପ୍ରାୟ ୨ ବର୍ଷରୁ ଅଧିକ ସମୟ ଧରି ନରେନ୍ଦ୍ର ଛକରୁ ବାରକୋଟ ପର୍ଯ୍ୟନ୍ତ ପ୍ରାୟ ୪୫ କିମି ରାସ୍ତା ସରୁ ନଥିବାରୁ ଯାତାୟତରେ ବାଧା ଉପୁଜିଛି। ସମସ୍ତ ରାତ୍ରିକାଳୀନ ବସ୍‌ ଓ ଅନ୍ୟାନ୍ୟ ଗାଡ଼ିଗୁଡ଼ିକ ନରେନ୍ଦ୍ରରୁ ବଣାଇ ସହର, ଲଲେଇ ଛକ, ଖୁଣ୍ଟଗାଁ ହୋଇ ବାରକୋଟ ଯିବାକୁ ବାଧ୍ୟ ହେଉଛନ୍ତି। କେବଳ ଏତିକି ନୁହେଁ, ନରେନ୍ଦ୍ର ପୋଲ କାମ ସରୁ ନଥିବାରୁ ଅଧିକାଂଶ ସମୟରେ ଟ୍ରାଫିକ୍‌ ଜାମ ହେଉଛି। ପ୍ରତି ମାସ ଗୋଟିଏ ଦୁଇଟି ଦୁର୍ଘଟଣା ଘଟୁଛି।

ଗତ ୬ ମାସ ମଧ୍ୟରେ ୫ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ଠିକ୍‌ ଭାବେ ପାଣି ସିଞ୍ଚନ କରାଯାଉ ନଥିବାରୁ ନରେନ୍ଦ୍ର ଛକ ସମ୍ପୂର୍ଣ୍ଣ ଧୂଳିମୟ ହୋଇଯାଉଛି। ଏଥିପ୍ରତି ଏନ୍‌ଏଚ୍‌ଏଆଇ ଅଧିକାରୀ ଧ୍ୟାନ ଦେଉ ନଥିବା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଗତ ୨୦୧୬ରେ ବୀରମିତ୍ରପୁର-ବାରକୋଟ (୧୨୬ କିମି)  ୧୪୩ ନଂ ଜାତୀୟ ରାଜପଥ ସମ୍ପ୍ରସାରଣ ଓ ଦ୍ବିତୀୟ ବ୍ରାହ୍ମଣୀ ପୋଲ କାମ ପାଇଁ ଶିଳାନ୍ୟାସ ଦିଆଯାଇଥିଲା। ଦୁଇବର୍ଷ ପର୍ଯ୍ୟନ୍ତ ସମ୍ପ୍ରସାରଣ କାମ ପାଇଁ ମାଟି ମୁଠାଏ ବି ପଡ଼ିନଥିଲା। ୨୦୧୮ ଜାନୁଆରିରେ ବିଧିବଦ୍ଧ ଭାବେ କାମ ଆରମ୍ଭ ହୋଇଥିଲା। ୨୦୨୨ ସୁଦ୍ଧା‌ ରାସ୍ତା ଓ ବ୍ରାହ୍ମଣୀ ପୋଲ କାମ ସାରିବାକୁ ଦୁଇ ଠିକାସଂସ୍ଥା ଆର୍‌କେଡି ଓ ଗାୟତ୍ରୀ କନ୍‌ଷ୍ଟ୍ରକ୍ସନକୁ ତାଗିଦ କରାଯାଇଥିଲା। ଆର୍‌କେଡି ବୀରମିତ୍ରପୁରରୁ-ରାଜାମୁଣ୍ଡା ପର୍ଯ୍ୟନ୍ତ ୭୬ କିମି ପର୍ଯ୍ୟନ୍ତ କାମ ସାରିଦେଇଥିଲା। ରାଜାମୁଣ୍ଡାରୁ ବାରକୋଟ ପର୍ଯ୍ୟନ୍ତ ୫୦ କିମି କାମ ଗାୟତ୍ରୀ ସାରିପାରି ନଥିଲା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button