ଦେଶ- ବିଦେଶ

ଘରେ ଆକ୍ୱାରିୟମ୍‌ ରଖିଥିଲେ ଏହି ସବୁ ବିଷୟ ପ୍ରତି ନିଶ୍ଚୟ ଦିଅନ୍ତୁ ଧ୍ୟାନ

ବାସ୍ତୁ ଅନୁସାରେ ମାଛ ଓ ଜଳଚର ଜୀବଙ୍କୁ ଶୁଭ ବୋଲି ବିବେଚନା କରାଯାଏ। ଏଣୁ ଲୋକମାନେ ଘରେ ଆକ୍ୱାରିୟମ୍‌ ରଖିଥାନ୍ତି। ଘରେ ଆକ୍ୱାରିୟମ୍ ରଖିବାକୁ ଶୁଭ କୁହାଯାଏ। ‘ଫେଙ୍ଗ୍ ସୁଇ’ ଅନୁସାରେ ଘରେ ଆକ୍ୱାରିୟମ୍‌ ରଖିବାକୁ ହେଲେ କେତେକ ନୀତିନିୟମ ପାଳନ କରିବାକୁ ହୁଏ। ସେହି ନୀତିନିୟମକୁ ପାଳନ କଲେ ହିଁ ଆକ୍ୱାରିୟମ୍‌ରୁ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ନଚେତ ଅଶୁଭ ଫଳ ମିଳିଥାଏ। ଆସନ୍ତୁ ଜାଣିବା, ଆକ୍ୱାରିୟମ୍ କୁ ନେଇ ‘ଫେଙ୍ଗ୍ ସୁଇ’ରେ କ’ଣ ରହିଛି ନିୟମ:

  • ଆକ୍ୱାରିୟମ୍‌ରେ ରଙ୍ଗୀନ୍‌ ମାଛ ରଖିଲେ ସୁଖସମୃଦ୍ଧି ବୃଦ୍ଧି ପାଇବା ସହ ଘରେ ସକାରାତ୍ମକ ଶକ୍ତି ସୃଷ୍ଟି ହୁଏ।
  • ବିଶ୍ୱାସ ରହିଛି ଯେ ରଙ୍ଗୀନ୍‌ ମାଛ ନକାରାତ୍ମକ ଶକ୍ତିକୁ ନିଜ ଆଡ଼କୁ ଟାଣି ନେଇଥା’ନ୍ତି ଏବଂ ଆପଣଙ୍କ କଷ୍ଟ ନିଜେ ସହ୍ୟ କରିଥାନ୍ତି।
  • ଆକ୍ୱାରିୟମ୍‌ରେ ମାଛ ରଖିବା ବେଳେ ସଂଖ୍ୟା ଉପରେ ଧ୍ୟାନ ଦିଅନ୍ତୁ। ଆକ୍ୱାରିୟମ୍‌ରେ ୮ଟି ରଙ୍ଗୀନ୍‌ ମାଛ ଓ ଗୋଟିଏ କଳା ମାଛ ରଖିବା ଘର ପାଇଁ ଶୁଭ ହୋଇଥାଏ।

  • ‘ଫେଙ୍ଗ୍ ସୁଇ’ ଅନୁସାରେ ଆକ୍ୱାରିୟମ୍‌ରେ ରହୁଥିବା ମାଛଙ୍କୁ ଆହାର ଦେଲେ ଗ୍ରହ ଦୋଷ ଦୂର ହୋଇଥାଏ।
  • ଘରେ ଥିବା ଆକ୍ୱାରିୟମ୍‌ ପାଖରେ ପ୍ରତ୍ୟେକ ଦିନ କିଛି ସମୟ ଅତିବାହିତ କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ମାନସିକ ଚିନ୍ତା ଦୂର ହୋଇଥାଏ।
  • ଘରେ ଧନସମ୍ପତ୍ତି ବୃଦ୍ଧି କରିବା ପାଇଁ ଚାହୁଁଥିଲେ ଆକ୍ୱାରିୟମ୍‌କୁ ପୂର୍ବ, ଉତ୍ତର କିମ୍ୱା ଉତ୍ତର-ପୂର୍ବ ଦିଗରେ ରଖନ୍ତୁ।
  • ଆକ୍ୱାରିୟମ୍‌କୁ କେବେ ବି ଘରର ଦକ୍ଷିଣ ଦିଗ ଓ ବେଡ ରୁମ୍‌ ମଝିରେ ରଖନ୍ତୁ ନାହିଁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button