ମନୋରଞ୍ଜନ

ଆବଶ୍ୟକତା ଠାରୁ ଅଧିକ ସପିଂ କରିବା ଏକ ଭୟଙ୍କର ବେମାରି, ଗବେଷଣାରୁ ମିଳିଲା ସତ୍ୟତା

ଉତ୍ସବ ବା ପୂଜାପର୍ବ ବେଳେ ସପିଂ କରିବା ଏକ ସାଧାରଣ କଥା। ଘର ପାଇଁ ଆବଶ୍ୟକୀୟ ଜିନିଷ ହେଉ କିମ୍ବା ପରିବାର ପାଇଁ କିଣାକିଣି କରିବା ପାଇଁ ଏହା ସବୁଠାରୁ ଅନୁକୂଳ ସମୟ। ଏହି ସମୟରେ ସମସ୍ତେ ସପିଂ କରିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଯଦି ଆପଣ ବିନା କାରଣରେ ସବୁବେଳେ ସପିଂ କରୁଥାନ୍ତି ତେବେ ସଚେତନ ହୋଇଯାଆନ୍ତୁ। ଏହା ଏକ ଭୟଙ୍କର ବେମାରି। ଇଂଲଣ୍ଡର ହେଲ୍‌ଥ କେୟାର ଗ୍ରୁପ୍‌ ଅଧିକ ସପିଂ କରିବାକୁ ଏକ ବେମାରି ବୋଲି କହିବା ସହ ତାହାର ଚିକିତ୍ସା କରିବା ଆବଶ୍ୟକ ବୋଲି ସୂଚନା ଦେଇଛନ୍ତି।

ବିନା କାରଣରେ ଆବଶ୍ୟକତା ଠାରୁ ଅଧିକ କିଣାକିଣି କରିବା ଏକ ପ୍ରକାର ରୋଗ। ଯାହାକୁ ମେଡିକାଲ ବିଜ୍ଞାନରେ କମ୍ପାଲ୍ସିବ ଓ୍ଵାଇଂ ଡିସ୍‌ଅର୍ଡର ବା ଓନିୟୋମେନିଆ ବୋଲି କୁହାଯାଏ।

ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯିଏ ଏହି ରୋଗରେ ପୀଡ଼ିତ କିନ୍ତୁ ରୋଗକୁ ଚିହ୍ନଟ କରିପାରିନାହାନ୍ତି। ୨୦୧୫ର ଏକ ଗବେଷଣା ଅନୁସାରେ ବିକାଶଶୀଳ ଦେଶରେ ପ୍ରତ୍ୟେକ ୨୦ ଜଣରେ ଜଣେ ବ୍ୟକ୍ତି ଏହି ରୋଗର ଶିକାର ହୋଇଥାନ୍ତି।

ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଠାରେ ଏହି ରୋଗ ତିନିଗୁଣ ଅଧିକ ପରିମାଣରେ ଦେଖାଯାଇଥାଏ। କମ୍ପାଲ୍ସିବ ଓ୍ଵାଇଂ ଡିସ୍‌ଅର୍ଡରର ଆରମ୍ଭ ତିନି ବର୍ଷ ବୟସରୁ ହିଁ ହୋଇଥାଏ। ସମୟ ସହ ଏହି ସମସ୍ୟା ଧୀରେ ଧୀରେ ବୃଦ୍ଧି ପାଏ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button