ସ୍ୱାସ୍ଥ୍ୟ

ଶୀତ ଦିନରେ ବୁଲିବାର ପ୍ଲାନିଂ କରୁଛନ୍ତି କି ? ଭୁଲରେ ଏହିସବୁ ଜିନିଷକୁ କରନ୍ତୁ ନାହିଁ ଅଣଦେଖା

ଧୀରେ ଧୀରେ ଶୀତଦିନର ଆଗମନ ହେଉଛି। ଶୀତଦିନେ ଆସିବା ମାତ୍ରେ ଶାରୀରିକ ଅସୁସ୍ଥତା ଲାଗୁଥିବା ସତ୍ତ୍ୱେ ଲୋକମାନେ ଏହି ଦିନକୁ ଭଲପାଆନ୍ତି। ଏପରି ଦିନରେ ସାଙ୍ଗ, ବନ୍ଧୁ ଏବଂ ପରିବାର କିମ୍ବା ପାଟର୍ନରଙ୍କ ସହିତ ଟ୍ରିପ୍‌ରେ ଯିବାକୁ ଯାଉଛନ୍ତି। ତେବେ ଅନେକ ଜିନିଷ ଧ୍ୟାନରେ ରଖିବାକୁ ପଡିଥାଏ। ଏହି ଦିନରେ ଜବରଦସ୍ତ ପ୍ରାକୃତିକ ସୌନ୍ଦର୍ଯ୍ୟ, ଖୋଲା ଆକାଶ ସହିତ ଥଣ୍ଡା ପବନର ମଜା କିଛି ଅଲଗା ଅନୁଭୂତି ଦେଇଥାଏ। କିନ୍ତୁ ଏହି ଥଣ୍ଡା ଦିନରେ ନିଜ ଶରୀର ପ୍ରତି ଧ୍ୟାନ ଦେବା ମଧ୍ୟ ଉଚିତ। ନିଜର ଶରୀରକୁ ସଠିକ୍‌ ରଖିବା ଆପଣଙ୍କ ପ୍ରଥମ ପ୍ରାଥମିକତା ରହିବା ଦରକାର। ଯଦି ଆପଣ ଥଣ୍ଡା ଦିନରେ ବୁଲିବାର ପ୍ଲାନ କରୁଛନ୍ତି ତେବେ ଏହି ସବୁ କଥାକୁ ଅଣଦେଖା କରନ୍ତୁନାହିଁ।

trab

-ଯେଉଁ ଜାଗାକୁ ଯିବାକୁ ପ୍ଲାନ କରୁଛନ୍ତି, ସେଠିକାର ଭୌଗଳିକ ସ୍ଥିତି ଏବଂ ପାଣିପାଗ ବିଷୟରେ ସଂପୂର୍ଣ୍ଣ ତଥ୍ୟ ହାସଲ କରିନିଅନ୍ତୁ। ଯଦି ଆପଣ ପିଲାଙ୍କୁ ସାଥିରେ ନେଉଛନ୍ତି, ତେବେ ତାଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖିବା ଜରୁରୀ।

-ଆପଣଙ୍କ ଟ୍ରାଭେଲ ବ୍ୟାଗରେ ଶୀତବସ୍ତ୍ର, ଉଲ୍‌ କପଡା, ବୁଟସ୍‌, କମ୍ବଲ, କୋଟ, ସ୍ୱେଟର ଏବଂ ଶାଲ ଭଳି ଜରୁରୀ ଜିନିଷ ରଖନ୍ତୁ। ଏପରି ଜିନିଷ ଯାହା ଆପଣଙ୍କ ଆବଶ୍ୟକତା ନାହିଁ, ତାହାକୁ ସାଙ୍ଗରେ ନିଅନ୍ତୁ ନାହିଁ।

– ଥଣ୍ଡା ଦିନରେ ଜ୍ୱର ଥଣ୍ଡା, କାଶ ହେବାର ସମ୍ଭାବନା ଅଧିକ ରହିଥାଏ। ଯାତ୍ରା ସମୟରେ ବ୍ୟାଗରେ ଥଣ୍ଡା,ଜ୍ୱର, ଆଲର୍ଜିରୁ ବଞ୍ଚିବା ପାଇଁ ଔଷଧ ସାଙ୍ଗରେ ନିଅନ୍ତୁ।

medicine

– ଥଣ୍ଡା ଦିନରେ ଆପଣ ସଠିକ୍‌ ଠିକଣାରେ ପହଞ୍ଚି ମନମୁତାବକ ହୋଟେଲ ଖୋଜିବାରେ ଅନେକ କଷ୍ଟ କରିବାକୁ ପଡିଥାଏ।

– ଏଥିପାଇଁ ଯାତ୍ରା କରିବା ପୂର୍ବରୁ ହୋଟେଲର ଅନଲାଇନ ବୁକିଂ କରିନିଅନ୍ତୁ, ହୋଟେଲ ଖୋଜିବା ଚିନ୍ତାରୁ ମୁକ୍ତି ପାଆନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button