ମନୋରଞ୍ଜନ

କେମିତି ପିଲାକୁ ବାହା ହେବାକୁ ଚାହାନ୍ତି ପ୍ରିୟଙ୍କା ଓ ପରୀଣିତିଙ୍କ ଭଉଣୀ ମନ୍ନାରା? – Kalinga News

[ad_1]

ମୁମ୍ବାଇ: ବିଗ୍‌ବସ୍‌-୧୭ ଶେଷ ହୋଇସାରିଛି। ପ୍ରତିଦ୍ବନ୍ଦ୍ବୀ ମୁନାୱର ଫାରୁକୀ ସୋ’ର ବିଜେତା ହୋଇ ସାରିଛନ୍ତି। ହେଲେ ସୋ’ରେ ଯଦି ସବୁଠାରୁ କିଏ ଅଧିକ ଲାଇମ୍‌ଲାଇଟ୍‌ ଚୋରାଇ ନେଇଥିଲେ ତ ସେ ହେଉଛନ୍ତି ପ୍ରିୟଙ୍କା ଓ ପରିଣୀତି ଚୋପ୍ରାଙ୍କ ସଂପର୍କୀୟ ଭଉଣୀ ମନ୍ନାରା ଚୋପ୍ରା। ବିଗ୍‌ବସ୍‌ ପରେ ମନ୍ନାରା ପ୍ରଶଂସକଙ୍କ ମେଳରେ ଖୁବ୍‌ ଲୋକପ୍ରିୟ ହୋଇଯାଇଛନ୍ତି। ତାଙ୍କ ଫଟୋ, ଭିଡିଓ ଓ ସାକ୍ଷାତ୍‌କାର ଭାଇରାଲ୍‌ ହେବାରେ ଲାଗିଛି।

ନିକଟରେ ମନ୍ନାରା ଏକ ସାକ୍ଷାତ୍‌କାରେ ନିଜର ବିବାହ ଯୋଜନା ବିଷୟରେ କହିଛନ୍ତି। ତାଙ୍କୁ କିପରି ସ୍ବାମୀ ଦରକାର ବୋଲି ଏକ ପ୍ରଶ୍ନରେ ମନ୍ନାରା ନିଜର ମନ କଥା ଖୋଲି କରି କହିଛନ୍ତି।

ତାଙ୍କୁ ପଚରାଗଲା କି ସେ ଭଉଣୀ ପରିଣୀତିଙ୍କ ପରି ରାଜନେତାଙ୍କୁ ବିବାହ କରିବାକୁ ଚାହାନ୍ତି କି? ତାହାର ଉତ୍ତର‌ରେ ସେ ନା କହିଛନ୍ତି। ସେ କହିଛନ୍ତି କି ‘‘ଓ ମାଇଁ ଗଡ୍‌। ଏବେ ତ ବିଗ୍‌ବସ୍‌ ଘରୁ ଆସିଲି। ବିବାହକୁ ନେଇ ମୋର କୌଣସି ଯୋଜନା ନାହିଁ। ବିବାହକୁ ନେଇ ମୋର ଏବେ କୌଣସି ଯୋଜନା ନାହିଁ।’’

ତାଙ୍କୁ ଯେତେବେଳେ ପଚରାଗଲା କି ସେ କିପରି ସ୍ବାମୀ ଚାହାନ୍ତି ତ ଉତ୍ତରରେ ସେ କହିଛନ୍ତି, ‘‘ମୋତେ ଏପରି ପାର୍ଟନର ଦରକାର ଯାହାଙ୍କର ଖୁବ୍‌ ଅଧିକ ଜ୍ଞାନ ଥିବ। ଯିଏକି ପ୍ରତ୍ୟେକ ଲୋକଙ୍କ ସହ ସଂଯୋଗରେ ରହିପାରୁଥିବ ଓ ମୋର ସବୁ କଥା ଶୁଣୁଥିବ।’’ ଶେଷରେ ସେ ଯୌଥ ପରିବାରର ପୁଅକୁ ବିବାହ କରିବାକୁ ପସନ୍ଦ କରିବେ ବୋଲି କହିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button