ରାଜ୍ୟ

ଯୋଗ କରିବାକୁ ଯାଉଛନ୍ତି କି? ତେବେ ଗଣ୍ଠି ପକାଇ ରଖନ୍ତୁ ଏହି ଖାସ୍‌ କଥା

ଯୋଗ ହୃଦୟ ଏବଂ ମସ୍ତିଷ୍କକୁ ଜଡିତ ଅନେକ ରୋଗ ଏବଂ ବିକାରକୁ ଦୂର କରି ଜୀବନୁ ସରସ ସୁନ୍ଦର କରିଦିଏ। ଏହା ମଣିଷକୁ ସବୁ ପ୍ରକାର ଶୁଦ୍ଧିକୁ ସହଜ କରାଇଦିଏ। ଯୋଗ ଭାରତୀୟ ଜ୍ଞାନବର ବହୁ ପୁରାତନ ଅଟେ। ଏହା ଧର୍ମ, ଆସ୍ଥା ଏବଂ ଅନ୍ଧବିଶ୍ୱାସରୁ ସମ୍ପୂର୍ଣ୍ଣ ଭିନ୍ନ। ଯୋଗ ଦ୍ୱାରା ଆମେ ସୁସ୍ଥ ଜୀବନ ଜିଇଁ ପାରିବା। ଯୋଗ ଶରୀରର ସମସ୍ତ ରୋଗ ପାଇଁ ଏକ ପୂର୍ଣ୍ଣ ଚିକିତ୍ସା ପଦ୍ଧତି ଅଟେ। ଶରୀରକୁ ସୁସ୍ଥ ରଖିବା ପାଇଁ ଆପଣା ଯାଉଥିବା ଅନ୍ୟ ଉପାୟ ଠାରୁ ଯୋଗ ବହୁତ ମାତ୍ରାରେ ଉତ୍ତମ। କିନ୍ତୁ ଏହାକୁ ହଡବଡିରେ କରିବା ଉଚିତ ନୁହେଁ। ଏହାର ଅଭ୍ୟାସ କରିବା ପୂର୍ବରୁ ଆମକୁ ଅନେକ କଥାକୁ ଧ୍ୟାନ ରଖିବା ଉଚିତ। ଯଦି ଆପଣ ମଧ୍ୟ ଯୋଗ ଆରମ୍ଭ କରିବାକୁ ଯାଉଛନ୍ତି ତେବେ ଏହି କଥା ଉପରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ।

yoga_boyଯୋଗ କରିବା ପୂର୍ବରୁ ଏକ ସମୟ ବାଛି ନିଅନ୍ତୁ ଯେତେବେଳେ ଆପଣ ଫ୍ରି ଥିବେ। ଏହି ସମୟ ସକାଳ ହେଲେ ବହୁତ ଉତ୍ତମ ହେବ। ପ୍ରତିଦିନ ହିଁ ଏହାକୁ କରିବା ଉଚିତ। ଏହାଦ୍ୱାରା ଶରୀରରେ ଶକ୍ତି ଜାଗ୍ରତ ହୋଇଥାଏ।

ଯୋଗ କରିବା ପାଇଁ ସ୍ୱଚ୍ଛ ଏବଂ ବାତାବରଣର ଆବଶ୍ୟକତା ହୋଇଥାଏ। ଏହାଛଡା ପରିବେଶ ଶାନ୍ତ ହେବା ଆବଶ୍ୟକ ଯାହାଦ୍ୱାରା ଶୁଦ୍ଧ ପବନ ଅତିବାହିତ ହେଉଥିବ। ଏହି ସ୍ଥାନ ଯୋଗ କରିବା ପାଇଁ ଉପଯୁକ୍ତ ହୋଇଥାଏ। ଏଥିପାଇଁ ଯୋଗ ଅଭ୍ୟାସ ପୂର୍ବରୁ ପ୍ରଥମେ ସ୍ଥାନ ବାଛିବା ନିହାତି ଆବଶ୍ୟକ।

jogaଯୋଗ ସକାଳୁ ଖାଲି ପେଟରେ କରାଗଲେ ବହୁତ ଲାଭପ୍ରଦ ହୋଇଥାଏ। ଯଦି ଖାଲି ପେଟରେ ଯୋଗ ସମ୍ଭବ ହେଉନାହିଁ ତେବେ ଖାଦ୍ୟ ଖାଇବାର ୩ ଘଣ୍ଟା ବ୍ୟବଧାନ ରଖନ୍ତୁ। ଯୋଗ କରିବା ସମୟରେ ଏକାଗ୍ର ରୁହନ୍ତୁ। ମୋବାଇଲ ଫୋନ ବା କାହା ସହିତ କଥା ହେବାରୁ ଦୂରେଇ ରୁହନ୍ତୁ।

ମହିଳାଙ୍କ ମାସିକ ଧର୍ମ ସମୟରେ ଯୋଗ କରିବା ଉଚିତ ନୁହେଁ ବୋଲି ପରାମର୍ଶ ଦିଆଯାଏ। ଯୋଗ କରିବା ସମୟରେ ସଞ୍ଜମ ଏବଂ ଧର୍ଯ୍ୟ ରଖିବା ଉଚିତ।

ସବୁ ବ୍ୟକ୍ତିଙ୍କର କ୍ଷମତା ଅଲଗା ହୋଇଥାଏ ସେଥିପାଇଁ ସେହି ଅନୁସାରେ ସେ ଯୋଗ କରିଥାନ୍ତି। ଏଥିପାଇଁ ସଂଜମ ସହିତ ଆପଣ ଯୋଗ ଶିକ୍ଷା କରନ୍ତି ତେବେ ସକାରାତ୍ମକ ପରିଣାମ ଦେଖିବାକୁ ମିଳିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button