ଦେଶ- ବିଦେଶ

ଡିପ୍ରେସନ ରୁ ଆରମ୍ଭ କରି କ୍ୟାନସର ପର୍ଯ୍ୟନ୍ତ ଏହି ସବୁ ଫଳର ଚୋପା ଦେଇଥାଏ ଫାଇଦା

ଫଳ କିମ୍ବା ପନିପରିବା ସବୁକିଛି ଆମ ସ୍ୱାସ୍ଥ୍ୟ ପାଇଁ ହିତକର। କିନ୍ତୁ ଫଳ ସହିତ ଏହାର ଚୋପା ମଧ୍ୟ ଆପଣଙ୍କ ପାଇଁ ହିତକର, ତାହା ବହୁତ କମ୍‌ ଲୋକ ଜାଣିଥିବେ। କେତେକ ଫଳ ଚୋପା ଦ୍ୱାରା ମଧ୍ୟ ଶରୀରକୁ ସୁସ୍ଥ ରଖାଯାଇପାରିବ। ଏକ ଅଧ୍ୟୟନରୁ ଜଣାପଡିଛି, କେବଳ ଫଳ ଏବଂ ପନିପରିବା ନୁହେଁ ବରଂ ଏହାର ଚୋପା ଖାଇବା ଦ୍ୱାରା ମଧ୍ୟ ଅନେକ ରୋଗ ଠାରୁ ଦୂରେଇ ରଖିପାରିବେ।

କମଳା ଚୋପା:

Orangeକମଳା ଚୋପାର ବ୍ୟବହାର ତ୍ୱଚା ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବା ପାଇଁ କରାଯାଏ କିନ୍ତୁ ଏହାର ଚୋପା ଦ୍ୱାରା କୋଲେଷ୍ଟ୍ରାଲକୁ ମଧ୍ୟ ନିୟନ୍ତ୍ରଣରେ ରଖାଯାଇପାରିବ। କମଳା ଚୋପାରେ ସୁପର ଫ୍ଲାବୋଲଏଡ ରହିଥାଏ, ଯାହା ଶରୀରରେ ରକ୍ତରେ କୋଲେଷ୍ଟ୍ରଲ କମ କରିବାରେ ସହାୟକ ହୋଇଥାଏ। ଏଥିପାଇଁ ଆପଣ କମଳା ଚୋପାକୁ ଜୁସ୍‌ କରି ପିଇପାରିବେ, କିମ୍ବା ଅଳ୍ପ ଗ୍ରାଇଣ୍ଡିଂ କରି ସୁପ୍‌ କରି ପିଇପାରିବେ।

କଦଳୀ ଚୋପା:

banana

କଦଳୀ ଚୋପା ଆପଣଙ୍କୁ ଚିନ୍ତାରୁ ରକ୍ଷା କରିପାରିବ। କଦଳୀ ଚୋପାରେ ଫିଲ୍ମ ଗୁଡ ହରମୋନ ‘ସେରୋଟୋନିନ’ ରହିଥାଏ। ଏହା ଏକ ମହତ୍ୱପୂର୍ଣ୍ଣ ବ୍ରେନ କେମିକାଲ, ଯାହା ଆପଣଙ୍କ ମୁଡକୁ ଠିକ୍‌ ରଖିଥାଏ। ଯଦି ଆପଣ ମଦ ଦୁଃଖରେ ଥାନ୍ତି, ତେବେ ଏହି ଜୁସ ପିଇବା ଦ୍ୱାରା ଚିନ୍ତା ଡିପ୍ରେସନ ଇତ୍ୟାଦି ଦୂର ହୋଇଥାଏ। ଏହାସହିତ ‘ଲ୍ୟୁଟିନ’ ନାମକ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ, ଯାହାଆପଣଙ୍କ ଆଖିକୁ ଅତିବାଇଗଣୀ ରଶ୍ମୀରୁ ରକ୍ଷା କରିବ। ମୋତିଆ ବିନ୍ଦୁ ହେବାକୁ ଦେବ ନାହିଁ। ଏଥିପାଇଁ କଦଳୀ ଚୋପାକୁ ୧ ଗ୍ଲାସ ପାଣିରେ ୧୦ ମିନିଟ ପର୍ଯ୍ୟନ୍ତ ସିଝାଇବା ପରେ ଥଣ୍ଡା କରି ଏହାକୁ ପିଇପାରିବେ।

ଆଳୁ ଚୋପା:

 

ଆଳୁଚୋପାକୁ ଆମେ ଆଖି ତଳୁ କଳାଦାଗ ଦୂର କରିବା ପାଇଁ ବ୍ୟବହାର କରିଥାଉ। କିନ୍ତୁ ଆଳୁଚୋପାରେ ଥିବା ପୁଷ୍ଟିକର ତତ୍ତ୍ୱ ଅନେକ ରୋଗ ଦୂର କରିବାରେ ସହାୟକ ହୋଇଥାଏ। ଯଦି ଆପଣ ଆଳୁରୁ ଚୋପା ଛଡାଇ ତରକାରୀ କରୁଛନ୍ତି ତେବେ ଏପରି କରନ୍ତୁ ନାହିଁ। ଏଥିରେ ଆଇରନ, ଭିଟାମିନ ସି, ଜିଙ୍କ ଏବଂ ପୋଟାସିୟମ ଭରପୁର ମାତ୍ରାରେ ରହିଥାଏ।

ରସୁଣ ଚୋପା:

garlic

ରସୁଣ ଚୋପାକୁ ଅଧିକ ଲୋକ ବ୍ୟବହାର ନ କରି ଫୋପାଡିଦିଅନ୍ତି। କିନ୍ତୁଏକ ଅଧ୍ୟୟନରୁ ଜଣାପଡିଛି ଯେ, ରସୁଣ ଚୋପାରେ ‘ପିନାୟଲପ୍ରୋପେନାଏଡ’ ନାମକ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ, ଯାହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ସହିତ କୋଲେଷ୍ଟ୍ରୋଲକୁ କମ କରିଥାଏ ଏବଂ ହୃଦରୋଗ ଠାରୁ ଦୂରେଇ ରଖିଥାଏ। ଏଥିପାଇଁ ଆପଣ ପ୍ରତିଦିନ ଦୁଇଟି ରସୁଣ ପାଖୁଡାକୁ ଚୋପା ସହିତ ଖାଆନ୍ତୁ। କେବଳ ଏତିକି ନୁହେଁ, ରସୁଣ ବ୍ଲଡପ୍ରେସର, ବ୍ଲଡପ୍ରେସର ଏବଂ କ୍ୟାନସର ଠାରୁ ଦୂରେଇ ରଖିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button