ରାଜ୍ୟ

ଏହି ଲୋକମାନେ ଭୁଲରେ ବି ଖାଆନ୍ତୁ ନାହିଁ ବର୍ଷାଦିନେ ବାଇଗଣ, ଜାଣନ୍ତୁ କଣ ହେବ ସମସ୍ୟା ..

ବର୍ଷା ଋତୁରେ ସମସ୍ତଙ୍କୁ ନିଜ ଖାଇବା ପିଇବାରେ ଧ୍ୟାନ ଦେବା ଉଚିତ । ଏହି ଋତୁରେ ସୂର୍ଯ୍ୟତାପ ଖୁବ କମ ହେବା କାରଣରୁ କୀଟାଣୁମାନେ ଅତିଶୀଘ୍ର ନିଜର ବଂଶବୃଦ୍ଧି କରିଥାନ୍ତି । କାରଣ ସୂର୍ଯ୍ୟଙ୍କ କିରଣ କୀଟାଣୁମାନଙ୍କୁ ନିଜ ବଂଶବୃଦ୍ଧି କରିବାରୁ ରୋକିଥାଏ । ତେଣୁ ଏପରିସ୍ଥଳେ ଆପଣଙ୍କୁ କେବଳ ସେହି ପରିବାର ସେବନ କରିବାର ଆବଶ୍ୟକତା ରହିଛି ଯାହାଦ୍ୱାରା ନିଜ ଶରୀରର କ୍ଷତି ହେବାର ସମ୍ଭାବନା ବହୁତ କମ ଥାଏ । ଏହି ଋତୁରେ ଫଳ ଏବଂ ପରିବା କିଣିବା ସମୟରେ ଆପଣଙ୍କୁ ସଚେତନତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି । ଯଦି ଆପଣ ବର୍ଷା ଋତୁରେ ବାଇଗଣ ଖାଉଛନ୍ତି ତାହେଲେ ସାବଧାନ ହୋଇଯାଆନ୍ତୁ । ବାଇଗଣରେ ଅନେକ ଲାଭଦାୟକ ତତ୍ତ୍ୱ ରହିଥାଇପାରେ କିନ୍ତୁ ଏହାକୁ ପଢିବାପରେ ଆପଣ ବର୍ଷାଋତୁରେ ବାଇଗଣ ଖାଇବା ବନ୍ଦ କରିଦେବେ ।

 

ବର୍ଷାଋତୁରେ ବାଇଗଣ ସେବନ କରିବାକୁ ଆୟୁର୍ବେଦରେ ମଧ୍ୟ ମନା କରାଯାଇଛି କାରଣ ଏହା ଅସୁଦ୍ଧି ପରିବା ଶ୍ରେଣୀରେ ଅନ୍ତର୍ଭୁକ୍ତ । ଯେଉଁ ଲୋକମାନଙ୍କର ଆଲର୍ଜିର ସମସ୍ୟା ରହିଛି ସେମାନଙ୍କୁ କଦାପି ବାଇଗଣ ସେବନ କରିବା ଉଚିତ ନୁହେଁ କାରଣ ଏହି ଋତୁରେ କୀଟାଣୁମାନେ ଅତିଶୀଘ୍ର ବୃଦ୍ଧି ପାଇଥାନ୍ତି ।

prgnent lady

ଗର୍ଭବତୀ ମହିଳା ମାନଙ୍କୁ ବାଇଗଣ ଠାରୁ ଦୁରେଇ ରହିବା ଆବଶ୍ୟକ କାରଣ ଏହାକୁ ଖାଇବା ଦ୍ୱାରା ପ୍ରାକୃତିକ ଭାବେ ଅଧିକ ପରିସ୍ରା ଲାଗିଥାଏ ଯାହାକି ଆପଣଙ୍କ ପେଟ ଭିତରେ ବଢୁଥିବା ଭୃଣକୁ କ୍ଷତି ପହଂଚାଇଥାଏ । ବାଇଗଣରେ ନେନୁସିନ ନାମକ ଏକ ତତ୍ତ୍ୱ ରହିଥାଏ ଯାହାକୁ ଖାଇବା ଦ୍ୱାରା ଗର୍ଭବତୀ ମହିଳା ମାନଙ୍କୁ ଏପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ।

ଏହା ବ୍ୟତୀତ ଯଦି ଆପଣ ଷ୍ଟ୍ରେସ ବା ଅବସାଦର ଶିକାର ହୋଇଛନ୍ତି ତାହେଲେ ବାଇଗଣ ଖାଇବାଠୁ ଦୁରେଇ ରୁହନ୍ତୁ କାରଣ ଏହା ଅବସାଦ ବା ଷ୍ଟ୍ରେସ ପାଇଁ ଖାଉଥିବା ଔଷଧର ପ୍ରଭାବକୁ କମ କରିଦେଇଥାଏ । ଯେଉଁ ଲୋକମାନଙ୍କର ଷ୍ଟୋନର ସମସ୍ୟା ଅଛି ସେମାନେ ମଧ୍ୟ ବାଇଗଣଠୁ ଦୁରେଇ ରହିବା ଆବଶ୍ୟକ କାରଣ ବାଇଗଣରେ ଥିବା ଓକଜେଲେଟ ନାମକ ଏକ ତତ୍ତ୍ୱ କିଡନୀରେ ଷ୍ଟୋନର ସମସ୍ୟାକୁ ବଢାଇଥାଏ ।

ଯଦି ଆପଣ କୋଷ୍ଠକାଠିନ୍ୟ ଏବଂ କମ ହଜମ ହେଉଥିବା ସମସ୍ୟା ସହ ଜଡିତ ତାହେଲେ ଆପଣ ବାଇଗଣ ଖାଇବା ଉଚିତ ନୁହେଁ ଏବଂ ଯେଉଁ ଲୋକମାନଙ୍କର ଅର୍ଶ ଭଳି ସମସ୍ୟା ଅଛି ସେମାନେ ଭୁଲ ରେ ବି ବାଇଗଣ ସେବନ କରନ୍ତୁ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button