ରାଜ୍ୟ

କାଉଁଡ଼ିଆ ରେ ସାମ୍ନାକୁ ଆସିଲେ ଏହି କୁନି ବାଳକ ଭକ୍ତି ରେ ପ୍ରସନ୍ନ ହେଲେ ସମସ୍ତେ ଦେଖନ୍ତୁ ଏହି Viral Video

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଜି ହେଉଛି ଶ୍ରାବଣ ମାସ ର ଶେଷ ସୋମବାର ଏହି ଦିନ ପ୍ରତ୍ୟେକ ଶୈବ ଭକ୍ତ କାନ୍ଧରେ କଉଡ଼ି ଧରି ଜଳ ଭାର ନେଇ ଯାଇଥାନ୍ତି ଶିବଙ୍କ ନିକଟକୁ ଜଳ ଲାଗି କରିବା ପାଇଁ। କାରଣ ବିଶ୍ବାସ ଅଛି ଏହିଦିନ ଶିବଙ୍କ ଉପରେ ଜଳ ଲାଗି କରିଲେ ଶିବଙ୍କ ଆଶୀର୍ବାଦ ମିଳି ଥାଏ। ଏବଂ ପ୍ରତ୍ୟେକ ଶୈବ ଭକ୍ତ ପ୍ରାୟତଃ ଏହି ଦିନ ଜଳ ଲାଗି କରିବାକୁ ଯାଇଥାଆନ୍ତି।
ଆପଣ ମାନେ ଜାଣିଥିବେ କି ଶ୍ରାବଣ ମାସ ହେଉଛି କାଉଡ଼ିଆ ମାନଙ୍କର ମାସ। ଏହି ମାସରେ ପ୍ରାୟତଃ ପ୍ରତ୍ୟେକ ଶୈବ ଭକ୍ତ ଜଳ ଭାର ନେଇ ଭଗବାନ ଶିବ ଙ୍କ ନିକଟ କୁ କାହିଁ କେତେ ବାଟୁ ଚାଲି ଆସିଥାନ୍ତି। ସେମାନେ ସମସ୍ତେ ପ୍ରାୟତଃ ନିଜ ମନରେ ଥିବା ଇଚ୍ଛା ପୂର୍ଣ୍ଣ ହୋଇଥିବା କାରଣରୁ ବା ପୂର୍ଣ୍ଣ କରିବା ପାଇଁ ହିଁ ଆସିଥାନ୍ତି। କାରଣ ତାଙ୍କର ବିଶ୍ଵାସ ଏଭଳି କଲେ ଦେବାଧିଦେବ ମହାଦେବ ଙ୍କ ଆଶୀର୍ବାଦ ତାଙ୍କ ଉପରେ ସର୍ବଦା ରହିବ।
ଆମେ ଏବେ ଆପଣଙ୍କୁ ସେହି ସମ୍ପର୍କିତ ଏକ ଭିଡିଓ ଆପଣଙ୍କୁ ଦେଖାଇବାକୁ ଯାଉଛୁ। ଦେଖନ୍ତୁ ଏହି ଭିଡିଓ ଟିରେ କିଭଳି ଜଣେ କୁନି ଭକ୍ତ ଜଣକ ନିଜ କାନ୍ଧରେ ପାଣି ଭାର ନେଇ କାହିଁ କେତେ ଦୁରରୁ ଚାଲି ଆସିଛି ଭଗବାନ ଙ୍କ ନିକଟରେ ଜଳ ଲାଗି କରିବା ପାଇଁ। ସେହି କୁନି ଭକ୍ତ ଟିର ବୟସ ପ୍ରାୟ ୪ ରୁ ୫ ବର୍ଷ ହୋଇଥିବ ବୋଧ ହୁଏ। ମାତ୍ର ତାର ମନରେ ଭକ୍ତି ପ୍ରବଳ।
ଖାସ୍ ସେଥି ପାଇଁ କାହିଁ କେତେ ଦୁରୁ ଏତେ ବାଟ ଚାଲି ଚାଲି ଧାଇଁ ଆସିଛି ଏହି କୁନି ଭକ୍ତ ଜଣକ ଆଉ ପାଟିରେ ଜପି ଚାଲିଛି ବୋଲ ବମ୍ ହର ହର ବମ୍। ଏହି ସ୍ୱର ତା ମୁଖରୁ ଶୁଣିବାକୁ ମଧ୍ୟ ବେଶ ମଧୁର ଲାଗୁଛି। ତେଣୁ ସେ ପିଲା ହେଉ କି ବୁଢ଼ା ଦେବାଧିଦେବ ମହାଦେବ ଙ୍କ ଉପରେ ସମସ୍ତ ଙ୍କ ବିଶ୍ବାସ ଓ ଭରଷା ଥାଏ।ତେଣୁ ଏହି ଶ୍ରାବଣ ମାସରେ ବର୍ଷା ରେ ଓଦା ହୋଇ କାହିଁ କେତେ ଦୁରୁ ପାଣି ଭାର ନେଇ ଶୈବ ପୀଠ କୁ ଯାଇଥାଆନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button