ଜ୍ୟୋତିଷ

ଘରେ ନାଲି ପିମ୍ପୁଡ଼ି ହେଲେ, କ’ଣ ରହିଛି ଶୁଭ ଅଶୁଭ ଲକ୍ଷଣ

ଆପଣ ଜାଣିଛନ୍ତି କି, ଘରେ କଳା କିମ୍ବା ନାଲି ପିମ୍ପୁଡ଼ି ହେଲେ ଘରର କ’ଣ କ୍ଷତି ହୋଇଥାଏ କି ଲାଭ ହୋଇଥାଏ? ପିମ୍ପୁଡ଼ି ଦୁଇଟି ରଙ୍ଗର ହୋଇଥାଆନ୍ତି। କଳା ପିମ୍ପୁଡ଼ିଙ୍କୁ ଶୁଭ ବୋଲି ଧରାଯାଉଥିବା ବେଳେ ନାଲି ପିମ୍ପୁଡ଼ିଙ୍କୁ ଆମେ ଅଶୁଭ ବୋଲି ମାନିଥାଉ। ତେବେ ଆସନ୍ତୁ ଜାଣିବା, ଏହା ପଛରେ ରହିଥିବା କିଛି ଶୁଭ ଆଉ ଅଶୁଭ ମାନ୍ୟତା ବିଷୟରେ।

ଘରେ କ’ଣ କ୍ଷତି ହୋଇଥାଏ
-ନାଲି ପିମ୍ପୁଡ଼ି ବିଷୟରେ କୁହାଯାଏ କି ଘରେ ଅଧିକ ମାତ୍ରାରେ ଏମାନଙ୍କ ସଂଖ୍ୟା ବଢ଼ିଲେ ଘରର କରଜ ବଢ଼ିଯାଇଥାଏ।
-ଘରେ ଏମାନେ ରହିଲେ, ନିକଟ ଭବିଷ୍ୟତରେ କୌଣସି ସଙ୍କଟ ବା ବିପଦ ଆସିଥାଏ ବୋଲି ମାନ୍ୟତା ରହିଛି। ସାଧାରଣରେ ଏହାର ଅର୍ଥ ହେଲା, ଘରେ ଯଦି ଖାଦ୍ୟ ଏକାଠି କରୁଥିବା ନାଲି ପିମ୍ପୁଡ଼ି ଦେଖିବାକୁ ମିଳନ୍ତି, ତା’ହେଲେ କୁହାଯାଏ, ଆଗାମୀ ଦିନରେ ଆପଣଙ୍କ ଘରକୁ କିଛି ବିପଦ ମାଡ଼ି ଆସୁଛି।
-ନାଲି ପିମ୍ପୁଡ଼ି ହେଲେ ଘରେ ଲାଗିଥିବା ଗଛ, ଭୋଜନ, ଡ୍ରାଏଫୁଡ୍‌, ଟାଇଲ୍ସ ଆଦି ଖରାପ ହୋଇଯାଇଥାଏ।
-ଏହି ରଙ୍ଗର ପିମ୍ପୁଡ଼ି ମଣିଷଙ୍କୁ କାମୁଡ଼ି ଥାଆନ୍ତି। ସେମାନେ କାମୁଡ଼ିବା ସ୍ଥାନରେ ନାଲି ରଙ୍ଗର ଚିହ୍ନ ହୋଇଯାଏ ଏବଂ ସେହି ଜାଗା ବହୁତ ଜୋରରେ କୁଣ୍ଡାଇ ହେବାକୁ ଲାଗେ।

ant bk

କ’ଣ ରହିଛି ଲାଭ
-ବାହାରେ ନାଲି ପିମ୍ପୁଡ଼ି ମୁହଁରୁ ଅଣ୍ଡା ଦେବାର ଦେଖିଲେ, ତାହା ଶୁଭ ହୋଇଥାଏ।
-ଯେଉଁମାନେ ପିମ୍ପୁଡ଼ିଙ୍କୁ ଅଟା ଦେଇଥାଆନ୍ତି ଏବଂ ଛୋଟ ଛୋଟ ଚଢ଼େଇଙ୍କୁ ଚାଉଳ ଖାଇବାକୁ ଦେଇଥାଆନ୍ତି, ସେମାନେ ବୈକୁଣ୍ଠପ୍ରାପ୍ତି ହୁଅନ୍ତି।
-କରଜରେ ବୁଡ଼ି ରହିଥିବା ଲୋକ ପିମ୍ପୁଡ଼ିଙ୍କୁ ଚିନି ଏବଂ ଅଟା ଦିଅନ୍ତୁ।
-ପିମ୍ପୁଡ଼ିଙ୍କୁ ଚିନି ମିଶା ଅଟା ଦେଲେ, ସେହି ଲୋକର ସମସ୍ତ ଦୁଃଖ, ସଙ୍କଟ ଦୂର ହୋଇଯାଇଥାଏ।
-ଯଦି ବହୁ ପିମ୍ପୁଡ଼ି ଏକାସାଙ୍ଗେ ଗୋଟିଏ ଲାଇନରେ ଚାଲୁଥିବାର ଆପଣ ଦେଖୁଛନ୍ତି, ତା’ହେଲେ ଜାଣିନିଅନ୍ତୁ ଏହା ପ୍ରବଳ ବର୍ଷାର ହେବାର ସଙ୍କେତ। ଏହାସହିତ ଭଲ ଫସଲ ହେବାର ମଧ୍ୟ ଏହା ସଙ୍କେତ ଦେଇଥାଏ।

ant red

ପିମ୍ପୁଡ଼ିଙ୍କୁ ହତ୍ୟା କଲେ ପାପ ହୋଇଥାଏ
ପିମ୍ପୁଡ଼ିଙ୍କୁ ମାରିବାକୁ ଯାଇ ସବୁ ନାଲି ପିମ୍ପୁଡ଼ିଙ୍କୁ ମାରି ଦେଉଥିବା ଲୋକକୁ ପାପ ଲାଗିଥାଏ। ହଜାରେ ପିମ୍ପୁଡ଼ିଙ୍କୁ ହତ୍ୟା କଲେ ଆପଣଙ୍କୁ ତାଙ୍କ ଅଭିଶାପ ମଧ୍ୟ ଲାଗିଥାଏ। ଏହାର ଅର୍ଥ, ଆପଣ ଗୋଟିଏ ସମସ୍ୟା ଏଡ଼ାଇବାକୁ ଯାଇ ଆଉ ଏକ ସମସ୍ୟାରେ ଫସିଯିବେ। ନାଲି ପିମ୍ପୁଡ଼ି ମାରିବା ଚକ୍କରରେ ସେହି ଧାଡ଼ିରେ ଥିବା କଳା ପିମ୍ପୁଡ଼ି ମଧ୍ୟ ମରିଯାଆନ୍ତି। ଭାବନ୍ତୁ, ଏମିତି ହେଲେ ଆପଣ କ’ଣ କରିବେ? କହି ରଖୁଛୁ, ପିମ୍ପୁଡ଼ିଙ୍କୁ ଭଗେଇବା ପାଇଁ ଆପଣ ପିମ୍ପୁଡ଼ି ଥିବା ସ୍ଥାନରେ ଲେମ୍ବୁର ଚୋପା ବାହାର କରି ଏହାକୁ ଛୋଟ ଛୋଟ କାଟି ରଖି ଦିଅନ୍ତୁ। ଦେଖିବେ, କିଛି ସମୟ ପରେ ପିମ୍ପୁଡ଼ି ସେଠାରୁ ପଳାଇ ଯାଇଥିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button