ଜ୍ୟୋତିଷ

ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ଏହି 5 ଟି ଜିନିଷ ଅନ୍ୟକୁ ଦେବା ଦ୍ଵାରା ଘରକୁ ଆସିଥାଏ ଭୟଙ୍କର ଦରିଦ୍ରତା, କଣ ଆପଣ ଏମିତି ଭୁଲ କରି ନାହାଁନ୍ତି ତ ?

ନମସ୍କାର ବନ୍ଧୁଗଣ ତେବେ ଭଗବାନ ଶ୍ରୀ କୃଷ୍ଣ ଙ୍କ ଅନୁସାରେ ମନୁଷ୍ୟ ଙ୍କୁ ନିଜ ଘରର ଏହି ଜିନିଷ ଭୁଲ ରେ ମଧ୍ୟ ଅନ୍ୟକୁ ଉଧାର ରେ ଅଥବା ଭେଟ ରେ ଦେବା ଉଚିତ ନୁହେଁ । ଏହି ଜିନିଷ ସହିତ ମଧ୍ୟ ଆପଣଙ୍କ ଘରେ ଥିବା ଲକ୍ଷ୍ମୀ ମଧ୍ୟ ଚାଲିଯାଇଥାନ୍ତି । ତେବେ ଆସନ୍ତୁ ସେହି ୫ ଟି ଜିନିଷ ସମ୍ବନ୍ଧରେ ବିସ୍ତାର ଭାବରେ ଜାଣିନେବା ।

ବନ୍ଧୁଗଣ ସ୍ତ୍ରୀ ମାନଙ୍କ ଗହଣାକୁ ମା ଲକ୍ଷ୍ମୀ ଙ୍କ ପ୍ରତୀକ ବୋଲି କୁହାଯାଇଥାଏ । ସୁନ୍ଦର ସୁନ୍ଦର ଗହଣା ପିନ୍ଧିବା ଦ୍ୱାରା ପ୍ରତେକ ମହିଳା ମା ଲକ୍ଷ୍ମୀ ଙ୍କ ପ୍ରତିବିମ୍ବ ପରି ଦେଖାଯାଇଥାନ୍ତି । ସେଥିପାଇଁ ଯେବେ ମଧ୍ୟ ଆମ ଗହଣା କିଣିଥାଉ ସର୍ବେ ପ୍ରଥମେ ମାତା ଲକ୍ଷ୍ମୀ ଙ୍କ ପାଖରେ ପୂଜା କରିଥାଉ ଏବଂ ତାପରେ ପିନ୍ଧିଥାଉ ।

ଘରର ଲକ୍ଷ୍ମୀ ଘରର ସ୍ତ୍ରୀ ମାନଙ୍କୁ କୁହାଯାଇଥାଏ ତେଣୁ କେବେ ମଧ୍ୟ ନିଜ ସ୍ତ୍ରୀ ର ଗହଣା ଆଊ କାହାରିକୁ ଦିଅନ୍ତୁ ନାହିଁ । ଖାସ କରି ବିବାହିତ ମହିଳା ମାନେ ନିଜର ମଙ୍ଗଳସୂତ୍ର,ପାଉଁଚି, ଏବଂ ଚୁଡ଼ି କାହାକୁ ବି ଦିଅନ୍ତୁ ନାହିଁ । ଏହା ଦ୍ବାରା ମାତା ଲକ୍ଷ୍ମୀ ମଧ୍ୟ ଚାଲିଯାଇଥାଆନ୍ତି ଏବଂ ଆପଣଙ୍କୁ ସବୁ କାର୍ଯ୍ୟରେ ଅସଫଳତା ମିଳିଥାଏ ।

କେବେ ବି ଭୁଲରେ କାହାକୁ ନିଜ ଘରେ ଥିବା ଟଙ୍କା ଦାନ କରନ୍ତୁ ନାହି । ବିଶେଷ କରି ପର୍ବପର୍ବାଣି ବା ଏକାଦଶୀରେ କାହାକୁ ଟଙ୍କା ଦେଲେ ଘରେ ଅଭାବ ଦେଖାଯାଏ । ମା ଲକ୍ଷ୍ମୀଙ୍କୁ ଅନପୂର୍ଣ୍ଣା ଦେବୀ ବୋଲି କୁହାଯାଏ । ନିଜ ରୋଷେଇ ଘରର ବେଲଣା ପଟା ଓ କାଠି କାହାକୁ ବ୍ୟବହାର କରିବାକୁ ଦିଅନ୍ତୁ ନାହି । ଏହା କରିଲେ ମା ଲକ୍ଷ୍ମୀଙ୍କର କୃପା ମିଳି ନ ଥାଏ ।

ଆପଣଙ୍କ ଘରେ ମୁଖ୍ୟ ଜିନିଷ ସାରିବାକୁ ଦିଅନ୍ତୁ ନାହିଁ । ଯେପରିକି ଅଟା ଚାଉଳ ଘରେ ଭରପୁର ଭାବରେ ରଖନ୍ତୁ । ଯଦି ଆପଣଙ୍କ ଘରେ ଅଟା କିମ୍ବା ଚାଉଳ ସରିଯାଉଛି ତେବେ ଆପଣଙ୍କ ଘରେ ରାହୁ ଓ କେତୁ ପ୍ରବେଶ କରିଯିବେ ଓ ପୁଣି ଆଉ କେତକ ଲୋକ ଅଟାକୁ ଅଧିକ ଚକଟି ଦେଇଥାନ୍ତି  ରୁଟି କରି ସାରି ବଲକା ଅଟାକୁ ଫ୍ରିଜରେ ରାଖି ଦେଇଥାନ୍ତି । ଯଦି ଆପଣ ବଳକା ଅଟାକୁ ରଖିଦେଉଛନ୍ତି ତେବେ ଆପଣଙ୍କୁ ଭିକାରି ଓ କାଙ୍ଗଳ ହେବାରୁ କେହି ବଞ୍ଚିତ କରିପାରିବେ ନାହିଁ । ଯେଉଁ ଘରେ ଚାଉଳ ଓ ଅଟା ଭରପୁର ରହିଥାଏ ସେହି ଘରେ ଦେବୀ ଅର୍ଣ୍ଣପୂର୍ଣା ବାସ କରିଥାନ୍ତି ।

ସନ୍ଧ୍ୟା ପରେ କ୍ଷୀର, ଦହି, ଅଟା, ମଇଦା, ଚିନି, ଲୁଣ, ଏଭଳି କୌଣସି ଧଳା ଜିନିଷ କାହାରି କୁ ଦେବା ଉଚିତ୍ ନୁହେଁ । ବନ୍ଧୁଗଣ ଶାସ୍ତ୍ର କୁହେ ଧଳା ଜିନିଷ ରେ ନଜର ଶୀଘ୍ର ଲାଗି ଯାଇଥାଏ । ଯଦି ଆପଣ ସନ୍ଧ୍ଯା ପରେ ଘରୁ ଏହିପରି କୌଣସି ଧଳା ଜିନିଷ କାଢି ଥା’ନ୍ତି ତେବେ ଆପଣଙ୍କ ଘର ର ସୁଖ ଶାନ୍ତି ସମୃଦ୍ଧି ଉପରେ ମଧ୍ୟ ନକରାତ୍ମକ ଶକ୍ତିର କୁନଜର ଲାଗି ଯାଇଥାଏ । ଫଳରେ ଖୁବ ଶୀଘ୍ର ମା’ଲକ୍ଷ୍ମୀ ଆପଣଙ୍କ ଘର ଛାଡି ଚାଲି ମଧ୍ୟ ଯାଇଥା’ନ୍ତି ।

ବନ୍ଧୁଗଣ ଆପଣ ବ୍ୟବହାର କରୁଥିବା ରୁମାଲ କୁ କେବେ ମଧ୍ୟ କାହାକୁ ବ୍ୟବହାର କରିବା ପାଇଁ ଦିଅନ୍ତୁ ନାହିଁ କାରଣ ଏହା ଦ୍ବାରା ଦୁଇ ଜଣ ଙ୍କ ମଧ୍ୟ ରେ ଅନେକ ସମସ୍ୟା ଦେଖା ଦେଇଥାଏ ଓ ଝଗଡା ହୋଇଥାଏ। ତେଣୁ କେବେ ମଧ୍ୟ ରୁମାଲ କାହାକୁ ବ୍ୟବହାର କରିବା ପାଇଁ ଦିଅନ୍ତୁ ନାହିଁ। ତେବେ ବନ୍ଧୁଗଣ ମାତା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ ଏବଂ ଆମ ପେଜ କୁ ଲାଇକ କରନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button