ସ୍ୱାସ୍ଥ୍ୟ

ବର୍ଷାଜିନତ ସଂକ୍ରମଣ ପାଇଁ ଚିନ୍ତିତ ଅଛନ୍ତି କି? ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ବର୍ଷାଦିନ ଆସିବା ମାତ୍ରେ ଅଧିକାଂଶ ଲୋକଙ୍କ ମୁଣ୍ଡରେ ଅନେକ ସମସ୍ୟା ଦେଖିବାକୁ ମିଳିଥାଏ। ଏହାର କାରଣ, ବର୍ଷାଦିନରେ ସଂକ୍ରମଣ କରୁଥିବା ଜୀବାଣୁ ବହୁତ ଜଲଦି କାୟା ବିସ୍ତାର କରନ୍ତି। ଏହି ସମୟରେ ମୁଣ୍ଡରେ ରୂପି ଏବଂ ଉକୁଣୀ ଅଧିକ ମାତ୍ରାରେ ହୋଇଥାଏ। ଆସନ୍ତୁ ଜାଣିବା, କ’ଣ ବ୍ୟବହାର କରିବା ଦ୍ୱାରା ରୂପି, ଅନ୍ୟ ସଂକ୍ରମଣରୁ ମୁଣ୍ଡକୁ ଏବଂ କେଶକୁ କିପରି ରକ୍ଷା କରିବେ।

ଏଲୋଭେରା(ଘିକୁଆଁରୀ) ଜେଲ୍‌:

 

ଏଲୋଭେରା ଅର୍ଥାତ୍‌ ଘିକୁଆଁରୀକୁ ଲୋକେ ସଂଜିବନୀ ବୁଟି ବୋଲି କହିଥାନ୍ତି। ମୁଣ୍ଡରେ ହେଉଥିବା ସଂକ୍ରମଣକୁ ଦୂର କରିବା ପାଇଁ ଏଲୋଭେରା ଜେଲ ବେଶ ଉପଯୋଗୀ। ଜେଲ୍‌ ଲଗାଇବା ଦ୍ୱାରା ମୁଣ୍ଡ କୁଣ୍ଡାଇ ହେବା, ପୋଡିବା ଇତ୍ୟାଦିରୁ ରକ୍ଷା ମିଳିଥାଏ। କେଶ ମୂଳ ସଂକ୍ରମଣ ହେବା ଦ୍ୱାରା ଅଧିକ କେଶ ଝଡିଥାଏ, ତେଣୁ ଏଲୋଭେରା ଜେଲକୁ ୩୦ ମିନିଟ ପର୍ଯ୍ୟନ୍ତ ମୁଣ୍ଡରେ ଲଗାଇବା ପରେ ଧୋଇଦିଅନ୍ତୁ। ଏପରି କରିବା ଦ୍ୱାରା କିଛି ମାତ୍ରାରେ ଲାଭ ମିଳିଥାଏ।

ଟି-ଟ୍ରି ତେଲ:
ଟି-ଟ୍ରି ତେଲ ବର୍ଷାଦିନରେ ସଂକ୍ରମଣ ହେଉଥିବା ମୁଣ୍ଡର ସମସ୍ୟାକୁ କିଛି ଦିନ ମଧ୍ୟରେ ଦୂର କରିଥଶଏ। ଏହି ତେଲକୁ ଅଲିଭ ଅଏଲ ଏବଂ ବାଦାମ ତେଲ ସହିତ ମିଶାଇ ସଂକ୍ରମିତ ହୋଇଥିବା ସ୍ଥାନରେ ଲଗାଇ ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କୁ ଆରାମ ମିଳିଥାଏ।

-Neem-Paste

ନିମ୍ବପତ୍ର :
ବର୍ଷା ଦିନରେ ନିମ୍ବପତ୍ର ମଧ୍ୟ ଏହି ସମସ୍ୟାରୁ ମୁକ୍ତି ଦେଇଥାଏ। ଏଥିପାଇଁ ନିମ୍ନପତ୍ରକୁ ପେଷ୍ଟରେ ଲେମ୍ବୁରସ ଓ ହଳଦୀ ମିଶାଇ ଉକ୍ତ ପେଷ୍ଟକୁ ମୁଣ୍ଡରେ ଲଗାନ୍ତୁ। ଏହି ପେଷ୍ଟକୁ ୩୦ ମିନିଟ ମୁଣ୍ଡରେ ଲଗାଇବା ଦ୍ୱାରା ଆପଣଙ୍କ ସମସ୍ୟା ଦୂର ହୋଇଯାଏ।

ଦହି:
ଯଦି ଆପଣ ବାରମ୍ବାର ସଂକ୍ରମିତ ହେଉଥିବା ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ହଦି ବ୍ୟବହାର କରନ୍ତୁ। ଦହିରେ ଥିବା ପ୍ରୋବାୟୋଟିକ୍ସ ଲାକ୍ଟିକ ଏସିଡ ସୃଷ୍ଟି କରେ। ଯାହା କେଶକୁ ସଂକ୍ରମଣ ହେବାକୁ ଦିଏନାହିଁ।

ହଳଦୀ:

product-500x500
ଏକ ଚାମଚ ହଳଦୀ ଆପଣଙ୍କ ତ୍ୱଚାର ଅନେକ ସମସ୍ୟାକୁ ଦୂର କରିଦିଏ। ଯଦି ଆପଣ ହଳଦୀରେ ମହୁ ମିଶାଇ ପେଷ୍ଟ ପ୍ରସ୍ତୁତ କରି ସଂକ୍ରମିତ ସ୍ଥାନରେ ଲଗାଇବେ ତେବେ ଆପଣଙ୍କୁ ଉକ୍ତ ସମସ୍ୟାରୁ ଖୁବଶୀଘ୍ର ମୁକ୍ତି ମିଳିପାରିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button