ରାଜ୍ୟ

କିପରି ପ୍ରସ୍ତୁତ କରିବେ ହାଣ୍ଡି ଭେଜ ବିରିୟାନୀ . . . .

ବିରିଆନୀ ଖାଇବାକୁ ଅନେକ ଲୋକ ପସନ୍ଦ କରନ୍ତି। ଆମିଷ ଖାଉଥିବା ଲୋକ ମଧ୍ୟ ହାଣ୍ଡି ଭେଜ ବିରିଆନୀ ଖାଇବାକୁ ବେଶ ପସନ୍ଦ କରନ୍ତି।

ଆବଶ୍ୟକୀୟ ସାମଗ୍ରୀ
ଦେଢ କପ ଚାଉଳ ଭିଜା ହୋଇଥିବା, ୧ ଟା ଗାଜର, ୧୫ଟି ଫ୍ରେଞ୍ଚ ବିନ୍ସ, ଫୁଲକୋବି ଛୋଟ କଟା ହୋଇଥିବା, ଗ୍ରୀନ ମଟର, ତିନୋଟି ଛୋଟ ଗୁଜରାତି,୧ଟି ଅଳେଇଚ, ତିନୋଟି ଲବଙ୍ଗ, ଗୋଟେ ଛୋଟ ଡାଳଚିନି, ୧ଟା ତେଜପତ୍ର, ଲୁଣ ସ୍ୱାଦନୁସାରେ, ଦୁଇ ବଡ ଚାମଚ ତେଲ, ଅଧଚାମଚ ପାନମଧୁରୀ ପାଉଡର, ୧ ମଧ୍ୟମ ଆକାର ପିଆଜ, ୫ଟି କଞ୍ଚାଲଙ୍କା, ଅଧ ଚାମଚ ଅଦା ପେଷ୍ଟ, ଅଧ ଚାମଚ ରସୁଣ ପେଷ୍ଟ, ୧ ଚାମଚ ହଳଦୀ ପାଉଡର, ୧ ଚାମଚ ଧନିଆ ପାଉଡର, ୧ ଛୋଟ ଚାମଚ ଲଙ୍କାଗୁଣ୍ଡ, ୨ଟି ଟମାଟର, ତିନି ଚତୁର୍ଥାଂଶ ଦହି, କେସର, , ଭଜା ହୋଇଥିବା ପିଆଜ, ପୁଦିନା ପତ୍ର, କଟାହୋଇଥିବା ଧନିଆପତ୍ର, କଟା ହୋଇଥିବା ଅଦା, ୨ ଚାମଚ ଘିଅ, ଅଧ ଛୋଟ ଚାମଚ ଗରମ ମସଲା ପାଉଡର।

hyderabadi-veg-biryani-

ପ୍ରସ୍ତୁତ ପ୍ରଣାଳୀ
ଚାଉଳକୁ ପ୍ରଥମ ଚାରିକପ ପାଣି ଦେଇ ଅଳ୍ପ ଲୁଣ ମିଶାଇ ପ୍ରସ୍ତତ କରିନିଅନ୍ତୁ। ଏବେ ପାଣିରେ ଛୋଟ ଗୁଜରାତି, ଅଳେଇଚ, ଲବଙ୍ଗ, ଡାଳଚିନି ଏବଂ ତେଜପତ୍ର ପକାଇ ଦିଅନ୍ତୁ। ଚାଉଳ ଫୁଟି ଅଧା ହୋଇ ଆସିଲା ବେଳକୁ ବଳକାଥିବା ପାଣି କାଢିଦିଅନ୍ତୁ। ଏହାପରେ ଗାଜର, ବିନ୍ସ, ଫୁଲକୋବି ମିଶାଇ ଲୁଣ ପକାଇ ପାଣିରେ ହାଲକା ଭାବେ ଫୁଟାଇଦିଅନ୍ତୁ। ତା’ପରେ ଏଥିରେ ଗ୍ରୀନ ମଟର ମିଶାଇ ଦିଅନ୍ତୁ। ୨ ମିନିଟ ପରେ ଏଥିରେ ଥିବା ବଳକା ପାଣିକୁ କାଢି ଦିଅନ୍ତୁ। ଅନ୍ୟ ଏକ ପାତ୍ରରେ ତେଲ ଗରମ ହେବା ପରେ ଜିରା, ପିଆଜ ହାଲକା ଭାଜିଦିଅନ୍ତୁ। ଏହାପରେ କଞ୍ଚାଲଙ୍କା, କଟା ହୋଇଥିବା ଅଦା ଏବଂ କଟା ହୋଇଥିବା ରସୁଣ, ହଳଦୀ ପାଉଡର, ଧନିଆ ପାଉଡର, ଲଙ୍କା ପାଉଡର ମିଶାଇ କଷାନ୍ତୁ। ତା ପରେ ଟମାଟର ପକାଇ କଷନ୍ତୁ। ଅଳ୍ପ ଦହିରେ ଲୁଣ ମିଶାଇ ସିଝିଥିବା ପନିପରିବାରେ ମିଶାନ୍ତୁ। କେସରକୁ ଅଳ୍ପ ପାଣିରେ ମିଶାଇ ଭିଜାଇ ଦିଅନ୍ତୁ। ଏକ ହାଣ୍ଡି ନେଇ ସେଥିରେ ପନିପରିବାର ଏକ ସ୍ତର ରଖିବା ପରେ ଚାଉଳର ଏକ ସ୍ତର ରଖନ୍ତୁ। ତେଲରେ ଭଜା ହୋଇଥିବା ପିଆଜ ଏବଂ ଲୁଣ ଏହା ଉପରେ ଛିଞ୍ଚିଦିଅନ୍ତୁ। ତା ପରେ ପୋଦିନା ପତ୍ର ଏବଂ ଧନିଆପତ୍ର ଛୋଟ ଛୋଟ କରି କାଟି ଏହା ଉପରେ ପକାନ୍ତୁ। ପରେ ଅଦା, ଅଳ୍ପ କେଶର ପାଣି ଏବଂ ଘିଅ ପକାଇ ଦିଅନ୍ତୁ। ପୁଣି କ୍ରମାନ୍ଵୟରେ ଏପରି ସ୍ତର ପକାଇଦିଅନ୍ତୁ। ତା ପରେ ଗରମ ମସଲା ପାଉଡର ପକାନ୍ତୁ। ଶେଷରେ ଦହି ପକାଇ ଢାଙ୍କୁଣି ଘାଣ୍ଟି ଦିଅନ୍ତୁ। ୧୫-୨୦ ମିନିଟ ଆଞ୍ଚରେ ବସାଇବା ପରେ ଗରମ ଗରମ ପରଷନ୍ତୁ ହାଣ୍ଡି ଭେଜ ବିରିଆନୀ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button