ମନୋରଞ୍ଜନ

ଆସୁଛି ଫ୍ରେଣ୍ଡଶିପ୍‌ ଡେ’: ସାଙ୍ଗଙ୍କ ପାଇଁ ବେଷ୍ଟ୍‍ ଏହି ଟ୍ରେଣ୍ଡିଙ୍ଗ୍‌ ବ୍ୟାଣ୍ଡ୍‌

ସମସ୍ତଙ୍କ ଜୀବନରେ ସାଙ୍ଗଙ୍କ ପାଇଁ ଏକ ଖାସ୍‌ ଜାଗା ରହିଥାଏ। ଏଥିପାଇଁ ସାଙ୍ଗଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ ଅଗଷ୍ଟର ପ୍ରଥମ ରବିବାରକୁ ଫ୍ରେଣ୍ଡଶିପ୍‌ ଡେ’ ଭାବେ ପାଳନ କରାଯାଇଥାଏ। ଯଦି ଆପଣ ବି ଏହିଦିନ ଆପଣଙ୍କ ବେଷ୍ଟ୍‍ଫ୍ରେଣ୍ଡକୁ ଦେଖା କରିବାକୁ ପ୍ଲାନ୍‌ କରୁଛନ୍ତି, ତା’ହେଲେ ଏହି ଟ୍ରେଣ୍ଡିଂ ବ୍ୟାଣ୍ଡ ଆପଣ ତାଙ୍କୁ ଗିଫ୍ଟ କରିପାରିବେ।

pub pub

-ଯଦି ସାଙ୍ଗ ପବଜୀର ଦିଓ୍ଵାନା, ତା’ହେଲେ ଏହି ବ୍ୟାଣ୍ଡ ପୂରା ପରଫେକ୍ଟ ହେବ। ଆପଣ ଚାହିଁଲେ ଏହାର ଭିନ୍ନ ଭିନ୍ନ ଡିଜାଇନର ବ୍ୟାଣ୍ଡ ଅନଲାଇନରୁ କିଣିପାରିବେ।

-ଯଦି ସାଙ୍ଗକୁ ଟିକ୍‌ ଟକ୍‌ ଭିଡିଓ ବନେଇବାର ସଉକ, ନିଶ୍ଚିତ ଭାବେ ଟିକ୍‌ ଟିକ୍‌ ବ୍ୟାଣ୍ଡ ଗିଫ୍ଟ କରିଦିଅନ୍ତୁ। ଏହାର ଡିମାଣ୍ଡ ଢ଼େର୍‌ ଅଧିକ ରହିଛି।

tik tok

-ସାଙ୍ଗ ଯଦି ଫିଲ୍ମର କାଳ୍ପନିକ ଦୁନିଆ ଏବଂ ଏହାର ସୁପରହିରୋମାନଙ୍କ ଭଳି ଜିଇଁବାକୁ ଇଚ୍ଛା ରଖିଥାଏ, ତା’ହେଲେ ଏହି ପ୍ରକାର ବ୍ୟାଣ୍ଡ ଦେଇ ମୁହଁରେ ହସ ଫୁଟାଇ ଦିଅନ୍ତୁ।

-ଅନଲାଇନ୍‌ ବଜାରରେ ଫଟୋ ଫ୍ରେଣ୍ଡଶିପ୍‌ ବ୍ୟାଣ୍ଡର ବହୁତ ଚାହିଦା ରହିଛି, ଯେଉଁଥିରେ ଆପଣ ନିଜ ସାଙ୍ଗର ଫଟୋ ଛାପି ତା’ ହାତରେ ବାନ୍ଧି ପାରିବେ।

banded f

-ଏ ସବୁ ଛଡ଼ା ଆପଣ ଚାହିଁଲେ, ତାଙ୍କ ନାମର ଏକ ଷ୍ଟାଇଲିଶ୍‌ ବ୍ୟାଣ୍ଡ ମଧ୍ୟ ତାଙ୍କୁ ଗିଫ୍ଟ କରିପାରିବେ। ଏହି ପ୍ରକାର ବ୍ୟାଣ୍ଡ ଆପଣଙ୍କୁ ସୁବିଧାରେ ଯେଉଁଠି ବି ମିଳିପାରିବ।

-ଏହି ବ୍ୟାଣ୍ଡ ସବୁଠାରୁ ସ୍ୱତନ୍ତ୍ର, ଯାହାର ଯେତେ ପ୍ରଶଂସା କଲେ ବି କମ୍‌ ପଡ଼ିବ। ଏହି ବ୍ୟାଣ୍ଡରେ ଏକ କ୍ୟୁଆର୍‌ କୋର୍ଡ ରହିଛି, ଯେଉଁଥିରେ ସ୍ମାର୍ଟ ଫୋନ୍‌ ସାହାଯ୍ୟରେ ସ୍କାନ୍‌ କଲେ ସ୍ପେଶାଲ ମେସେଜ୍‌ ଦେଖାଯିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button