ରାଜ୍ୟ

ଇ-କେୱାଇସି ଖୋଲିଲା ରାସନ୍‌ ଗୁମର: ଧରାପଡ଼ିଲେ ୧୬୫ ସରକାରୀ ଚାକିରିଆ

ବାଲିଆପାଳ: ଇ-କେୱାଇସି ପ୍ରକ୍ରିୟା ଏବେ ସରକାରୀ ଚାକିରିଆଙ୍କ ଅସଲ ମୁଖା ଖୋଲି ଦେଇଛି। ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ୍‌ରେ ରାସନ୍‌ ସାମଗ୍ରୀ ନେଉଥିବା ୧୬୫ ଜଣ ସରକାରୀ ଚାକିରିଆ ଧରାପଡ଼ିଛନ୍ତି। ଏହି ତାଲିକାରେ ଯନ୍ତ୍ରୀ, ଅଧ୍ୟାପକ, ଶିକ୍ଷକ, ଡାକ୍ତର, ପୁଲିସ ଓ ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ନାଁ ଥିବାବେଳେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।
ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ବଡାଶ ପଞ୍ଚାୟତ ଜଗାଇ ଗ୍ରାମର ୩ ଜଣ ଅଧ୍ୟାପକ, କୁମ୍ଭାରୀ ପଞ୍ଚାୟତର ଜଣେ ଡାକ୍ତର, ଚୌମୁଖ ପଞ୍ଚାୟତର ଜଣେ ମେଡିକାଲ ଅଫିସର, ମଧୁପୁରା ପଞ୍ଚାୟତର ଜଣେ ଖେଳ ଶିକ୍ଷକ ରାସନ୍‌ କାର୍ଡ ହାତେଇ ସାମଗ୍ରୀ ନେଉଥିଲେ।

ତାଲିକାରେ ଯନ୍ତ୍ରୀ, ଅଧ୍ୟାପକ, ଶିକ୍ଷକ, ଡାକ୍ତର, ପୁଲିସ

କେବଳ ଏତିକି ନୁହେଁ, ଏହି ତାଲିକାରେ ବହୁ ହାଇସ୍କୁଲ ଶିକ୍ଷକ, ସହକାରୀ ଶିକ୍ଷକ, ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ପୁଲିସ କର୍ମଚାରୀଙ୍କଠାରୁ ଆରମ୍ଭ କରି ବହୁ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ମିଶାଇ ପ୍ରଥମ ପର୍ଯ୍ୟାୟରେ ମୋଟ୍‌ ୧୬୫ ଜଣ କର୍ମଚାରୀଙ୍କ ନାମ ରହିଛି। ଏମାନଙ୍କ ନାମ ତାଲିକାରୁ ତୁରନ୍ତ ବାଦ୍‌ ଦେବାକୁ ନିର୍ଦ୍ଦେଶ ଆସିଥିବା ବାଲିଆପାଳ ଯୋଗାଣ ବିଭାଗ ଅଧିକାରୀ ଅମ୍ବିକା ପ୍ରସାଦ ରଥ କହିଛନ୍ତି। ଚୂଡ଼ାନ୍ତ ତାଲିକା ଆସିବା ପରେ ଏହି ତାଲିକା ଆହୁରି ଲମ୍ବା ହୋଇପାରେ ବୋଲି ଶ୍ରୀ ରଥ ସୂଚନା ଦେଇଛନ୍ତି। ଯେଉଁ ବଡ଼ବଡ଼ିଆମାନେ ଏହି ସହାୟତା ହାତେଇଛନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button