ରାଜ୍ୟ

ଅପଣଙ୍କ ଏହି ୫ଟି ଛୋଟ ଭୁଲ ଆୟୁଷ କରିଥାଏ ୫ ବର୍ଷ କମ

ବ୍ୟସ୍ତତା ଭରା ଜୀବନରେ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ଖାଦ୍ୟପେୟରେ ସଠିକତା ନରହିବା କାରଣରୁ ନାହିଁ ନଥିବା ରୋଗର ସାମ୍ନା କରିବାକୁ ପଡ଼ିଥାଏ। କିନ୍ତୁ ଦୈନନ୍ଦିନ ଜୀବନରେ କିଛି ନିର୍ଦ୍ଦିଷ୍ଟ ଜିନଷକୁ ନଜରଅନ୍ଦାଜ କରିବା ଦ୍ବାରା ଆମ ଜୀବନରୁ କମ ହୋଇଥାଏ ୫ବର୍ଷ। ଏହା ଦ୍ବାରା ଶରୀରରେ ରୋଗ ସମସ୍ୟା ବଢ଼ିବା ସହ ନାନାଧି ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ଯଦି ଆପଣ ସୁସ୍ଥ ରହିବାକୁ ଚାହୁଁଛନ୍ତି ତେବେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ଭୁଲ।

-ସାଧାରଣତଃ ବ୍ୟସ୍ତବହୁଳ ଜୀବନରେ ସମସ୍ତେ ଜଳଖିଆ ଖାଇବାକୁ ଭୁଲି ଯାଇଥାନ୍ତି। ଜଳଖିଆ ନକରିଥିବା ବେଳେ ଅତ୍ୟନ୍ତ ଭୋକ ଲାଗିବା କାରଣରୁ ମଧ୍ୟାହ୍ନ ଭୋଜନ ଅଧିକ କରିଥାନ୍ତି। ଯାହା ଶରୀର ପାଇଁ ଖୁବ ହାନିକାରକ ସାବ୍ୟସ୍ତ ହୋଇଥାଏ। ଏହା ଦ୍ବାରା ମୋଟାପଣ ବଢ଼ିବା ସହ ଶରୀରକୁ ପର‌୍ୟ୍ୟପ୍ତ ପରିମାଣର ଉର୍ଜା ମିଳିନଥାଏ।

sleep

– ମଣିଷ ସକାଳୁସନ୍ଧ୍ୟା ପର‌୍ୟ୍ୟନ୍ତ କାମ କରିବା ପରେ ତାହାକୁ ପ୍ରଚୁର ପରିମାଣର ଆରାମ ଦରକାର ହୋଇଥାଏ। ଏନେଇ ଶରୀରକୁ ସଠିକ୍ ପରିମାଣର ଆରାମ ଏବଂ ନିଦ ଆବଶ୍ୟକ ରହିଥାଏ। ଏଣୁ ରାତି ସମୟରେ ମୋବାଇଲ ଅଥବା ଟିଭି ଦେଖିବା ବନ୍ଦ କରି ୭ରୁ ୮ ଘଣ୍ଟା ଶୋଇବା ଦରକାର। ଏହା ଦ୍ବାରା ସ୍ବାସ୍ଥ୍ୟା ସୁସ୍ଥ ରହିଥାଏ।

-ନିଶା ଦ୍ରବ୍ୟ ସେବନ ଆମ ଶରୀର ପାଇଁ ଖୁବ କ୍ଷତିକାରକ ।ଏହା ଜାଣିବା ପରେ ମଧ୍ୟ ଅନେକ ଲୋକ ନିଶା ଦ୍ରବ୍ୟର ସେବନ କରିଥାନ୍ତି। କିନ୍ତୁ ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଆବଶ୍ୟକ ସ୍ଥଳରେ ପୁରୁଷ ମାନେ ୩ ରୁ ୪ ଏବଂ ମହିଳା ୨ ରୁ ୩ ପେଗ୍ ମଦ୍ୟପାନ କରିବା ଉଚିତ୍ । ଏଥିରୁ ଅଧିକ ମଦ୍ୟର ସେବନ ଶରୀରକୁ କ୍ଷତି ପହଞ୍ଚାଇବା ସହ ଅନେକ ରୋଗର କାରଣ ପାଲଟିଥାଏ।

 

-ବର୍ତ୍ତମାନ ପାୟ ବ୍ୟକ୍ତି ଅଫିସ ତଥା କାର‌୍ୟ୍ୟଳୟରେ କାମ କରୁଥିବାରୁ ତାଙ୍କର ଶରୀରିକ କାର‌୍ୟ୍ୟ କରିବା ତଥା ବ୍ୟୟାମ କରିବା କମ ହୋଇଯାଉଛି। ଯାହା ଫଳରେ ଶରୀରରୁ ଝାଳ ନବାହାରିବା ସହ ବହୁ ପରିମାଣର କ୍ଷତିକାରକ ପଦାର୍ଥ ଶରୀରରେ ଏକାଠି ହୋଇ ରହିଯାଉଛି। ଯାହା ସ୍ବାସ୍ଥ୍ୟା ପାଇଁ ହାନିକାରକ ସାବ୍ୟସ୍ତ ହେଉଛି।ଏଣୁ ସମସ୍ତେ ନିଜକୁ ଘରର ବିଭିନ୍ନ କାମରେ ବ୍ୟସ୍ତ ରଖିବା ସହ କିଛି ସମୟ ବ୍ୟାୟାମ ମଧ୍ୟ କରିବା ଆବଶ୍ୟକ।

exercise

-ଆଜିକାଲି ଛୋଟ ମୋଟ ରୋଗ ବା ଯନ୍ତ୍ରଣା ପାଇଁ ଅଧିକାଂଶ ବ୍ୟକ୍ତି ବିଭିନ୍ନ ପ୍ରକାର ପେନକିଲରର ସେବନ କରୁଛନ୍ତି। କିନ୍ତୁ ରିସର୍ଚ୍ଚ ମୁତାବକ ଅଧିକ ପେନକିଲରର ସେବନ ଶରୀରକୁ କ୍ଷତି ପହଞ୍ଚାଇବା ସହ ଅନେକ ରୋଗ ଯାତ କରିଥାଏ। ଏଣୁ ଛୋଟ ରୋଗ ବା ଯନ୍ତ୍ରଣାର ପ୍ରଥମେ ସହଜ ଏବଂ ସରଳ ଘରୋଇ ଉପଚାର କରିବା ପରେ ହିଁ କୌଣସି ଔଷଧର ସେବନ କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button