ମନୋରଞ୍ଜନ

ଆପଣଙ୍କ ସମ୍ପର୍କ ନୂଆ ଯଦି କରନ୍ତୁ ନାହିଁ ଏହି ୬ଟି କାମ, ଭୁଲରେ ବି ଆବେଗପ୍ରବଣ ମେସେଜ୍ ପଠାନ୍ତୁ ନି

ଯଦି ଆପଣ ନୂଆ ରିଲେଶନଶିପରେ ଅଛନ୍ତି, ତା’ହେଲେ କେତେକ କଥା ଉପରେ ଧ୍ୟାନ ଦେବା ବହୁତ ଜରୁରୀ। କାରଣ, ନୂଆ ସମ୍ପର୍କ ଯୋଡ଼ି ହେଲେ ପ୍ରଥମେ ସବୁ କିଛି ଠିକ୍ ଠାକ୍ ଚାଲିଥାଏ, କିନ୍ତୁ ସମୟ ଗଡ଼ି ଚାଲିଲେ ଅତିରୁ ଅତି ଛୋଟ କଥା ବି ଝଗଡ଼ାର କାରଣ ହୋଇଯାଏ। କେବେ କେବେ ଆପଣଙ୍କ ପାଟିରୁ ଅଜାଣତରେ ବାହାରି ଯାଉଥିବା କଥା ବି ସମ୍ପର୍କରେ ତିକ୍ତତା ଆଣିପାରେ। ତେଣୁ ନୂଆ ସମ୍ପର୍କ ଗଢ଼ିହେଲେ କିଛି ଖାସ୍ କଥାକୁ ଗୁରୁତ୍ବ ଦେବା ଆବଶ୍ୟକ। ଆସନ୍ତୁ ଜାଣିବା କ’ଣ ଏହି ଖାସ୍ କଥା।

love 5

– ନୂଆ ରିଲେଶନଶିପରେ କେବେ ବି ଆବେଗପ୍ରବଣ ମେସେଜ୍ ପଠାନ୍ତୁ ନାହିଁ। ଏହା ବଦଳରେ ଆପଣ ନର୍ମାଲ କିମ୍ବା ସଂକ୍ଷିପ୍ତ ମେସେଜ୍ ପଠାଇ ପାରିବେ। ଯଦି ପାରୁଛନ୍ତି ନିଜ ପାର୍ଟନରଙ୍କ ସହିତ ଫୋନରେ କଥା ହୋଇଯାଆନ୍ତୁ। ଦିନଟି ଆପଣଙ୍କର କିପରି କଟିଛି, ତା’ ବିଷୟରେ ନିଜ ନିଜ ଭିତରେ କଥା ସେୟାର କରିନେଲେ ଭଲ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, କେବେ ବି ଅଲକହଲ୍ ପିଇ ନିଜ ପାର୍ଟନରଙ୍କୁ ଫୋନ୍ କରନ୍ତୁ ନାହିଁ।

love 3

– ନୂଆ ରିଲେଶନଶିପରେ ଜମାରୁ କୌଣସି କଥାରେ ତରତର ହୁଅନ୍ତୁ ନାହିଁ। ସବୁଦିନ ଭେଟିବା ଅପେକ୍ଷା ସପ୍ତାହରେ କେଉଁ ଦିନ ଦେଖା କରିବେ, ତାହା ସ୍ଥିର କରନ୍ତୁ। ଆପଣଙ୍କ ପାର୍ଟନର କିମ୍ବା ଲଭରଙ୍କୁ ଅଧିକ ଭଲ ପାଇବା ଚକ୍କରରେ ନିଜର ଅତି ଗୁରୁତ୍ବପୂର୍ଣ୍ଣ କାମକୁ ଭୁଲି ଯାଆନ୍ତୁ ନାହିଁ। କାରଣ, ହୁଏତ ସେହି ଗୁରୁତ୍ବପୂର୍ଣ୍ଣ କାମ ଆପଣଙ୍କ ପାଇଁ ପରବର୍ତ୍ତୀ ସମୟରେ ସମସ୍ୟା ସୃଷ୍ଟି କରିପାରେ।

– ସମ୍ପର୍କ ନୂଆ ଥିଲେ, ଜଣେ ଜଣଙ୍କୁ ସମୟ ଦେବା ବହୁତ ଜରୁରୀ। ଏହାଦ୍ବାରା ସମ୍ପର୍କ ମଜଭୁତ ହୋଇଥାଏ। ନୂଆ ରିଲେଶନଶିପରେ କେବେ ବି ଅସହଜ ମନେ କରନ୍ତୁ ନାହିଁ। ହୁଏତ ଏହା ଆପଣଙ୍କ ପାର୍ଟନରଙ୍କୁ ବି ଅଜୀବ ଲାଗିପାରେ। ଆବଶ୍ୟକ ଅନୁସାରେ ଆପଣଙ୍କ ସାଥୀଙ୍କୁ ଲଭରଙ୍କ ମହତ୍ତ୍ବ ଦିଅନ୍ତୁ।

– ମନେ ରଖନ୍ତୁ, ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା କେବେ ବି ଜଲଦି ନିବିଡ଼ ହେବା ଉଚିତ ନୁହେଁ। କଥାବାର୍ତ୍ତା ସମୟରେ ଜଣେ ଜଣଙ୍କର ପସନ୍ଦ ନାପସନ୍ଦ ଯେପରି କି, ପସନ୍ଦର ମ୍ୟୁଜିକ, ଫିଲ୍ମ, ପୁସ୍ତକ ଆଦି ବିଷୟରେ ଜାଣିବା ଉଚିତ। ଏହାଦ୍ବାରା ଉଭୟ ଉଭୟଙ୍କୁ ଜାଣିବା ପାଇଁ ମଉକା ମିଳିଯିବ।

love 2

– ଗୁରୁତ୍ବପୂର୍ଣ୍ଣ କଥା ହେଲା, ନିଜ ସାଙ୍ଗମାନଙ୍କ ସହ କେବେ ବି ନିଜ ପାର୍ଟନରଙ୍କୁ ମିଳାଇବା ପାଇଁ ତରତର ହୁଅନ୍ତୁ ନାହିଁ। ହୁଏତ ଆପଣଙ୍କ ପାର୍ଟନର ଏହା ଚାହୁଁ ନ ଥିବେ କି ଏତେ ଜଲଦି କେହି ଆମ ରିଲେଶନଶିପ ବିଷୟରେ ଜାଣନ୍ତୁ।

– ସାର୍ବଜନୀନ ସ୍ଥାନରେ ସମ୍ଭାଳିକି ଚାଲନ୍ତୁ। ଯଦି ଆପଣଙ୍କ ପାର୍ଟନରଙ୍କୁ ଆପଣଙ୍କ ହାତ ଧରିବା, କାନ୍ଧରେ ହାତ ପକାଇ ଚାଲିବା ପସନ୍ଦ ଆସୁ ନ ଥିବ, ତା’ହେଲେ କେବେ ଜବରଦସ୍ତି କରନ୍ତୁ ନାହିଁ। ସାର୍ବଜନୀନ ସ୍ଥାନରେ ଭଲ ପାଇବା ପ୍ରଦର୍ଶନ କରିବାରେ ନିଜ ଭାବନାକୁ କାବୁ କରିବା ଶିଖନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button