ମନୋରଞ୍ଜନ

ନିଜ ଫିଲ୍ମର ବଜେଟଠାରୁ ଅଧିକ ଟଙ୍କାରେ ଘର କିଣିଲେ ଶାହିଦ କପୁର – Kalinga News

[ad_1]

ମୁମ୍ବାଇ: ନିଜ ଫିଲ୍ମର ବଜେଟଠାରୁ ଅଧିକ ଟଙ୍କାରେ ଘର କିଣିଲେ ବଲିଉଡ ଅଭିନେତା ଶାହିଦ କପୁର। ଅଭିନେତାଙ୍କ ପାଇଁ ୨୦୨୪ ଏପର୍ଯ୍ୟନ୍ତ ଏକ ସଫଳ ବର୍ଷ ହୋଇ ରହିଛି। ତାଙ୍କର ଚଳଚ୍ଚିତ୍ର ‘ତେରି ବାତୋଁ ମେଁ ଐସା ଉଲଝା ଜିଆ’ ବକ୍ସ ଅଫିସରେ ହିଟ୍ ଫିଲ୍ମ ପାଲଟିଛି। ଏହି ବର୍ଷକୁ ଆହୁରି ଖାସ୍ କରିବା ପ‌ାଇଁ ଅଭିନେତା ଓ ତାଙ୍କ ପତ୍ନୀ ମୀରା ରାଜପୁତ ମୁମ୍ବାଇରେ ଘର କିଣିଛନ୍ତି। ମୁମ୍ବାଇର ଓର୍ଲିରେ ଦୁହେଁ ଘର କିଣିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ଦୁହେଁ ୱର୍ଲିରେ ଥିବା ଓବରଏ ୩୬୦ ୱେଷ୍ଟ ପ୍ରୋଜେକ୍ଟରେ ଏହି ଆପାର୍ଟମେଣ୍ଟ କିଣିଛନ୍ତି । ଷ୍ଟାମ୍ପ ଡିୟୁଟିକୁ ଛାଡ଼ି ଦୁହେଁ ଘର କିଣିବାକୁ ୬୦କୋଟିରୁ ଅଧିକ ଟଙ୍କା ଦେଇଥିବା ସାମ୍ନାକୁ ଆସିଛି । ୫୩୯୫ ସ୍କୋୟାରଫିଟରେ ନିର୍ମାଣ ହୋଇଥିବା ଏହି ଘର ସହିତ ଶାହିଦଙ୍କୁ ୩ଟି ପାର୍କିଂ ସ୍ପେସ୍ ମିଳିବ । ଏହା ପୂର୍ବରୁ ୨୦୧୮ରେ ଓବରଏ ୩୬୦ ୱେଷ୍ଟ ପ୍ରୋଜେକ୍ଟରେ ୮୨୮୧ ସ୍କୋୟାରଫିଟର ଫ୍ଲାଟ କିଣିଥିଲେ ଶାହିଦ୍, ଯାହାର ମୂଲ୍ୟ ୫୮କୋଟିରୁ ଅଧିକ ଥିଲା ।

ତେବେ ଯଦି ଆମେ ଶାହିଦଙ୍କ ଫିଲ୍ମ ‘ତେରି ବାତୋଁ ମେଁ ଐସା ଉଲଝା ଜିଆ’ ର ବଜେଟ ଦେଖିବା, ତେବେ ଏହାର ବଜେଟ ଥିଲା ୫୦କୋଟି। ହେଲେ ଶାହିଦ୍ ଏବେ ନିଜ ଫିଲ୍ମର ବଜେଟଠାରୁ ଅଧିକ ଟଙ୍କାରେ ଘର କିଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button