ଅନୁଭବ ମହାନ୍ତିଙ୍କ ସହ ଓଡ଼ିଆ ଚଳଚ୍ଚିତ୍ର ‘ବିଗୁଲ’ ଦେଖିଲେ ଦର୍ଶକ – Kalinga News

[ad_1]
ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ‘ବିଗୁଲ’ ସିନେମା ହଲ୍ରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ର ଦେଖିବା ପାଇଁ ଦର୍ଶକମାନଙ୍କ ମନରେ ଉତ୍ସାହ ଦେଖାଯାଇଛି। ଏଥି ସହିତ ଚଳଚ୍ଚିତ୍ରଟି ଅଦ୍ଭୁତ ଭଲ ପାଇବା ମଧ୍ୟ ସାଉଁଟୁଛି। ଆଜି ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସହ ସାଧାରଣ ଦର୍ଶକ ଫିଲ୍ମର ମଜା ନେଇଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଆ ଚଳଚ୍ଚିତ୍ର ‘ବିଗୁଲ’ ଏସ୍ଡି ଫିଲ୍ମସ ବ୍ୟାନରରେ ପ୍ରସ୍ତୁତ ଅଜୟ ପାଢ଼ୀଙ୍କ କାହାଣୀ ଓ ନିର୍ଦ୍ଦେଶନାରେ ନିର୍ମିତ ହୋଇଛି। କିଛି ଅଭିଜ୍ଞଙ୍କ ସହିତ ନବାଗତ କଳାକାରଙ୍କୁ ନେଇ ଅଜୟ ପାଢ଼ୀଙ୍କ ଦମଦାର ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ଦେଖି ଦର୍ଶକ ବିମୁଗ୍ଧ ହୋଇଥିଲେ। ଆଦିମ କାଳରୁ ବିଶ୍ୱାସ କରିଆସୁଥିବା ଦେବୀଙ୍କ ଉପରେ ଥିବା ଭକ୍ତର ଅଗାଢ ବିଶ୍ୱାସକୁ ଚିତ୍ରିତ କରିଛନ୍ତି ନିର୍ଦ୍ଦେଶକ।
ତେବେ ଆମ ଓଡ଼ିଆ ଦର୍ଶକଙ୍କ ମନକୁ ଛୁଇଁଲା ଭଳି ଏକ ନିର୍ଦ୍ଦିଷ୍ଟ ଗାଁ ର କାହାଣୀକୁ ନେଇ ଖୁବ ସୁନ୍ଦର ଭାବେ ନିର୍ମାଣ କରିଛନ୍ତି ଅଜୟ ପାଢ଼ୀ ଓ ଟିମ୍। ବରିଷ୍ଠ ଅଭିନେତା ଅଶ୍ରୁ୍ମୋଚନ ମହାନ୍ତି, ବ୍ରଜ ସିଂ, ଚିତ୍ତରଞ୍ଜନ ତ୍ରିପାଠୀ, ପ୍ରସନ୍ନଜିତ ମହାପାତ୍ର, ନାୟିକା ସୁପ୍ରିୟା ନାୟକ ପ୍ରମୁଖ ଏଥିରେ ନିଖୁଣ ଅଭିନୟ କରିଛନ୍ତି। ଶେଷ ଦୃଶ୍ୟରେ ଓଲିଉଡ଼ ଷ୍ଟାର ଅନୁଭବ ମହାନ୍ତି କିଛି ସମୟ ପାଇଁ ନଜର ଆସି ଦର୍ଶକଙ୍କୁ ଚକିତ କରିଥିଲେ। ଜଣାପଡ଼ିଲା ଯେ ବିଗୁଲ ଦ୍ଵିତୀୟ ଭାଗ ଖୁବ ଶୀଘ୍ର ଆସିବ, ଯେଉଁଥିରେ ଅନୁଭବ ମହାନ୍ତି ବଜାଇବେ ବିଗୁଲ। ପ୍ରଥମ ଭାଗର ଶେଷ ଭାଗ ଏପରି ହୋଇଥିଲା ଯେ ଦର୍ଶକ ଦ୍ଵିତୀୟ ଭାଗର ଅପେକ୍ଷାରେ ରହିବେ ନିଶ୍ଚୟ। ତେବେ ଫିଲ୍ମଟି ଏକ ମୌଳିକ ଓ ଭିନ୍ନ କାହାଣୀ ହୋଇଥିବାରୁ ଦର୍ଶକ ପସନ୍ଦ କରିବେ ବୋଲି କହିଛି ପ୍ରଯୋଜନା ସଂସ୍ଥା। ଏହି ଅବସରରେ ଅଭିନେତା ଅନୁଭବ ମହାନ୍ତି ତାଙ୍କ ପରିବାର ସହ ଯୋଗ ଦେଇ ଫିଲ୍ମଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖି ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି।
[ad_2]