ଦେଶ- ବିଦେଶ

ଜ୍ୟାକେଟ ଠାରୁ ଆରମ୍ଭ କରି ଲଙ୍ଗ ସ୍କର୍ଟ ପର୍ଯ୍ୟନ୍ତ ପୁରୁଣା ଶାଢ଼ୀ ଗୁଡିକୁ ଏପରି ନୂଆ ଉପାୟରେ କରନ୍ତୁ ବ୍ୟବହାର

ବାହାଘର ପାର୍ଟିରେ ପିନ୍ଧିବା ପାଇଁ କିଛି ଟ୍ରାଡିସନାଲ ଡ୍ରେସ ଖୋଜୁଛନ୍ତି କି ଯାହା ଆପଣଙ୍କ ଷ୍ଟାଇଲ ଉପରେ ଚାରଚାନ୍ଦ ଲଗେଇବ। ଏଥିପାଇଁ ସପିଙ୍ଗ ଛଡା ଆଉ ଏକ ଉପାୟ ମଧ୍ୟ ଅଛି। ନିଜର କିମ୍ବା ନିଜ ମା ଙ୍କର ପୁରୁଣା ଶାଢ଼ୀ ବାକ୍ସ ମଧ୍ୟରୁ ବାହାର କରନ୍ତୁ କିଛି ଶାଢ଼ୀ ଆଉ ସେଥିରେ ବନାନ୍ତୁ ସାଲୱାର ,କୁର୍ତ୍ତା,ଲଙ୍ଗ ଜ୍ୟାକେଟସ ଏବଂ ସ୍କର୍ଟସ ଯାହାକି ଆପଣଙ୍କ ଷ୍ଟାଇଲ ସହ ମ୍ୟାଚ କରିବ। ଜାଣନ୍ତୁ ଏପରି କିଛି ଟିପ୍ସ. . .

ସାଲୱାର

ଜର୍ଜେଟ ,ବ୍ରୋକେଡ଼ କିମ୍ବା କଟନ ଶାଢ଼ୀକୁ ଆପଣ ସାଲୱାର ତିଆରିରେ ବ୍ୟବହାର କରିପାରନ୍ତି । କୁର୍ତ୍ତା ସିମ୍ପଲ ହେଉ କିମ୍ବା ହେଭି ଏପରି ସାଲୱାର ସବୁଥିରେ ସୁନ୍ଦର ଦେଖାଯାଇଥାଏ । ଆପଣ କଟନ ଶାଢ଼ୀ ଦ୍ୱାରା ପଟିଆଲା ସାଲୱାର ମଧ୍ୟ ତିଆରି କରିପାରିବେ।

ସୁନ୍ଦର ଦୁପଟ୍ଟକ୍ଷ

saree dupattaପୁରୁଣା ବନାରସୀ କିମ୍ବା ସିଫନ ଶାଢ଼ୀକୁ ଆପଣ ଦୁପଟ୍ଟକ୍ଷ ଭାବରେ ବ୍ୟବହାର କରିପାରନ୍ତି।କୁର୍ତ୍ତାଠୁ ଲେହେଙ୍ଗା ପର‌୍ୟ୍ୟନ୍ତ ପ୍ରତ୍ୟକ ଡ୍ରେସରେ ଏହି ଦୁପଟ୍ଟକ୍ଷ ସୁନ୍ଦର ଦେଖାଯାଇଥାଏ। ଯଦି ଆପଣଙ୍କ ପାଖେ କିଛି ପ୍ଲେନ ଶାଢ଼ୀ ଅଛି ତାହେଲେ ଆପଣ ସେଥିରେ ପ୍ୟାଚ ୱାର୍କ ବି ଟ୍ରାଏ କରିପାରନ୍ତି।

କୁର୍ତ୍ତା

ପୁରୁଣା ଶାଢୀରେ ଭିନ୍ନ ଭିନ୍ନ ପ୍ରକାରର କୁର୍ତ୍ତା ବନେଇବାର ଟ୍ରେଣ୍ଡ କିଛି ନୂଆ ନୁହେଁ କିନ୍ତୁ ଆପଣ ଏଥିରେ ଷ୍ଟାଇଲ ଆଡ଼ କରି ଡିଫରେଣ୍ଟ ଲୁକ ମଧ୍ୟ ଦେଇପାରନ୍ତି। ଶାଢ଼ୀର ବର୍ଡ଼ରକୁ ଆପଣ ନେକ କିମ୍ବା ସ୍ଲୀଭସ ରେ ବ୍ୟବହାର କରିପାରିବେ।

ସ୍କର୍ଟ

skirtଭିନ୍ନ ଭିନ୍ନ ପ୍ରକାରର ପୁରୁଣା ଶାଢୀରେ ଆପଣ ଅଲଗା ଅଲଗା ଡିଜାଇନ୍ସ୍ର୍ ଷ୍ଟାଇଲିସ ସ୍କର୍ଟ ମଧ୍ୟ ବନେଇ ପାରିବେ। ଏହିସବୁ ଆପଣ ପ୍ଲେଟଡ଼ କିମ୍ବା ପ୍ଲେନ ଏହି ଦୁଇ ପ୍ରକାରରେ ବନେଇ ପାରିବେ। କାଜୁଆଲି କ୍ୟାରୀ କରିବା ସହ ଯଦି ଏହାର ଫ୍ୟାବ୍ରିକ ବନାରସୀ ଅଛି ତାହେଲେ ଏହାକୁ ଆପଣ ବାହାଘର ପାର୍ଟିରେ ମଧ୍ୟ ପିନ୍ଧି ଯାଇପାରିବେ।

ଡଷ୍ଟର ଜ୍ୟାକେଟ

ବ୍ରୋକେଡ଼ ୱାର୍କ ଶାଢ଼ୀ ବ୍ୟବହାର କରି ଆପଣ ଡଷ୍ଟର ଜ୍ୟାକେଟ ମଧ୍ୟ ବନେଇ ପାରିବେ। ଫୁଲ ସ୍ଲୀଭ ଫ୍ରଣ୍ଟ ସ୍ଲୀଟର ଏହି ଜ୍ୟାକେଟକୁ ଆପଣ ଲେହେଙ୍ଗା ,ସ୍କର୍ଟ କିମ୍ବା କୁର୍ତ୍ତା ସହ ମଧ୍ୟ ପିନ୍ଧିପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button