ସ୍ୱାସ୍ଥ୍ୟ

କ’ଣ ଏହି ହାଇପରଟେନଶନ, କିଭଳି ଖାଦ୍ୟରେ କରିବେ ଏହାର ନିୟନ୍ତ୍ରଣ, ଆସନ୍ତୁ ଜାଣିବା

ଯଦି ଆପଣ ହାଇପରଟେନଶନ ବା ଉଚ୍ଚ ରକ୍ତଚାପ କ’ଣ, ଜାଣିବାକୁ ଚାହୁଁଛନ୍ତି, ତା’ହେଲେ ଏଠି ଆମେ କହିରଖୁଛୁ, ହାଇପରଟେନଶନ ସେତେବେଳେ ବିକଶିତ ହୋଇଥାଏ, ଯେତେବେଳେ ରକ୍ତ ଧମନୀରେ ଅଧିକ ଶକ୍ତି ଲଗାଇ ପ୍ରବାହିତ ହୁଏ। ଏଭଳି ହେବା ଦ୍ବାରା ରକ୍ତଚାପର ସ୍ତର ବଢ଼ିଯାଏ। ବ୍ଲଡ ପ୍ରେସର 140/90 mmHg ର ଉପର ସୀମାରେଖାକୁ ଅତିକ୍ରମ କଲେ, ତାହାକୁ ହାଇ ବ୍ଲଡ ପ୍ରେସର କୁହାଯାଏ।

ହାଇପରନେଟଶନ ନିଜର ପ୍ରାରମ୍ଭିକ ସ୍ତରରେ କୌଣସି ଗମ୍ଭୀର ସମସ୍ୟା ସ୍‌ଷ୍ଟି କରି ନ ଥାଏ। ତଥାପି ପ୍ରଥମରୁ ଯଦି ଏହାର ଚିକିତ୍ସା କରା ନ ଯାଏ, ତା’ହେଲେ ହାର୍ଟ ଆଟାକ୍ ଭଳି ଛାତି ସମସ୍ୟା ବାହାରିଥାଏ। ତେଣୁ କୁହାଯାଏ କି, ଉଚ୍ଚ ରକ୍ତଚାପରେ ପୀଡ଼ିତ ରୋଗୀ ନିଶ୍ଚିତ ଭାବେ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଉଚିତ। ସାଲାଡ୍, ଫଳ ବ୍ୟତୀତ ଆଉ କେତେକ ଫଳ ରହିଛି, ଯେଉଁଥିରେ ପ୍ରସ୍ତୁତ ଜୁସ୍ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା କ’ଣ ଏହି ସବୁ ଫଳ ଜୁସ୍।

କମଳା ଜୁସ୍

କମଳା ଜୁସରେ ଭରପୂର ମାତ୍ରାରେ ଭିଟାମିନ୍ ସି ରହିଛି। ଏହାର ତାଜା ରସ ପୋଟାସିୟମ୍, ଫୋଲେଟ୍ ଏବଂ ପ୍ରାକ୍‌ତିକ ସାଇଟ୍ରସ୍ ବାୟୋଫ୍ଲେଭୋନଏଡ୍ସରେ ଭରି ରହିଥାଏ, ଯାହାକି ରକ୍ତଚାପର ସ୍ତରକୁ କମ୍ ରଖିବାରେ ସହାୟକ ହୋଇଥାଏ। ଏହାଦ୍ବାରା ଶରୀରରେ ରାସାୟନିକ ପ୍ରକ୍ରିୟାର ବିକାଶ ସହ ହ୍‌ତପିଣ୍ଡ ସୁସ୍ଥ ରୁହେ।

pomeଡାଳିମ୍ବ ରସ

ଡାଲିମ୍ବ ରସ କେତେକ ଜରୁରୀ ଭିଟାମିନ୍ ଏବଂ ପୋଟାସିୟମରେ ଭରପୂର, ଯାହା ରକ୍ତ ସଞ୍ଚାଳନ ସୂଚାରୁ ରୂପେ କରିଥାଏ। ଏହା ACE ଅର୍ଥାତ୍ ଏନଜିଓଟେନସିନ୍ ପରିବର୍ତ୍ତିତ ଏନଜାଇମ୍ ସହ ଲଢ଼ିବା ଏବଂ ଏହାକୁ ଶେଷ କରିବାରେ ବହୁତ ଲାଭଦାୟକ ଅଟେ। ଏନଜିଓଟେନସିନ୍ ପରିବର୍ତ୍ତିତ ଏନଜାଇମ୍ ଗୋଟିଏ ଏପରି ଏନଜାଇମ୍, ଯାହା ରକ୍ତ ବାହିକାକୁ କ୍ଷତି ପହଞ୍ଚାଇଥାଏ। ଆଉ ଏହାଦ୍ବାରା ରକ୍ତଚାପରେ ବ୍‌ଦ୍ଧି ଘଟିଥାଏ।

ଜାମୁକୋଳି ରସ

ଜାମୁକୋଳି ଏକ ପୋଷକଯୁକ୍ତ ଫଳ। ଭିଟାମିନ୍ ସି ଏଥିରେ ଅଧିକ ମାତ୍ରାରେ ରହିଛି, ଯାହା ଉଚ୍ଚ ରକ୍ତଚାପ ପାଇଁ ଏକ ଭଲ ଖାଦ୍ୟ। କମ୍ କ୍ୟାଲୋରୀ ଥିବାରୁ ଏହାର ରସ ରକ୍ତ ବାହିକାକୁ ପତଳା କରିବାରେ ଏବଂ ରକ୍ତକୁ ଠିକ୍ ଭାବେ ସଞ୍ଚାଳନ କରିବାରେ ସାହାଯ୍ୟ କରିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button