ଦେଶ- ବିଦେଶ

ବୈଷ୍ଣୋଦେବୀ ତୀର୍ଥଯାତ୍ରୀ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ, ୧୦ ମୃତ – Kalinga News

[ad_1]

ଶ୍ରୀନଗର: ଜମ୍ମୁ କାଶ୍ମୀରର ରିଏସି ଜିଲ୍ଲାରେ ଆଜି ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହେବା ପରେ ଏକ ତୀର୍ଥଯାତ୍ରୀ ବସ୍ ପାହାଡ଼ ତଳକୁ ଖସି ପଡ଼ିଛି। ଏଥିରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତାହତଙ୍କ ସଂଖ୍ୟା ଆଗକୁ ବୃଦ୍ଧି ପାଇବ ବୋଲି ଆଶଙ୍କା ରହିଛି। ରିଏସି ଏସ୍ଏସ୍ପି ମୋହିତ ଶର୍ମା କହିଛନ୍ତି ଯେ ବସ୍ଟି ପାହାଡ଼ରୁ ତଳକୁ ଖସି ପଡ଼ିଥିବା ନେଇ ସୂଚନା ମିଳିବା ପରେ ଏକ ଅତିରିକ୍ତ ପୁଲିସ ବାହିନୀ, ସେନାବାହିନୀ ଓ ଅର୍ଦ୍ଧସାମରିକ ବଳ ଯବାନଙ୍କ ସହ ଡେପୁଟି କମିସନର ଓ ଅନ୍ୟ ଜିଲ୍ଳାସ୍ତରୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୦ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଅନ୍ୟ ଆହତଙ୍କୁ ନିକଟସ୍ଥ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ତେବେ ସ୍ଥାନୀୟ ଲୋକଙ୍କ କହିବାନୁସାରେ, ବସ୍ଟି ରାନ୍ସୋରୁ ପ୍ରସିଦ୍ଧ ଶୈବପୀଠ ଶିବ ଖୋରୀରୁ କତ୍ରା ସହରକୁ ଯାଉଥିଲା। କତ୍ରା ସହର ତ୍ରିକୁଟ ପର୍ବତସ୍ଥିତ ବୈଷ୍ଣୋଦେବୀ ପୀଠ ରାସ୍ତାର ଏକ ରହଣୀ କେନ୍ଦ୍ର ଅଟେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button