ଦେଶ- ବିଦେଶ

ଟଙ୍କା ହେରଫେର୍ ମାମଲାରେ ଆଜହାରୁଦ୍ଦିନଙ୍କୁ ଇଡି ସମନ

ହାଇଦ୍ରାବାଦ୍: ମହମ୍ମଦ ଆଜହାରୁଦ୍ଦିନଙ୍କୁ ଇଡିର ସମନ । ଭାରତୀୟ କ୍ରିକେଟର ଦଳର ପୂର୍ବତନ ଅଧିନାୟକ ତଥା କଂଗ୍ରେସ ନେତା ମହମ୍ମଦ ଆଜହାରୁଦ୍ଦିନଙ୍କୁ ସମନ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ହାଇଦ୍ରାବାଦ କ୍ରିକେଟ ଆସୋସିଏସନରେ ଦୁର୍ନୀତି ମାମଲାରେ ସମନ ଜାରି କରିଛି ଇଡି । କ୍ରିକେଟ ଆସୋସିଏସନରେ ୨୦ କୋଟି ଟଙ୍କା ହେରଫେର୍‌ ଅଭିଯୋଗ ନେଇ ତାଙ୍କୁ ନୋଟିସ୍ ଜାରି କରାଯାଇଛି ।

ତେବେ ମିଳିଥିବା ସୂଚନା ଅନୁସାରେ, ଆଜାରୁଦ୍ଦିନଙ୍କ ବିରୋଧରେ ହାଇଦ୍ରାବାଦର ଉପ୍ପଲ ସ୍ଥିତ ରାଜୀବ ଗାନ୍ଧୀ କ୍ରିକେଟ ଷ୍ଟାଡିୟମ ନିମନ୍ତେ ବିଭିନ୍ନ ସାମଗ୍ରୀ କିଣିବା ପାଇଁ ୨୦କୋଟି ଟଙ୍କା ହଡପ କରିଥିବା ନେଇ ଅଭିଯୋଗ ହୋଇଛି। ଯାହାକୁ ନେଇ ଇଡି ପକ୍ଷରୁ ସମନ ଜାରି କରାଯାଇଛି । ତେବେ ଏନେଇ ତାଙ୍କୁ ପଚରାଉଚରା ପାଇଁ ଡାକିଛି ଇଡି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button