ସ୍ୱାସ୍ଥ୍ୟ

ହୃଦଘାତ ଜନିତ ରୋଗୀମାନଙ୍କ ପାଇଁ କ୍ଷତିକାରକ ହୋଇପାରେ ମନସୁନ୍, ରୁହନ୍ତୁ ସାବଧାନ

ବର୍ତ୍ତମାନ ମୌସୁମୀରେ ପରିବର୍ତ୍ତନ ଯୋଗୁ ରାଜଧାନୀରେ ଲୋକମାନଙ୍କୁ ସଚେତନ ରହିବା ପାଇଁ ଡାକ୍ତର ଉପଦେଶ ଦେଇଛନ୍ତି। ଡାକ୍ତରଙ୍କ କହିବା ଅନୁଯାୟୀ ପ୍ରତ୍ୟେକ ବର୍ଷ ଦିଲ୍ଲୀରେ ମନସୁନ୍ ସମୟରେ ଲୋକମାନେ ଡେଙ୍ଗୁ ଏବଂ ମ୍ୟାଲେରିଆ ଭଳି ଅନେକ ରୋଗରେ ପିଡୀତ ହୋଇଥାନ୍ତି। ଅନେକ ଥର ଚିକେନଗୁନିଆ ହେବାର ଭୟ ମଧ୍ୟ ରହିଥାଏ। ତେଣୁ ଏହି ସମୟରେ ହାର୍ଟ ସମସ୍ୟା ଥିବା ଲୋକମାନେ ପୂର୍ବରୁ ହିଁ ସର୍ତକ ରହିବା ଉଚିତ। ଗତ ରବିବାର ଦିନ ଦିଲ୍ଲୀରେ ହୃଦଘାତ ଜନିତ ରୋଗ ପାଇଁ ଆୟୋଜନ କରାଯାଇଥିବା କାର୍ଯ୍ୟଶାଳାରେ ଡାକ୍ତର,ବିବେକ କୁମାର କହିଛନ୍ତି ଦେଶରେ ସ୍ବାସ୍ଥ୍ୟକୁ ନେଇ ସଚେତନତା କମ ହେବା କାରଣରୁ ଅତ୍ୟଧିକ ରୋଗ ଦେଖାଦେଉଛି।

heartଯଦି କୌଣସି ବ୍ୟକ୍ତିଙ୍କୁ ସକାଳେ ଏଡିଜ୍ ମଶା କାମୁଡିଥାଏ ଏବଂ ସଂନ୍ଧ୍ୟାରେ ଏନୋଫେଲିଜର ସିକାର ହେବାକୁ ପଡ଼ିଥାଏ ତେବେ ଏଥିରେ ଦୁଇଟି ରୋଗର ଲକ୍ଷଣ ଏକା ହୋଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଉପାୟ ପାଖାପାଖି ସମାନ। ସର୍ବଦା ଘରର ଆଖ-ପାଖ ସଫା ରଖନ୍ତୁ। ଏଥିସହ ମଶା ପାଇଁ କୀଟନାଶକ ଔଷଧ ବ୍ୟବହାର କରିନ୍ତୁ ଏବଂ ଏସି, କୁଲରକୁ ସଫା ରଖିନ୍ତୁ। ଏହା ବ୍ୟତୀତ କେଣସି ସ୍ଥାନରେ ଯେପରି ପାଣି ନଜମା ହେବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ହୃଦଘାତ ଜନିତ ରୋଗୀମାନଙ୍କ ପାଇଁ ଏହି ସବୁ ଦିଗ ପ୍ରତି ବିଶେଷ ରୂପେ ଧ୍ୟାନ ଦେବା ଉଚିତ। ଏହି କାରଣରୁ ସମୟ ଅନୁସାରେ ଡାକ୍ତରଙ୍କ ପରାମର୍ଶ ନେବା ସହ ବାହାରକୁ କମ ବାହାରିବା ଉଚିତ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button